'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 17th, 12:45 pm
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
August 17th, 12:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।ନୂଆଦିଲ୍ଲୀରେ ସାଂସଦ ମାନଙ୍କ ପାଇଁ ନବନିର୍ମିତ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
August 10th, 10:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅଗଷ୍ଟ ୨୦୨୫ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବାବା ଖରକ ସିଂହ ମାର୍ଗରେ ସାଂସଦ ମାନଙ୍କ ପାଇଁ ୧୮୪ଟି ନବନିର୍ମିତ ଟାଇପ୍-VII ବହୁତଳ ଫ୍ଲାଟ୍ ଉଦଘାଟନ କରିବେ ।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 06th, 07:00 pm
କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଗଣ, ଉପସ୍ଥିତ ମାନ୍ୟବର ସାଂସଦଗଣ, ସରକାରଙ୍କ ସମସ୍ତ କର୍ମଚାରୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିଗଣ!ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 06th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ-୩ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଆସିଛି। ଭାରତ ଏକ ଆଧୁନିକ ଭାରତ ଗଠନ ସହିତ ଜଡିତ ଅନେକ ପ୍ରମୁଖ ସଫଳତାକୁ ଦେଖୁଛି। ନୂଆଦିଲ୍ଲୀ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ନିକଟରେ ହୋଇଥିବା ଭିତ୍ତିଭୂମି ସମ୍ବନ୍ଧୀୟ ସ୍ଥାନଗୁଡ଼ିକର ତାଲିକା ଦେଇଥିଲେ। କର୍ତ୍ତବ୍ୟ ପଥ, ନୂତନ ସଂସଦ ଭବନ, ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ, ଭାରତ ମଣ୍ଡପମ୍, ଯଶୋଭୂମି, ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନର କର୍ତ୍ତବ୍ୟ ଭବନ ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏଗୁଡ଼ିକ କେବଳ ନୂତନ କୋଠା କିମ୍ବା ନିୟମିତ ଭିତ୍ତିଭୂମି ନୁହେଁ । ଅମୃତ କାଳରେ, ଏକ ବିକଶିତ ଭାରତକୁ ଗଢ଼ି ତୋଳିବା ପାଇଁ ନୀତିଗୁଡ଼ିକ ଏହି ଢାଞ୍ଚାଗୁଡ଼ିକରେ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦଶନ୍ଧିରେ ଦେଶର ଗତିପଥ ଏହି ଅନୁଷ୍ଠାନଗୁଡ଼ିକରୁ ସ୍ଥିର କରାଯିବ। ସେ କର୍ତ୍ତବ୍ୟ ଭବନର ଉଦ୍ଘାଟନରେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହାର ନିର୍ମାଣରେ ସମ୍ପୃକ୍ତ ଥିବା ଇଞ୍ଜିନିୟର ଏବଂ ଶ୍ରମଜୀବୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
May 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।In the past 10 years, India has moved beyond incremental change to witness impactful transformation: PM Modi on Civil Services Day
April 21st, 11:30 am
PM Modi addressed civil servants on Civil Services Day, celebrating 75 years of the Constitution and Sardar Patel’s 150th birth anniversary. Emphasizing holistic development and next-gen reforms, he urged officers to drive impactful change and build a Viksit Bharat. He also conferred the PM’s Awards for Excellence in Public Administration.୧୭ତମ ପ୍ରଶାସନିକ ସେବା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
April 21st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, କାରଣ ଏହା ସମ୍ବିଧାନର 75ତମ ବର୍ଷ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ବୋଲି ସେ ଉଲ୍ଲେଖ କରିଥିଲେ । ୨୧ ଏପ୍ରିଲ୍ ୧୯୪୭ରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ବକ୍ତବ୍ୟ, ଯେଉଁଥିରେ ସେ ସରକାରୀ କର୍ମଚାରୀମାନଙ୍କୁ 'ଭାରତର ଇସ୍ପାତ ସଂରଚନା' ବୋଲି କହିଥିଲେ, ତାହାକୁ ମନେ ପକାଇ, ଶ୍ରୀ ମୋଦୀ ପଟେଲଙ୍କର ଅମଲାତନ୍ତ୍ରକୁ ନେଇ ରହିଥିବା ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଶୃଙ୍ଖଳା, ସଚ୍ଚୋଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶକୁ ଅତ୍ୟନ୍ତ ସମର୍ପଣର ସହିତ ସେବା କରିବା ପାଇଁ କହିଥାଏ । ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏପ୍ରିଲ ୧୪ ଆମ୍ବେଦକର ଜୟନ୍ତୀ ଅବସରରେ ହରିଆନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
April 12th, 04:48 pm
ଆମ୍ବେଦକର ଜୟନ୍ତୀ ଅବସରରେ ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିଆନା ଗସ୍ତରେ ଯିବେ । ହରିଆନାରେ ସେ ସର୍ବପ୍ରଥମେ ହିସାର ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟରେ ହିସାରରୁ ଅଯୋଧ୍ୟା ପର୍ଯ୍ୟନ୍ତ ବାଣିଜି୍ୟକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏଥିସହ ସେ ହିସାର ବିମାନବନ୍ଦରରେ ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ହିସାରରେ ଏକ ଜନସଭାକୁ ସମ୍ବୋଧିତ କରିବେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ନିର୍ବାଚନ କମିଶନ ସମୟ-ସମୟରେ ମତଦାନ ପ୍ରକ୍ରିୟାକୁ ସୁଦୃଢ଼ କରିଛନ୍ତି : ମନ୍ କୀ ବାତ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
January 19th, 11:30 am
In the 118th episode of Mann Ki Baat, PM Modi reflected on key milestones, including the upcoming 75th Republic Day celebrations and the significance of India’s Constitution in shaping the nation’s democracy. He highlighted India’s achievements and advancements in space sector like satellite docking. He spoke about the Maha Kumbh in Prayagraj and paid tributes to Netaji Subhas Chandra Bose.ପ୍ରୟାଗରାଜରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 13th, 02:10 pm
ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ବ୍ରଜେଶ ପାଠକ ଜୀ, ଉତ୍ତରପ୍ରଦେଶର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସାଥିମାନେ, ପ୍ରୟାଗରାଜର ମେୟର ଏବଂ ଜିଲ୍ଲା ପଞ୍ଚାୟତ ସଭାପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରୟାଗରାଜରେ ପ୍ରାୟ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
December 13th, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।ବିଶ୍ୱ ସମବାୟ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 03:30 pm
ଭୁଟାନର ପ୍ରଧାନମନ୍ତ୍ରୀ, ମୋର ସାନ ଭାଇ, ଫିଜିର ଉପପ୍ରଧାନମନ୍ତ୍ରୀ, ଭାରତର ସମବାୟ ମନ୍ତ୍ରୀ ଅମିତ ଶାହା, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି, ଜାତିସଂଘର ସମସ୍ତ ପ୍ରତିନିଧିଗଣ, ବିଶ୍ଵରୁ ଏଠାକୁ ଆସିଥିବା ସମବାୟ ବିଶ୍ୱ ସହ ଜଡିତ ସମସ୍ତ ସହଯୋଗୀ, ସମଗ୍ର ବିଶ୍ୱର ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ଉଦଘାଟିତ
November 25th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ଦାଶୋ ସେରିଙ୍ଗ ତୋବଗେ, ଫିଜିର ଉପପ୍ରଧାନମନ୍ତ୍ରୀ ମହାମହିମ ମାନୋଆ କାମିକାମିକା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ସୋମ୍ବି ଶାର୍ପ, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି ଶ୍ରୀ ଏରିଏଲ ଗୁଆରକୋ, ବିଭିନ୍ନ ବିଦେଶୀ ଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ଆଇସିଏ ଗ୍ଲୋବାଲ କୋଅପରେଟିଭ୍ ସମ୍ମିଳନୀ ୨୦୨୪ର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ।ମନ୍ କୀ ବାତ୍ ନଭେମ୍ବର 2024
November 24th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।Mission of cleanliness is not a one day ritual but a lifelong ritual: PM Modi
October 02nd, 10:15 am
PM Modi commemorated the 10th anniversary of the Swachh Bharat Mission at Vigyan Bhawan, New Delhi. He launched sanitation projects worth over Rs 9,600 crore and emphasized the movement's significance as a public initiative involving millions of citizens. Highlighting collective efforts and community contributions, PM Modi celebrated the mission as a historic achievement that showcases India's commitment to cleanliness and environmental sustainability. The theme for this year’s campaign is “Swabhav Swachhata, Sanskaar Swachhata.”