ବିଶ୍ୱ ଟି-୨୦ ଚାମ୍ପିୟନ ଭାରତୀୟ କ୍ରିକେଟ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଇଂରାଜୀ ଉପସ୍ଥାପନା

July 05th, 04:00 pm

ପ୍ରଧାନମନ୍ତ୍ରୀ-ସାଥିମାନେ, ଆପଣ ସମସ୍ତଙ୍କୁ ସ୍ୱାଗତ ! ଏବଂ ଆମେ ଖୁସି ଯେ ଆପଣମାନେ ଦେଶକୁ ଉତ୍ସାହ ଏବଂ ଉତ୍ସବରେ ଭରି ଦେଇଛନ୍ତି । ତାହା ଦେଖି ଆମକୁ ବହୁତ ଆନନ୍ଦ ଲାଗୁଛି ।ଆପଣ ଦେଶବାସୀଙ୍କ ସମସ୍ତ ଆଶା ଓ ଇଚ୍ଛାକୁ ଜିତିପାରିଛନ୍ତି । ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ । ସାଧାରଣତଃ ମୁଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଫିସରେ କାମ କରିଥାଏ । କିନ୍ତୁ ଏଥର ଟିଭି ମଧ୍ୟ ଚାଲୁଥିଲ।। ଏବଂ ଫାଇଲ୍ କାର୍ଯ୍ୟ ମଧ୍ୟ ଚାଲିଥିଲା, ହେଲେ ମୁଁ ଫାଇଲ କାମ କରିବାରେ ଧ୍ୟାନ ଦେଇ ପାରୁ ନ ଥିଲି । କିନ୍ତୁ ଆପଣମାନେ ଆପଣଙ୍କର ଟିମ୍ ସ୍ପରିଟକୁ ମଧ୍ୟ ପ୍ରଦର୍ଶନ କରିଥିଲେ । ଆପଣଙ୍କର ପ୍ରତିଭାକୁ ମଧ୍ୟ ପ୍ରଦର୍ଶନ କରିପାରିଥିଲେ ଏବଂ ମୁଁ ଧୈର୍ଯ୍ୟ ଦେଖିପାରୁଥିଲି; ସେଠାରେ କୌଣସି ତତ୍ପରତା ନ ଥିଲା । ଆତ୍ମବିଶ୍ୱାସରେ ଆପଣମାନେ ପରିପୂର୍ଣ୍ଣ ଥିଲେ ତେଣୁ ପୁଣି ଥରେ ଆପଣ ସମସ୍ତଙ୍କୁ, ମୋର ସାଥିମାନେ ବହୁତ ବହୁତ ଅଭିନନ୍ଦନ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କିକେଟ ଟିମକୁ ଫୋନ କି ଅଭିନନ୍ଦନ ଜଣଶଇଲେ ପ୍ରଧାନମନ୍ତ୍ରୀ ମୋଦୀ

June 30th, 02:06 pm

ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱ କପ ବିଜେତା ଭାରତୀୟପୁରୁଷ କ୍ରିକେଟ ଟିମକୁ ଫୋନ କରି ଅଭିନନ୍ଦନ ଜଣାଇଲେପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଟୁର୍ଣ୍ଣାମେଣ୍ଟରେ ଟିମଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ମୋଦୀ ପ୍ରଶଂସାକରିଥିଲେ ।

୫୦ତମ ଦିନିକିଆ ଶତକ ହାସଲ କରିଥିବାରୁ ବିରାଟ କୋହଲିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 15th, 08:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବେ ୫୦ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।

ଆଇସିସି ଟି୨୦ ମ୍ୟାଚ ବିଜେତା ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 23rd, 11:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଇସିସି ଟି୨୦ ମ୍ୟାଚରେ ପାକିସ୍ତାନ ବିରୋଧରେ ଲଢୁଆ ବିଜୟ ପାଇଁ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଫିଟ୍ ଇଣ୍ଡିଆ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 24th, 12:01 pm

