ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ୟୋସିହିଦେ ସୁଗା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
May 24th, 01:30 pm
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ୟୋସିହିଦେ ସୁଗା ୨୪ ମଇ ୨୦୨୨ ରେ ଟୋକିଓ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ତଥ୍ୟ ସୂଚୀ: କ୍ୱାଦ୍ ନେତୃ ସମ୍ମିଳନୀ
September 25th, 11:53 am
ସେପ୍ଟେମ୍ବର ୨୪ ତାରିଖ ଦିନ ରାଷ୍ଟ୍ରପତି ବାଇଡେନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡ଼େ ସୁଗାଙ୍କ ସହ ହ୍ୱାଇଟ୍ ହାଉସଠାରେ କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହିତ ପ୍ରଥମ ବ୍ୟକ୍ତିଗତ ଶିଖର ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମ୍ମିଳନୀ ଅବସରରେ କ୍ୱାଦ୍ ନେତୃବର୍ଗ ସେମାନଙ୍କର ମହାତ୍ତ୍ୱାକାଂକ୍ଷୀ ପ୍ରୟାସମାନ ଉପସ୍ଥାପନ କରିଥିଲେ ଯାହାକି ଏକବିଂଶ ଶତାବ୍ଦୀରେ ଆମର ପାରସ୍ପରିକ ସମ୍ପର୍କକୁ ଅଧିକ ନିବିଡ଼ କରିବା ତଥା ବାସ୍ତବ ସହଯୋଗକୁ ଆଗକୁ ଆଗେଇ ନେବା ଦିଗରେ ସହାୟକ ହୋଇପାରିବ । ସେଥି ମଧ୍ୟରେ କୋଭିଡ଼ – ୧୯ ବୈଶ୍ୱିକ ମହାମାରୀର ମୂଳୋତ୍ପାଟନ, ଏଥି ସହିତ ଏହାକୁ ନିଃଶେଷ କରିବା ସକାଶେ ଅଧିକରୁ ଅଧିକ ନିରାପଦ ତଥା ଫଳପ୍ରସୂ ପ୍ରତିଷେଧକ ଟିକା ଉତ୍ପାଦନ କରିବା; ଉଚ୍ଚ ମାନଯୁକ୍ତ ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହନ ଯୋଗାଇବା, ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ବିରୋଧରେ ଲଢ଼େଇ କରିବା; ମୁଣ୍ଡ ଟେକୁଥିବା ନୂଆ ନୂଆ ପ୍ରଯୁକ୍ତି, ମହାକାଶ ଓ ସାଇବର ନିରାପତ୍ତା କ୍ଷେତ୍ରରେ ସହଭାଗୀ ହେବା; ଏବଂ ନିଜ ନିଜ ଦେଶରେ ପରବର୍ତ୍ତୀ ପିଢ଼ିର ମେଧା ସୃଷ୍ଟି କରିବା ଆଦି ଅନ୍ୟତମ ।କ୍ଵାଡ୍ ନେତାମାନଙ୍କର ମିଳିତ ବିବୃତି
September 25th, 11:41 am
ଆମେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ପ୍ରଥମ ଥର ପାଇଁ “କ୍ଵାଡ଼”ରେ ବ୍ୟକ୍ତିଗତ ଭାବେ ସମ୍ମିଳିତ ହୋଇଛୁ। ଏହି ଐତିହାସିକ ଅବସରରେ, ଏକ ସ୍ୱାଧୀନ ଓ ମୁକ୍ତ ତଥା ସମାବେଶୀ ଓ ଦୀର୍ଘସ୍ଥାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପ୍ରତି ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ। ଏହି କ୍ଷେତ୍ର ଆମ ଆପୋସ ସୁରକ୍ଷା ଏବଂ ସମୃଦ୍ଧିର ଆଧାର। ଏହାର ସୁରକ୍ଷା ପାଇଁ ଆମ ସହଭାଗିତା ପ୍ରତି ଆମେ ପୁନଃପ୍ରତିବଦ୍ଧତା ବ୍ୟକ୍ତ କରୁଛୁ। ଆମର ବିଗତ ବୈଠକକୁ ମାତ୍ର ଛଅ ମାସ ବିତିଛି। ମାର୍ଚ୍ଚ ପରଠାରୁ, କୋଭିଡ-୧୯ ମହାମାରୀ ବିଶ୍ୱବ୍ୟାପୀ ଯନ୍ତ୍ରଣା ବୃଦ୍ଧି କରିଛି; ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇଛି; ଏବଂ କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇଛି। ଆମର ପ୍ରତ୍ୟେକ ରାଷ୍ଟ୍ର ଏବଂ ମିଳିତ ଭାବେ ସବୁ ରାଷ୍ଟ୍ର ପାଇଁ ଏହା ଏକ ପରୀକ୍ଷାର ସମୟ। ତେବେ ଆମର ପାରସ୍ପରିକ ସହଯୋଗ ସୁଦୃଢ଼ ରହିଛି।ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
September 24th, 11:48 pm
ରାଷ୍ଟ୍ରପତି ମହୋଦୟ, ସର୍ବପ୍ରଥମେ ଆମ ସମସ୍ତଙ୍କୁ, ଭାରତୀୟ ପ୍ରତିନିଧି ଦଳକୁ ବନ୍ଧୁତାପୂର୍ଣ୍ଣ ଏବଂ ସହୃଦୟତା ଭରା ସ୍ବାଗତ ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। 2016ରେ ଏବଂ 2014ରେ ମଧ୍ୟ ଆପଣଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବାର ସୌଭାଗ୍ୟ ମୋତେ ମିଳିଥିଲା। ସେ ସମୟରେ ଆପଣ ଭାରତ-ଆମେରିକା ସମ୍ପର୍କ ଲାଗି ଆପଣଙ୍କର ଦୂରଦୃଷ୍ଟି ସମ୍ପର୍କରେ ଯାହା କହିଥିଲେ ତାହା ବାସ୍ତବରେ ପ୍ରେରଣାଦାୟୀ ଥିଲା। ଆଜି ଆପଣ ରାଷ୍ଟ୍ରପତି ଭାବେ ସେହି ଦୂରଦୃଷ୍ଟିକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରୁଛନ୍ତି, ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ସ୍ବାଗତ କରୁଛି।ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଳପ୍ରଦ ଆଲୋଚନା
