ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା

September 22nd, 12:00 pm

ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।

ଆମେରିକାର ଅଗ୍ରଣୀ ବୃତ୍ତିଗତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

June 24th, 07:28 am

ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ(ୟୁଏସଆଇଏସପିଏଫ୍‌) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

ଭାରତ - ଅଷ୍ଟ୍ରେଲିଆ ଆଭାସୀ ସମ୍ମିଳନୀ

March 17th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ୍ ମୋରିସନ୍ ୨୧ ମାର୍ଚ୍ଚ, ୨୦୨୨ରେ ଦ୍ୱିତୀୟ ଭାରତ - ଅଷ୍ଟ୍ରେଲିଆ ଆଭାସୀ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଶିଖର ସମ୍ମିଳନୀ ୪ ଜୁନ୍ ୨୦୨୦ରେ ଅନୁଷ୍ଠିତ ପ୍ରଥମ ଐତିହାସିକ ଆଭାସୀ ଶିଖର ସମ୍ମିଳନୀର ଅନୁକ୍ରମଣିକା ଭାବରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ସମ୍ବନ୍ଧକୁ ଏକ ବ୍ୟାପକ ରଣନୀତିପୂର୍ଣ୍ଣ ଭାଗିଦାରୀତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଳପ୍ରଦ ଆଲୋଚନା

September 24th, 03:45 am

ୱାଶିଂଟନ୍ ଡିସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଏକ ଫଳପ୍ରଦ ବୈଠକ କରିଥିଲେ। ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ଅନେକ ପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କ ସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରାରମ୍ଭିକ ଟିପ୍ପଣୀ

September 24th, 02:15 am

ସର୍ବପ୍ରଥମେ, ମୋତେ ଏବଂ ମୋ ସହିତ ଆସିଥିବା ପ୍ରତିନିଧି ଦଳକୁ ସହୃଦୟତାର ସହିତ ସ୍ୱାଗତ କରିବା ଲାଗି ମୁଁ ଆପଣଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। କିଛି ମାସ ପୂର୍ବରୁ ଆପଣଙ୍କ ସହିତ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରିବା ସୁଯୋଗ ମୋତେ ମିଳିଥିଲା। ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ଏବଂ ଅତି ସ୍ୱାଭାବିକ ଭାବେ ଆପଣଙ୍କ ସହିତ କଥାବାର୍ତ୍ତା କରିବାର ଯେଉଁ ସୁଯୋଗ ମୋତେ ମିଳିଲା ତାହା ମୋର ସବୁଦିନ ମନେ ରହିବ ଏବଂ ମୁଁ ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞ। ଏପରି ଏକ ସମୟ ଥିଲା ଯେତେବେଳେ ଭାରତ କୋଭିଡର ଦ୍ୱିତୀୟ ଲହରୀରେ ପୀଡ଼ିତ ହୋଇ, ସଙ୍କଟରେ ଥିଲା। କିନ୍ତୁ ସେ ସମୟରେ ଯେପରି ଭାବେ ଆତ୍ମୀୟତା ପ୍ରକଟ କରି ଆପଣ ଭାରତ ବିଷୟରେ ଚିନ୍ତା କଲେ, ଯାହା କହିଲେ ଏବଂ ଯେଉଁ ସହାୟତାର ହାତ ବଢ଼ାଇଲେ, ସେଥିପାଇଁ ମୁଁ ପୁଣିଥରେ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ଜଣେ ସଚ୍ଚୋଟ ମିତ୍ର ଭାବେ ଆପଣ ଅତ୍ୟନ୍ତ ସମ୍ବେଦନଶୀଳ ବାର୍ତ୍ତା ଏବଂ ସହଯୋଗ ଯୋଗାଇ ଦେଇଥିଲେ। ସେ ସମୟରେ ଆମେରିକା ସରକାର, କମ୍ପାନୀ ଏବଂ ଭାରତୀୟ ସମୁଦାୟ ସମସ୍ତେ ମିଶି, ଭାରତର ସହାୟତା କରିବା ଲାଗି ଏକଜୁଟ ହୋଇଯାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମଧ୍ୟରେ ବୈଠକ

