'ମନ୍ କୀ ବାତ୍' ପାଇଁ ଲୋକମାନେ ଯେଉଁ ସ୍ନେହ ଦେଖାଇଛନ୍ତି ତାହା ଅଭୂତପୂର୍ବ: ପ୍ରଧାନମନ୍ତ୍ରୀ ମୋଦୀ
May 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।ଦ୍ୱିତୀୟ ପର୍ଯ୍ୟାୟ ଯୁବ ସଂଗମରେ ପଞ୍ଜିକରଣ ପାଇଁ ଯୁବପୀଢିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
April 07th, 11:15 am
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;