ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
November 30th, 05:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାୟପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ତିନି ଦିନିଆ ସମ୍ମିଳନୀର ବିଷୟବସ୍ତୁ ‘ବିକଶିତ ଭାରତ: ସୁରକ୍ଷା ପରିଦୃଶ୍ୟ’।କର୍ଣ୍ଣାଟକ ଉଡୁପି ଶ୍ରୀକୃଷ୍ଣ ମଠରେ ‘ଲକ୍ଷ କଣ୍ଠ ଗୀତା ପାରାୟଣ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 28th, 11:45 am
ମୁଁ ମୋ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ, କିଛି ପିଲା ଏଠାରେ କିଛି ଫଟୋ ନେଇ ଆସିଛନ୍ତି। ଏସ୍ପିଜି ଓ ସ୍ଥାନୀୟ ପୁଲିସକର୍ମୀ ଦୟାକରି ସେଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତୁ। ଯଦି ଆପଣ ଫଟୋ ପଛରେ ଆପଣଙ୍କର ଠିକଣା ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଧନ୍ୟବାଦ ପତ୍ର ପଠାଇବି। ଯେଉଁମାନେ କିଛି ସାଙ୍ଗରେ ନେଇ ଆସିଛନ୍ତି, ଦୟାକରି ସେମାନଙ୍କୁ ଦେଇଦିଅନ୍ତୁ; ସେମାନେ ତାହା ସଂଗ୍ରହ କରିନେବେ। ଆପଣ ଏଠାରେ ଆରାମରେ ବସନ୍ତୁ। ଏହି ପିଲାମାନେ ଅନେକ ସମୟରେ ବହୁତ କଠିନ ପରିଶ୍ରମ କରିଥାଆନ୍ତି, କିନ୍ତୁ ବେଳେବେଳେ ସେମାନଙ୍କ ପ୍ରତି ମୋ ଦ୍ୱାରା ଅନ୍ୟାୟ ହୋଇଯାଏ, ଏଥିପାଇଁ ମୁଁ ବହୁତ ଦୁଃଖ ପାଏ।କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍ ଭଗବଦ୍ ଗୀତାର ମନ୍ତ୍ରୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀର୍ବାଦ ପାଇବା ସହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 10:20 am
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ , ଜାତୀୟ ସ୍ଵୟଂ ସେବକ ସଂଘର ପରମ ପୂଜ୍ୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ , ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ , ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ପୂଜ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ ଜୀ , ପୂଜ୍ୟ ସନ୍ଥ ସମାଜ , ଏଠାରେ ଉପସ୍ଥିତ ସମସ୍ତ ଭକ୍ତ , ଦେଶ ଏବଂ ବିଶ୍ଵ ସ୍ତରରୁ ଏଠାକୁ ଆସି ଏହା ଐତିହାସିକ ମୁହୂର୍ତ୍ତ ର ସାକ୍ଷୀ ହୋଇଥିବା ପରମ ରାମ ଭକ୍ତ , ମହିଳାମାନେ ଏବଂ ଭଦ୍ରବ୍ୟକ୍ତି ଗଣ !ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ୱଜାରୋହଣ ଉତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 25th, 10:13 am
ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଆନୁଷ୍ଠାନିକ ଭାବରେ ଏକ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଧ୍ୱଜାରୋହଣ ଉତ୍ସବ ମନ୍ଦିର ନିର୍ମାଣର ଆନୁଷ୍ଠାନିକ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଓ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ପ୍ରତୀକ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାର ଆଉ ଏକ ଶିଖରର ସାକ୍ଷୀ ହେଉଛି। ଆଜି ସମଗ୍ର ଭାରତ ଏବଂ ସମଗ୍ର ବିଶ୍ୱ ପ୍ରଭୁ ଶ୍ରୀ ରାମଙ୍କ ଭାବନାରେ ସମ୍ପୂର୍ଣ୍ଣ ରାମମୟ ହୋଇ ଉଠିଛି । ଶ୍ରୀ ମୋଦୀ କହିଛନ୍ତି, ପ୍ରତ୍ୟେକ ରାମ ଭକ୍ତଙ୍କ ହୃଦୟରେ ଆଜି ଅନନ୍ୟ ସନ୍ତୋଷ, ଅସୀମ କୃତଜ୍ଞତା ଏବଂ ଅପାର ଦିବ୍ୟ ଆନନ୍ଦ ରହିଛି। ସେ କହିଛନ୍ତି, ଶହ ଶହ ବର୍ଷ ପୁରୁଣା କ୍ଷତ ସୁସ୍ଥ ହେଉଛି। ଅନେକ ଶତାବ୍ଦୀର ଯନ୍ତ୍ରଣା ଶେଷ ହେଉଛି ଏବଂ ଶହ ଶହ ବର୍ଷର ସଂକଳ୍ପ ଆଜି ସିଦ୍ଧି ଲାଭ କରୁଛି। ସେ କହିଛନ୍ତି, ଏହା ଏକ ଯଜ୍ଞର ପରିଣାମ ଯାହାର ଅଗ୍ନି ପାଞ୍ଚ ଶହ ବର୍ଷ ଧରି ପ୍ରଜ୍ଜ୍ୱଳିତ ରହିଥିଲା। ଏହି ଯଜ୍ଞର ବିଶ୍ୱାସ କେବେ ଟଳମଳ ହୋଇନଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ବିଶ୍ୱାସ ଭାଙ୍ଗି ନଥିଲା। ଆଜି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ସ୍ଥାନର ଅସୀମ ଶକ୍ତି ଏବଂ ଶ୍ରୀରାମଙ୍କ ପରିବାରର ଦିବ୍ୟ ମହିମା ଏହି ଧର୍ମଧ୍ୱଜ ରୂପରେ ସବୁଠାରୁ ଦିବ୍ୟ ଓ ମହାନ ମନ୍ଦିରରେ ପ୍ରତିଷ୍ଠିତ ହୋଇଛି।