ମଧ୍ୟପ୍ରଦେଶର ଶେହଡୋଲରେ ସିକଲ ସେଲ ଆନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 01st, 10:56 pm
କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁ ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ଫଗ୍ଗନ ସିଂହ କୁଲସ୍ତେ ମହାଶୟ, ପ୍ରଫେସର ଏସ.ପି ସିଂହ ବଘେଲ ମହାଶୟ, ଶ୍ରୀମତୀ ରେଣୁକା ସିଂହ ସରୁତା ମହାଶୟା, ଡକ୍ଟର ଭାରତୀ ପାୱାର ମହାଶୟା, ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମହାଶୟ, ସାଂସଦ ଶ୍ରୀ ବି.ଡି ଶର୍ମା ମହାଶୟ, ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀଗଣ, ସମସ୍ତ ବିଧାୟକ ଗଣ, ସାରା ଦେଶରୁ ଏହି କାର୍ଯ୍ୟକ୍ରମରେ ସାମିଲ ଅନ୍ୟ ସମସ୍ତ ମହାନୁଭବ, ଏବଂ ଏତେ ବିଶାଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ୍ ଆନିମିଆ ଉନ୍ମୁଳନ ମିଶନ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
July 01st, 03:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ ଆନିମିଆ ଉନ୍ମୁଳନ ମିଶନ ଆରମ୍ଭ କରିଛନ୍ତି ଏବଂ ହିତାଧିକାରୀଙ୍କୁ ସିକିଲ ସେଲ ଜେନେଟିକ ଷ୍ଟାଟସ କାର୍ଡ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ଗୋଣ୍ଡୱାନାର ଶାସକ ରାଣୀ ଦୁର୍ଗାବତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।ଅଖିଳ ଭାରତୀୟ ବାର୍ଷିକ ରାଜ୍ୟ ଜଳ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
January 05th, 09:55 am
ଦେଶର ପ୍ରଥମ ଅଖିଳ ଭାରତୀୟ ସମ୍ମିଳନୀ ନିଜେ ଜଳ ମନ୍ତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଜଳ ସୁରକ୍ଷା ଉପରେ ଭାରତ ଅଦୃଶ୍ୟ ଭାବରେ କାର୍ଯ୍ୟ କରୁଛି ଏବଂ ଅଦ୍ଭୁତପୂର୍ବ ପୁଞ୍ଜି ବିନିଯୋଗ କରୁଛି । ଆମର ସାମ୍ବିଧାନିକ ବ୍ୟବସ୍ଥାରେ ଜଳର ବିଷୟ, ରାଜ୍ୟମାନଙ୍କ ନିୟନ୍ତ୍ରଣରେ ଆସିଥାଏ । ଜଳ ସଂରକ୍ଷଣ ପାଇଁ ରାଜ୍ୟଗୁଡ଼ିକର ପ୍ରୟାସ ଦେଶର ସାମୁହିକ ଲକ୍ଷ୍ୟ ହାସଲ କରିବାରେ ବହୁତ ସହାୟକ ହେବ । ତେଣୁ ‘ୱାଟର ଭିଜନ ୨୦୪୭’ ଆଗାମୀ ୨୫ ବର୍ଷର ଅମୃତ ଯାତ୍ରାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ।ପ୍ରଥମ ସର୍ବଭାରତୀୟ ଜଳ ମନ୍ତ୍ରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଅଭିଭାଷଣ
January 05th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଜଳ ସଂକ୍ରାନ୍ତ ସର୍ବଭାରତୀୟ ରାଜ୍ୟମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆରେ ଆଜି (୦୫.୦୧.୨୦୨୩) ସମ୍ବୋଧନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି “ୱାଟର ଭିଜନ @2047’ଓ ଏହି ମଞ୍ଚର ଲକ୍ଷ୍ୟ ହେଉଛି ସ୍ଥାୟୀ ନିରନ୍ତର ଓ ମାନବ ବିକାଶ ନିମନ୍ତେ ଜଳ ସମ୍ପଦର ଉପଯୋଗ ତଥା ଏ ଦିଗରେ ନୀତି ନିର୍ଦ୍ଧାରକମାନଙ୍କ ଦ୍ୱାରା ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ।