Telephone Conversation between PM and President of the Republic of Uganda
April 09th, 06:30 pm
Prime Minister Shri Narendra Modi had a telephone conversation today with H.E. President Yoweri Kaguta Museveni of the Republic of Uganda.ପ୍ରଧାନମନ୍ତ୍ରୀଙ୍କ ଉଗାଣ୍ଡା ଗସ୍ତ ଅବସରରେ ଭାରତ-ଉଗାଣ୍ଡା ମିଳିତ ବିବୃତି
July 25th, 06:54 pm
ଉଗାଣ୍ଡା ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ୟୋୱେରୀ କାଗୁଟା ମୁସେଭେନୀଙ୍କ ଆମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24-25 ଜୁଲାଇ 2018ରେ ଉଗାଣ୍ଡାକୁ ଦୁଇ ଦିନିଆ ସରକାରୀ ଗସ୍ତରେ ଯାଇଥିଲେ । ତାଙ୍କ ସହିତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଏବଂ ବ୍ୟବସାୟିକ ପ୍ରତିନିଧିମାନେ ଉଗାଣ୍ଡା ଗସ୍ତ କରିଥିଲେ । 21 ବର୍ଷ ମଧ୍ୟରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଉଗାଣ୍ଡା ଗସ୍ତ ଥିଲା ।ଉଗାଣ୍ଡାକୁ ସରକାରୀ ଗସ୍ତ ଅବସରରେ ଉଗାଣ୍ଡା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 25th, 01:00 pm
ସଂସଦର ଆମନ୍ତ୍ରଣ କ୍ରମେ ମୁଁ ଏହି ସମ୍ବୋଧନ କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନିତ ଅନୁଭବ କରୁଛି । ମୁଁ ପୂର୍ବରୁ ଅନ୍ୟ ସଂସଦଗୁଡ଼ିକରେ ସମାନ ସୁଯୋଗ ପାଇଛି । ତେବେ, ଏହା ସ୍ୱତନ୍ତ୍ର । ଏହି ସମ୍ମାନ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି । ଏହା 125 କୋଟି ଭାରତବାସୀଙ୍କ ପାଇଁ ବଡ଼ ସମ୍ମାନ । ମୁଁ ସେମାନଙ୍କ ଶୁଭକାମନା ଏବଂ ବନ୍ଧୁତ୍ୱର ସୌହାର୍ଦ୍ଦ୍ୟ ଭାବନା ନେଇ ମୋ ସହିତ ଆସିଛି । ତାହା ମୁଁ ଏହି ସଂସଦ ଏବଂ ଉଗାଣ୍ଡାର ସବୁ ଲୋକମାନଙ୍କୁ ଜଣାଉଛି । ଆପଣମାନଙ୍କ ଉପସ୍ଥିତି, ବାଚସ୍ପତି ମହୋଦୟା, ମୋର ଲୋକସଭାର କଥା ମନେ ପକାଇ ଦେଉଛି, ସେଠାରେ ମଧ୍ୟ ଜଣେ ମହିଳା ବାଚସ୍ପତି ଅଛନ୍ତି । ମୁଁ ମଧ୍ୟ ଏଠାରେ ବହୁ ଯୁବ ସାଂସଦମାନଙ୍କୁ ଦେଖିପାରୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ଖବର । ଯେତେଥର ମୁଁ ଉଗାଣ୍ଡା ଆସିଛି, ମୁଁ ଆଫ୍ରିକାର ଏକ ରତ୍ନକୁ ଅନୁଭବ କରିବାର ସୁଯୋଗ ପାଇଛି । ଏହା ଅପରୂପ ସୌନ୍ଦର୍ଯ୍ୟ, ବିପୁଳ ସମ୍ପଦର ଭଣ୍ଡାର ଏବଂ ଧନୀ ଐତିହ୍ୟର ଭୂମି । ଏହାର ନଦୀ ଏବଂ ହ୍ରଦ ଏହି ବିସ୍ତୃତ ଅଂଚଳରେ ବହୁ ସଭ୍ୟତାକୁ ବିକଶିତ କରିଛି । ମୁଁ ଇତିହାସ ବିଷୟରେ ସଚେତନ ଅଛି ଯାହା ଆମକୁ ଆଜି ଏହି ବିନ୍ଦୁରେ ଆଣି ଛିଡ଼ା କରିଛି, ଯେତେବେଳେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଅନ୍ୟ ଏକ ସାର୍ବଭୌମ ରାଷ୍ଟ୍ରର ସଂସଦର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ଆମର ପ୍ରାଚୀନ ସାମୁଦ୍ରିକ ସମ୍ପର୍କ, ସାମ୍ରାଜ୍ୟବାଦର କଳା ସମୟ, ସ୍ୱାଧୀନତା ପାଇଁ ସଂଘର୍ଷରେ ସହଭାଗୀତା, ବିଭାଜିତ ବିଶ୍ୱରେ ସ୍ୱାଧୀନ ରାଷ୍ଟ୍ରଗୁଡ଼ିକର ଅନିଶ୍ଚିତ ମାର୍ଗ, ନୂତନ ସମ୍ଭାବନାର ସକାଳ ଏବଂ ଆମ ଯୁବ ଜନସଂଖ୍ୟା ଭିତରେ ପାରସ୍ପରିକ ଆକାଂକ୍ଷାର ମେଳକ(ସାମଞ୍ଜସ୍ୟ) । ଏ ସମସ୍ତ ଆମକୁ ଯୋଡ଼ିଛି ।ଭାରତ-ରୱାଣ୍ଡା ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 25th, 12:41 pm
ଭାରତ-ରୱାଣ୍ଡା ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ କ୍ଷମତା ନିର୍ମାଣ ,ଏଚଆରଡି ,କୌଶଳ ବିକାଶ ,ନବାଚାର ଏବଂ ଏହି ଦେଶରେ ଉପଲବ୍ଧ ପ୍ରଚୁର ପ୍ରାକୃତିକ ସମ୍ବଳର ମୂଲ୍ୟରେ ଉଗାଣ୍ଡା ସହିତ ମିଳିତ କାମ କରିବାକୁ ପ୍ରସ୍ତୁତ ଅଛି । ଭାରତର ବିକାଶର ଅଗ୍ରଗତି ଏବଂ ପରିବର୍ତ୍ତନଶୀଳ ପରିବର୍ତ୍ତନ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଭାରତ ଓ ଉଗାଣ୍ଡା ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାର ତାଲିକା
July 24th, 05:52 pm
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଭାରତ ଓ ଉଗାଣ୍ଡା ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାର ତାଲିକାଉଗାଣ୍ଡା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
July 24th, 05:49 pm
ଏହା ମୋର ସୌଭାଗ୍ୟ ଯେ ଦୁଇ ଦଶନ୍ଧି ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷୀକ ଯାତ୍ରା ପାଇଁ ମୋର ଉଗାଣ୍ଡା ଆସିବାର ହେଲା । ରାଷ୍ଟ୍ରପତି ମୁସେଭେନୀ ହେଉଛନ୍ତି ଭାରତର ବହୁତ ପୁରାତନ ବନ୍ଧୁ । ମୁଁ ମଧ୍ୟ ତାଙ୍କ ସହିତ ଅନେକ ଦିନରୁ ପରିଚିତ । 2007ରେ ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏଠାକୁ ଆସିଥିଲି, ସେ ସମୟର ଯାତ୍ରାର ମଧୁର ସ୍ମୃତି ଆଜି ମଧ୍ୟ ମୋ ମାନସ ପଟରେ ଉଜ୍ଜୀବିତ ରହିଛି ଏବଂ ଆଜି ରାଷ୍ଟ୍ରପତିଙ୍କ ଉଦାର ଶବ୍ଦ, ଏବଂ ଆମର ଆଡମ୍ବରପୂର୍ଣ୍ଣ ସ୍ୱାଗତ-ସତ୍କାର ଏବଂ ସମ୍ମାନ ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି ।ପ୍ରଧାନମନ୍ତ୍ରୀ ମୋଦୀ ଉଗାଣ୍ଡାରେ ପହଂଚିଛନ୍ତି
July 24th, 05:12 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭରେ ଏଣ୍ଟେବ୍ବେ ଉଗାଣ୍ଡାରେ ପହଂଚିଛନ୍ତି । ନିଜ ଯାତ୍ରା ଅବସରରେ ,ପ୍ରଧାନମନ୍ତ୍ରୀ ମୋଦୀ ଉଗାଣ୍ଡା ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବେ ,ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବେ ।