୨୦୨୪ ଦୁବାଇ ବିଶ୍ୱ ସରକାର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମାଡାଗାସ୍କର ଗଣତନ୍ତ୍ରର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି
February 14th, 02:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇ ଠାରେ ଆୟୋଜିତ ବିଶ୍ୱ ସରକାର ଶିଖର ସମ୍ମିଳନୀ ଅବସରରେ ମାଡାଗାସ୍କର ରାଷ୍ଟ୍ରପତି ମହାମହିମ ଶ୍ରୀ ଆଣ୍ଡ୍ରି ରାଜୋଲିନାଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ ।ବିଶ୍ୱ ସରକାର ମହା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 02:30 pm
ବିଶ୍ୱ ସରକାର ମହା ସମ୍ମିଳନୀକୁ ସମ୍ବୋଧନ କରିବା ମୋ ପକ୍ଷରେ ଏକ ବହୁତ ବଡ ସମ୍ମାନ । ଏଭଳି ଏକ ସୌଭାଗ୍ୟ ମୋତେ ଦ୍ୱିତୀୟ ଥର ପାଇଁ ମିଳିଛି । ମହାନୁଭବ ଶେଖ ମହମ୍ମଦବିନ୍ ରସିଦଙ୍କର ଆମନ୍ତ୍ରଣ ଏବଂ ଆନ୍ତରିକତା ସହିତ ମୋତେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିବାରୁ ମୁଁ କୃତଜ୍ଞ । ମୁଁ ମୋର ଭ୍ରାତୃ ପ୍ରତୀମ ମହାନୁଭବ ଶେଖ ମହମ୍ମଦ ବିନ୍ ଜାୟତଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ଅଳ୍ପ କିଛିଦିନ ମଧ୍ୟରେ ତାଙ୍କ ସହିତ ଅନେକ ଥର ସାକ୍ଷାତର ସୁଯୋଗ ମିଳିଛି । ସେ କେବଳ ଦୃଷ୍ଟିଭଙ୍ଗୀର ନେତା ନୁହଁନ୍ତି ବରଂ ସମାଧାନର ନେତା ଏବଂ ପ୍ରତିଶ୍ରୁତି ପାଳନର ମଧ୍ୟ ନେତା ଅଟନ୍ତି ।ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
February 14th, 02:09 pm
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଫେବୃଆରୀ ୨୦୨୪ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ - ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।