September 24th, 02:14 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆମେରିକାର ୱାଶିଂଟନ ଡିସିରେ ପହଞ୍ଚିବାର ପ୍ରେସ୍ ବାର୍ତ୍ତା

September 23rd, 05:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ଆମେରିକା ଗସ୍ତରେ ଯାଇ ୱାଶିଂଟନର ଡିସିରେ (ସେପ୍ଟେମ୍ବର ୨୨ତାରିଖ, ସେଠାକାର ସ୍ଥାନୀୟ ସମୟ) ପହଞ୍ଚିଛନ୍ତି ।

Prime Minister's video conference with the Heads of Indian Missions

March 30th, 07:32 pm

Prime Minister Shri Narendra Modi held a videoconference with the Heads of all of India’s Embassies and High Commissions worldwide at 1700 hrs today. This conference—the first such event for Indian Missions worldwide—was convened to discuss responses to the global COVID-19 pandemic.

Social Media Corner 27 June 2017

June 27th, 08:18 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ଆମେରିକା ଆମର ମହତ୍ଵପୂର୍ଣ୍ଣ ସହଯୋଗୀ ବୋଲି ଆମେ ବିବେଚନା କରୁ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ

June 27th, 03:33 am

ଆଜି ମିଡିଆକୁ ସମ୍ବୋଧିତ କରିବା ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଯେ ,ଭାରତ ଆମର ଭଲ ବନ୍ଧୁ । ସେ କହିଲେ ,ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ନେତାଙ୍କ ସ୍ୱାଗତ କରିବା ତାଙ୍କ ପାଇଁ ବହୁତ ସମ୍ମାନର କଥା ଏବଂ ବୈଠକରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ ମିଳିବ । ରାଷ୍ଟ୍ରପତି ଟ୍ରମ୍ପ ଭାରତର ସଂସ୍କୃତି ,ଐତିହ୍ୟ ଏବଂ ପରମ୍ପରା ଏବଂ ଭାରତର ଜନତାଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଲେ ,''ଭାରତ ଏବଂ ଆମେରିକା ସର୍ବଦା ଏକ ବନ୍ଧୁ ହୋଇ ରହିବ ଏବଂ ଉଭୟ ଉଭୟଙ୍କୁ ସମ୍ମାନ କରିବ ।”

ଆମେରିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବୋଲି ଆମେ ବିବେଚନା କରୁ :ପ୍ରଧାନମନ୍ତ୍ରୀ ମୋଦୀ

June 27th, 03:22 am

ଆମେରିକା ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ,'' ଆମେରିକାକୁ ଆମର ପ୍ରମୁଖ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବୋଲି ଆମେ ବିବେଚନା କରୁ ।'' ପ୍ରଧାନମନ୍ତ୍ରୀ କହିଲେ ଯେ ,ବ୍ୟବସାୟ ,ବାଣିଜ୍ୟ ଏବଂ ନିବେଶ ,ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନ ଅର୍ଥବ୍ୟବସ୍ଥା ଭାରତ-ଆମେରିକା ସହଯୋଗର ପ୍ରମୁଖ କ୍ଷେତ୍ର ।

ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ,ହ୍ୱାଇଟ ହାଉସଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କଲେ

June 27th, 01:23 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷତ କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିଛନ୍ତି । ମିଡିଆକୁ ଏକ ସଂକ୍ଷିପ୍ତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ସାଦର ସମ୍ବର୍ଦ୍ଧନା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ,''ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ ହାର୍ଦ୍ଧିକତାର ସହ ସ୍ୱାଗତ କରିଥିଲେ । ମୁଁ ତାଙ୍କୁ ସ୍ୱାଗତ ଲାଗି ଧନ୍ୟବାଦ ଦେଉଛି । ”

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

June 26th, 09:07 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସଙ୍କୁ ସାକ୍ଷାତ କରି ପ୍ରତିରକ୍ଷା ଭାଗିଦାରୀକୁ ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି । ପରେ ,ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ସଚିବ ରେକ୍ସ ଟିଲରସନଙ୍କ ସହ ମଧ୍ୟ ସାକ୍ଷତ କଲେ ଏବଂ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

Through technology driven governance we are creating a modern India: PM Modi

June 25th, 11:43 pm

PM Narendra Modi while interacting with the Indian community in Washington DC said that the diaspora rejoiced whenever there was good news from India, and wanted India to scale newer heights. He appreciated the role played by the diaspora in contributing towards the American economy. The PM also spoke about terrorism, and said the world now understood the threat it posed.