ଆଜି ଦେଶକୁ ପ୍ରେରଣା ଦେବାଭଳି ଏଭଳି ସାତଜଣ ମହାନୁଭବଙ୍କୁ ମୁଁ ବିଶେଷ ଭାବେ ଆଭାର ବ୍ୟକ୍ତ କରୁଛି , କାରଣ ସେମାନେ ନିଜ ନିଜର କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ସମୟ ବାହାର କରିଛନ୍ତି ଏବଂ ସେମାନଙ୍କର ନିଜର ଅନୁଭବ ସଂପର୍କର ସମସ୍ତଙ୍କୁ ଅବଗତ କରାଇଛନ୍ତି । ଆପଣମାନେ ନିଜ ନିଜର ଫିଟନେସ ସଂପର୍କରେ ଯେଉଁ ଅନୁଭବମାନ ଆମମାନଙ୍କୁ ବାଣ୍ଟିଛନ୍ତି ତାହା ନିଶ୍ଚିତ ଭାବେ ଦେଶର ପ୍ରତ୍ୟେକ ପିଢ଼ିଙ୍କ ସକାଶେ ବେଶ୍ ଉପକାରୀ ହୋଇପାରିବ ବୋଲି ମୁଁ ଅନୁଭବ କରେ । ଆଜିର ଏହି ଆଲୋଚନା ପ୍ରତ୍ୟେକ ବର୍ଗଙ୍କ ପାଇଁ ଏବଂ ଭିନ୍ନ ଭିନ୍ନ ରୁଚି ରଖୁଥିବା ଲୋକମାନଙ୍କ ସକାଶେ ଢ଼େର୍ ଉପଯୋଗୀ ହୋଇପାରିବ । ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।

ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

September 24th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ପ୍ରଥମ ବର୍ଷ ପୂତ୍ତି ଅବସରରେ ଏକ ଭର୍ଚୁଆଲ ସମ୍ମିଳନୀରେ ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ କ୍ରୀଡାବିତ୍‌, ଫିଟ୍‌ନେସ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ କାର୍ଯ୍ୟକ୍ରମରେ ମତ ବିନିମୟ କରିଛନ୍ତି । ଏହି ଫିଟ୍‌ ଇଣ୍ଡିଆ ଡାଇଲଗ୍‌ କାର୍ଯ୍ୟକ୍ରମ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଅଣଆନୁଷ୍ଠାନିକଭାବେ ନିଜର ଅଭିଜ୍ଞତା ଓ ଫିଟ୍‌ନେସ ମନ୍ତ୍ର ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କାର୍ଯ୍ୟକ୍ରମ ଅଣଆନୁଷ୍ଠାନିକ ଢଙ୍ଗରେ ଆୟୋଜିତ ହୋଇଥିଲା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

April 10th, 02:15 pm

ଆପଣଙ୍କ ପ୍ରଥମ ଭାରତ ଗସ୍ତରେ ଆପଣଙ୍କୁ ସ୍ୱାଗତ କରି ଆନନ୍ଦିତ । ଗତ ମାସରେ ଆମେ ବର୍ଡର-ଗାଭାସ୍କର ଟ୍ରଫିର ଏକ ରୋମାଞ୍ଚଭରା ସମାପନ ଦେଖିଛେ । 2014 ମସିହାରେ ଅଷ୍ଟ୍ରେଲିଆ ସଂସଦରେ ମୋର ଭାଷଣରେ ମୁଁ ମହାନ୍ ବ୍ରାଡମ୍ୟାନ୍ ଓ ତେନ୍ଦୁଲକରଙ୍କ ସମ୍ପର୍କରେ କହିଥିଲି । ଆଜି ଭାରତର ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ କ୍ରିକେଟରେ ଯୁବ ବିଗ୍ରେଡକୁ ରୂପ ଦେଉଛନ୍ତି । ମୋର ଆଶା ଯେ ଆପଣଙ୍କ ଭାରତ ଗସ୍ତ ଷ୍ଟିଭେନ୍ ସ୍ମିଥଙ୍କ ବ୍ୟାଟିଂ ଭଳି ଅନ୍ୟ ଜଣେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଭାବେ ଫଳପ୍ରଦ ହେବ ।

PM Modi appreciates Cricketer Virat Kohli's efforts towards Swachh Bharat initiative

October 07th, 08:07 pm

PM Narendra Modi appreciated cricketer Virat Kohli for his efforts towards Swachh Bharat initiative. The PM tweeted saying, Dear Virat Kohli, saw your #MyCleanIndia moment on ABP news. A small but powerful gesture that will surely inspire everyone.