ରାଷ୍ଟ୍ରୀୟ ଗୀତ'ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବର୍ଷବ୍ୟାପୀ ସମାରୋହର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 07th, 10:00 am
ବନ୍ଦେ ମାତରମ୍, ଏହି ଶବ୍ଦଗୁଡ଼ିକ ହେଉଛି ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ, ଏକ ସଂକଳ୍ପ। ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ହେଉଛି ମା’ ଭାରତୀଙ୍କ ସାଧନା, ମା’ଭାରତୀଙ୍କ ଆରାଧନା । ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ଆମକୁ ଇତିହାସ ଭିତରକୁ ନେଇଯାଇଥାଏ। ଏହା ଆମର ଆତ୍ମବିଶ୍ୱାସକୁ, ଆମର ବର୍ତ୍ତମାନକୁ, ଆତ୍ମବିଶ୍ୱାସରେ ଭରି ଦେଇଥାଏ, ଏବଂ ଆମ ଭବିଷ୍ୟତକୁ ଏକ ନୂତନ ସାହସ ଦେଇଥାଏ ଯେ ଏମିତି କୌଣସି ସଂକଳ୍ପ ନାହିଁ, ଯାହା ପୂରଣ ହୋଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଆମେ ଭାରତବାସୀ ହାସଲ କରିପାରିବୁ ନାହିଁ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି
November 07th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।ନୟା ରାୟପୁରରେ ଛତିଶଗଡ଼ ବିଧାନ ସଭାର ନୂତନ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 01st, 01:30 pm
ଛତିଶଗଡ଼ର ରାଜ୍ୟପାଳ ରମଣ ଡେକା ଜୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଜୀ, ଛତିଶଗଡ଼ ବିଧାନସଭାର ଅଧ୍ୟକ୍ଷ ମୋର ବନ୍ଧୁ ରମଣ ସିଂହ ଜୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, କେନ୍ଦ୍ର ସରକାରରେ ଥିବା ମୋର ସହଯୋଗୀ ମନ୍ତ୍ରୀ ତୋଖନ ସାହୁ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଜୀ, ଅରୁଣ ସାୱ ଜୀ, ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ ଏବଂ ଏଠାରେ ଥିବା ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ନୟା ରାୟପୁରରେ ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କରିଛନ୍ତି
November 01st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ରାଜ୍ୟ ବିଧାନସଭାର ନୂତନ କୋଠା ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଛତିଶଗଡ଼ର ବିକାଶ ଯାତ୍ରା ପାଇଁ ଏକ ସୁବର୍ଣ୍ଣ ଆରମ୍ଭ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ବ୍ୟକ୍ତିଗତ ଭାବର ଏହା ତାଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଭୂମି ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କ ଉପରେ ମତ ଦେଇଥିଲେ, ଯାହା ଦଶନ୍ଧି ଧରି ପାଳିତ ହୋଇଥିଲା। ଜଣେ ଦଳୀୟ କର୍ମୀ ଭାବରେ ତାଙ୍କ ସମୟକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ସେ ଛତିଶଗଡ଼ରେ ବହୁତ ସମୟ ବିତାଇଥିଲେ ଏବଂ ବହୁତ କିଛି ଶିଖିଥିଲେ। ସେ ଛତିଶଗଡ଼ର ଦୃଷ୍ଟିକୋଣ, ଏହାର ସୃଷ୍ଟି ପାଇଁ ସଂକଳ୍ପ ଏବଂ ସେହି ସଂକଳ୍ପର ପୂରଣକୁ ଆହୁରି ମନେ ପକାଇ କହିଥିଲେ ଛତିଶଗଡ଼, ପରିବର୍ତ୍ତନର ପ୍ରତ୍ୟେକ ମୁହୂର୍ତ୍ତର ସେ ସାକ୍ଷୀ ଅଛନ୍ତି। ରାଜ୍ୟ ଏହାର ୨୫ ବର୍ଷର ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟରେ ପହଞ୍ଚିବା ସହିତ, ଏହି ମୁହୂର୍ତ୍ତର ଅଂଶ ହେବାର ସୁଯୋଗ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ। ରୌପ୍ୟ ଜୟନ୍ତୀ ପାଳନ ଅବସରରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ ନୂତନ ବିଧାନସଭା କୋଠା ଉଦଘାଟନ କରିବାର ସୁଯୋଗ ତାଙ୍କୁ ମିଳିଛି। ଏହି ଅବସରରେ ସେ ଛତିଶଗଡ଼ର ଜନସାଧାରଣ ଏବଂ ରାଜ୍ୟ ସରକାରଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।An RSS shakha is a ground of inspiration, where the journey from 'me' to 'we' begins: PM Modi
