ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଜାନୁଆରୀ ୩ ତାରିଖରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ

January 02nd, 10:18 am

୨୦୨୫ ଜାନୁଆରୀ ୩ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ ବେଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଅଶୋକ ବିହାରସ୍ଥିତ ସ୍ୱାଭିମାନ ଆପାର୍ଟମେଣ୍ଟର ଇନ-ସିଟୁ ସ୍ଲମ ରିହାବିଲିଟେସନ ପ୍ରୋଜେକ୍ଟ (ବସ୍ତି ଥଇଥାନ ପ୍ରକଳ୍ପ) ଅଧୀନରେ ଝୁଗି ଝୋପରୀ (ଜେଜେ) କ୍ଲଷ୍ଟରରେ ନବନିର୍ମିତ ଫ୍ଲାଟ ଅଞ୍ଚଳ ପରିଦର୍ଶନ କରିବେ । ‘ସମସ୍ତଙ୍କ ପାଇଁ ଆବାସ’ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଦ୍ଦିଷ୍ଟ । ସେଠାରେ ଅପରାହ୍ଣ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।