ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ
October 29th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ କରିବେ । ୩୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ବେଳେ ସେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୩୧ ତାରିଖ ସକାଳ ଆଠଟାରେ ଶ୍ରୀ ମୋଦୀ କେଭାଡିଆ ଯାଇ ଏକତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେ ମଧ୍ୟ ସେଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ପରେ ସେ ୯୮ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।ଗୁଜରାଟରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 16th, 04:05 pm
ମନ୍ତ୍ରୀ ପରିଷଦରେ ମୋର ସାଥୀ ଏବଂ ଗାନ୍ଧୀନଗରର ସାଂସଦ ଶ୍ରୀମାନ ଅମିତ ଶାହ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ନିତୀନ ଭାଇ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ ମହାଶୟା, ଗୁଜରାଟ ସରକାରଙ୍କର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସିଆର ପାଟିଲ ମହାଶୟ, ଅନ୍ୟ ସାଂସଦଗଣ, ବିଧାୟକ ଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ନମସ୍କାର।ଗୁଜରାଟରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
July 16th, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପକୁ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଗୁଜରାଟ ସାଇନ୍ସ ସିଟି ଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରୀ ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ସେ ଉଦଘାଟନ କରିଥିଲେ। ସେ ମଧ୍ୟ ଦୁଇଟି ଟ୍ରେନ ଯଥା:- ଗାନ୍ଧୀନଗର କ୍ୟାପିଟାଲ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ଗାନ୍ଧୀନଗର କ୍ୟାପିଟାଲ ଓ ଭେରେଠା ମଧ୍ୟରେ ମେମୁ ସେବାର ଉଦଘାଟନ କରିଥିଲେ।ପ୍ରଧାନମନ୍ତ୍ରୀ ଜୁଲାଇ ୧୬ରେ ଗୁଜରାଟରେ ଅନେକ ପ୍ରକଳ୍ପ ଉଦଘାଟନ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
July 14th, 06:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ଜୁଲାଇ ୧୬ ତାରିଖରେ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଗୁଜରାଟରେ ରେଳପଥର ଅନେକ ପ୍ରମୁଖ ପ୍ରକଳ୍ପ ଉଦଘାଟନ କରି ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ସେ ଗୁଜରାଟ ସାଇନ୍ସ ସିଟିରେ ଆକ୍ୱାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ନେଚର ପାର୍କକୁ ମଧ୍ୟ ଉଦଘାଟନ କରିବେ ।