ବୈଶ୍ୱିକ ଭର୍ଚୁଆଲ ନିବେଶ ରାଉଣ୍ଡଟେବୁଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ବୈଶ୍ୱିକ ଭର୍ଚୁଆଲ ନିବେଶ ରାଉଣ୍ଡଟେବୁଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

November 05th, 07:10 pm

ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଁ ବେଶ୍‌ ଉତଫୁଲ୍ଲିତ ଅନୁଭବ କରୁଛି । ଆମ ସହ ଆପଣମାନେ ସାମିଲ ହେବାକୁ ଆପଣମାନଙ୍କ ମନରେ ଥିବା ଆଗ୍ରହକୁ ଦେଖି ମୁଁ ବିଶେଷ ଆନନ୍ଦିତ । ମୋର ଆଶା ଯେ ପରସ୍ପରର ଆଭିମୁଖ୍ୟ ଦୃଷ୍ଟିକୋଣରୁ ଆମର ଉତ୍ତମ ବୁଝାମଣା ଆପଣମାନଙ୍କ ଯୋଜନା ଏବଂ ଆମର ପରିକଳ୍ପନା ମଧ୍ୟରେ ଏକ ଉତ୍ତର ସମନ୍ୱୟର ବାତାବରଣ ସୃଷ୍ଟି କରିବ ଏବଂ ସେଥିରୁ ଇପସିତ ସୁଫଳ ଅବଶ୍ୟ ମିଳିବ ।

ବୈଶ୍ୱିକ ନିବେଶକ ରାଉଣ୍ଡଟେବୁଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପୌରୋହିତ୍ୟ

ବୈଶ୍ୱିକ ନିବେଶକ ରାଉଣ୍ଡଟେବୁଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପୌରୋହିତ୍ୟ

November 05th, 07:01 pm

ଏହି ରାଉଣ୍ଡଟେବୁଲକୁ ସମ୍ବୋଧିତ କରି ପ୍ରଦାନମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସାରା, ଭାରତ ଯେତେବେଳେ କରୋନା ମହାମାରୀ ସହିତ ସଂଗ୍ରାମ କରିଚାଲିଛି, ସମଗ୍ର ବିଶ୍ୱ ଭାରତର ଏହି ରାଷ୍ଟ୍ରୀୟ ଚରିତ୍ର ଏବଂ ଭାରତର ବାସ୍ତବ ସାମର୍ଥ୍ୟକୁ ଲକ୍ଷ୍ୟ କରୁଛି । ସେ କହିଲେ ଯେ ଏଭଳି ବୈଶ୍ୱିକ ମହାମାରୀ ଆମର ଦାୟିତ୍ୱବୋଧର ବାସ୍ତବ ସ୍ୱରୂପ, ଅନ୍ୟମାନଙ୍କ ପ୍ରତି ଆମ ମନରେ ଥିବା ଅନୁକମ୍ପା ଭାବ, ଜାତୀୟ ଐକ୍ୟ ଏବଂ ଅଭିନବତ୍ୱର ଝଲକ ଦେଖିବାକୁ ପାଇଛି । ଏଭଳି ସ୍ୱଭାବ ପାଇଁ ହିଁ ଭାରତ ସର୍ବତ୍ର ସୁପରିଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନଭେମ୍ବର 5 ତାରିଖରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନଭେମ୍ବର 5 ତାରିଖରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

November 03rd, 06:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 5 ନଭେମ୍ବର, 2020ରେ ଭର୍ଚୁଆଲ ଗ୍ଳୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲ (ଭିଜିଆଇଆର)ରେ ଅଧ୍ୟକ୍ଷତା କରିବେ। ଭାରତ ସରକାରଙ୍କ ଅର୍ଥମନ୍ତ୍ରଣାଳୟ ଏବଂ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ପକ୍ଷରୁ ଏହି ଭିଜିଆଇଆର ଆୟୋଜନ କରାଯାଉଛି। ଏଥିରେ ବିଶ୍ୱର ଅଗ୍ରଣୀ ସଂସ୍ଥାଗତ ନିବେଶକ, ଭାରତୀୟ ବ୍ୟବସାୟିକ ନେତୃବର୍ଗ ଏବଂ ଭାରତ ସରକାର ଓ ଆର୍ଥିକ ବଜାର ନିୟନ୍ତ୍ରକମାନଙ୍କର ସର୍ବୋଚ୍ଚ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରି ବିଶେଷ ଆଲୋଚନାରେ ସମ୍ମିଳିତ ହେବେ। କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ, ଆରବିଆଇ ଗଭର୍ଣ୍ଣର ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି ଅବସରରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।