ୱାଂଶିଟନ ଡିସିଠାରେ ଭାରତୀୟ ସମୁଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

June 25th, 11:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଂଶିଟନ ଡିସିଠାରେ ଭାରତୀୟ ସମୁଦାୟର ଲୋକଙ୍କ ସହ ମତବିନିମୟ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର କୌଣସି ଏକ ସୁଖବର ଓ ସଫଳତାରେ ଦରିଆପାରି ଭାରତୀୟ ବଂଶୋଦ୍ଭବମାନେ ଖୁସିରେ ଉତଫୁଲ୍ଲିତ ହୋଇଥାନ୍ତି । ଭାରତ ସଫଳତାର ସିଢ଼ିରେ ଆଗକୁ ବଢ଼ିବା ଲାଗି ସେମାନେ ସଦାସର୍ବଦା କାମନା କରିଥାନ୍ତି । ଆମେରିକୀୟ ଅର୍ଥନୀତିକୁ ସମୃଦ୍ଧି କରିବା ଦିଗରେ ସେମାନଙ୍କ ଭୂମିକାକୁ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ ।

ଆମେରିକା ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

June 25th, 09:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଂଶିଟନ ଡିସିଠାରେ ଏକ ଗୋଲଟେବୁଲ ବୈଠକରେ ଆମେରିକାର 20 ଜଣ ପ୍ରମୁଖ ସିଇଓଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି ।ଏହି ଅବସରରେ ସେ ମାର୍କିନ ସିଇଓମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏବେ ବିଶ୍ୱର ଦୃଷ୍ଟି ନିବଦ୍ଧ । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷିତ ହେବାର ମୁଖ୍ୟ କାରଣ ହେଲା ଏହାର ବିଶାଳ ଯୁବଶକ୍ତି ଓ ମଧ୍ୟମ ବର୍ଗ । ତେଣୁ ବିଶେଷ କରି ଉତ୍ପାଦନ, ବାଣିଜ୍ୟ ଓ ବ୍ୟବସାୟ ଓ ଲୋକ-ଲୋକ ସମ୍ପର୍କ ଉପରେ ସମସ୍ତେ ଆଗ୍ରହୀ ।

PM Modi arrives to a warm welcome in Washington DC

June 25th, 07:55 am

Prime Minister Narendra Modi arrived in Washington DC marking the start of second leg of his three nation tour. The PM would meet the US President Mr. Donald J Trump, hold talks with American CEOs and interact with Indian community during the visit.

ପ୍ରଧାନମନ୍ତ୍ରୀଙ୍କ ୱାସିଂଟନ ଡିସିଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ ଲାଗି ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ବାଣ୍ଟନ୍ତୁ !

June 23rd, 02:42 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ 25 ଏବଂ 26 କୁ 2ଦିବସୀୟ ଆମେରିକା ଗସ୍ତରେ ଯିବେ । ନିଜ ଗସ୍ତ ଅବସରରେ ଶ୍ରୀ ମୋଦୀ 26 ଜୁନରେ ୱାସିଂଟନ ଡିସିଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ୍ତବିନିମୟ କରିବେ । ଯଦି ଆପଣଙ୍କ ପାଖରେ ସମ୍ବୋଧନ ଲାଗି କିଛି ବିଚାର ଏବଂ ଅନ୍ତର୍ଦୃଷ୍ଟି ଅଛି ,ତେବେ ତଳେ ଥିବା ଟିପ୍ପଣୀ ବିଭାଗରେ ସେର କରନ୍ତୁ ,ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ସର୍ବଶ୍ରେଷ୍ଠ ଅନ୍ତର୍ଦୃଷ୍ଟିକୁ ସାମିଲ କରିବେ ।

A strong India-U.S. partnership can anchor peace, prosperity & stability across the world: PM Modi

June 08th, 09:40 pm



Prime Minister's Keynote Speech at 41st AGM of US India Business Council (USIBC)

June 08th, 05:39 am