September 24th, 03:45 am
ୱାଶିଂଟନ୍ ଡିସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଏକ ଫଳପ୍ରଦ ବୈଠକ କରିଥିଲେ। ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ଅନେକ ପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ ।ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 22nd, 10:37 am
ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।ଟୋକିଓ ଅଲିମ୍ପିକ୍ସ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
July 23rd, 01:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020 ପାଇଁ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ଶୁଭକାମନା ଜଣାଇଛନ୍ତି।ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 27th, 12:21 pm
ଜେନ୍ ଗାର୍ଡେନ୍ ଏବଂ କାଇଜେନ୍ ଏକାଡେମୀର ଲୋକାର୍ପଣର ଏହି ମୁହୁର୍ତ ଭାରତ ଜାପାନ ସମ୍ପର୍କର ସାବଲୀଳତା ଏବଂ ଆଧୁନିକତାର ପ୍ରତୀକ । ମୁଁ ବିଶ୍ୱାସ କରେ ଯେ ଜାପାନି ଜେନ୍ ଗାର୍ଡନ୍ ଏବଂ କାଇଜେନ ଏକାଡେମୀର ସ୍ଥାପନା ଭାରତ ଏବଂ ଜାପାନର ସମ୍ପର୍କକୁ ଅଧିକ ମଜବୁତ କରିବ, ଆମ ନାଗରିକଙ୍କୁ ଆହୁରି ଅଧିକ ନିକଟତର କରିବ । ମୁଁ ହ୍ୟୋଗୋ ପ୍ରି-ଫେକ୍ଚରର ନେତାମାନଙ୍କର, ମୋର ଘନିଷ୍ଠ ବନ୍ଧୁ ଗଭର୍ଣ୍ଣର ଶ୍ରୀ ଇଦୋ ତୋଶୀଜୋଙ୍କୁ ଏହି ସମୟରେ ବିଶେଷ ଭାବରେ ଅଭିନନ୍ଦନ କରୁଛି । ଗଭର୍ଣ୍ଣର ଇଦୋ ନିଜେ ୨୦୧୭ରେ ଅହମ୍ମଦାବାଦ ଆସିଥିଲେ । ଅହମ୍ମଦାବାଦରେ ଜେନ ଗାର୍ଡନ ଏବଂ କାଇଜେନ୍ ଏକାଡେମୀର ସ୍ଥାପନାରେ ତାଙ୍କର ଏବଂ ହ୍ୟୋଗୀ ଅନ୍ତର୍ଜାତୀୟ ସଂଗଠନର ବହୁମୁଲ୍ୟ ଯୋଗଦାନ ରହିଛି । ମୁଁ ଗୁଜରାଟର ଭାରତ-ଜାପାନ୍ ମୈତ୍ରୀ ସଂଘର ବନ୍ଧୁମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ସେମାନେ ଭାରତ-ଜାପାନ୍ ସମ୍ପର୍କକୁ ସୁଦୃଢ କରିବା ପାଇଁ ନିରନ୍ତର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି । ଜାପାନ୍ ସୂଚନା ଓ ଶିକ୍ଷା କେନ୍ଦ୍ର ଏହାର ଏକ ଉଦାହରଣ ।ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 27th, 12:20 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏଏମଏ, ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କରିଛନ୍ତି ।କ୍ୱାଡ୍ ନେତାମାନଙ୍କର ପ୍ରଥମ ଶିଖର ସମ୍ମିଳନୀ
March 11th, 11:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ରିଲାଟେରାଲ ଫ୍ରେମୱର୍କ ନେତାମାନଙ୍କର ପ୍ରଥମ ବୈଠକରେ ଅଂଶଗ୍ରହଣ କରିବେ । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଆମେରିକା ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ ମଧ୍ୟ ସାମିଲ ହେବେ ।ଜାପାନ ପ୍ରଧାନମନ୍ତ୍ରୀ ମହାନୁଭବ ସୁଗା ୟୋସିହିଡ଼େଙ୍କ ସହ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ
March 09th, 08:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ମହାମହୀମ ସୁଗା ୟୋସିହିଡ଼େଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ସୁଗା ୟୋଶିହିଦେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
September 25th, 02:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (25.09.2020) ଫୋନ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 16th, 11:45 am
ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।