October 01st, 10:45 am
In his address at the centenary celebrations of the Rashtriya Swayamsevak Sangh (RSS), PM Modi extended his best wishes to the countless swayamsevaks dedicated to the resolve of national service. He announced that, to commemorate the occasion, the GoI has released a special postage stamp and a coin. Highlighting the RSS’ five transformative resolutions, the PM remarked that in times of calamity, swayamsevaks are among the first responders.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 01st, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆଜି ମହାନବମୀ ଏବଂ ଦେବୀ ସିଦ୍ଧିଦାତ୍ରୀଙ୍କ ଦିବସ। ସେ ଉଲ୍ଲେଖ କରିଥିଲେ ଯେ ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ, ଯାହା ଭାରତୀୟ ସଂସ୍କୃତିର ଚିରନ୍ତନ ଘୋଷଣାର ପ୍ରତୀକ: ଅନ୍ୟାୟ ଉପରେ ନ୍ୟାୟ, ମିଥ୍ୟା ଉପରେ ସତ୍ୟ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂର୍ବେ ଏପରି ଏକ ପବିତ୍ର ଅବସରରେ ପ୍ରତିଷ୍ଠିତ ହୋଇଥିଲା ଏବଂ କହିଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ। ସେ କହିଛନ୍ତି ଯେ ଏହା ହଜାର ହଜାର ବର୍ଷ ପୁରୁଣା ଏକ ପ୍ରାଚୀନ ପରମ୍ପରାର ପୁନରୁଦ୍ଧାର, ଯେଉଁଥିରେ ଜାତୀୟ ଚେତନା ପ୍ରତ୍ୟେକ ଯୁଗର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ନୂତନ ରୂପରେ ନିଜକୁ ପ୍ରକାଶ କରେ। ସେ କହିଛନ୍ତି ଯେ ଏହି ଯୁଗରେ, ସଂଘ ସେହି ଅନନ୍ତ ଜାତୀୟ ଚେତନାର ଏକ ସଦ୍ଗୁଣ ପ୍ରତିମୂର୍ତ୍ତି।ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 25th, 10:22 am
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ , ଶିଳ୍ପ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ।ଗ୍ରେଟର ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 25th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ‘ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ -୨୦୨୫’କୁ ଉଦଘାଟନ ଏବଂ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀରେ ଯୋଗ ଦେଇଥିବା ସମସ୍ତ ବ୍ୟବସାୟୀ, ନିବେଶକ, ଉଦ୍ୟୋଗୀ ଏବଂ ଯୁବ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨,୨୦୦ ରୁ ଅଧିକ ପ୍ରଦର୍ଶକ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଏହି ବାଣିଜ୍ୟ ପ୍ରଦର୍ଶନୀର ସଂସ୍କରଣ ପାଇଁ ଋଷ ଦେଶ ଅଂଶୀଦାର ବୋଲି ଆଲୋକପାତ କରିଛନ୍ତି, ଯାହା ଏକ ପରୀକ୍ଷିତ ସହଭାଗୀ ସୁଦୃଢ଼ତାର ଗୁରୁତ୍ୱ ବହନ କରୁଛି। ସେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସରକାରୀ ସହକର୍ମୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଅବସରଟି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ସହିତ ସମ୍ପୃକ୍ତ ଅଟେ, ଯିଏ ସମାଜର ସବୁଠୁ ପଛରେ ପଡ଼ିଥିବା ବ୍ୟକ୍ତିଙ୍କ ଉନ୍ନତି ପାଇଁ - ଅନ୍ତ୍ୟୋଦୟ ପଥ ଉପରେ ଦେଶକୁ ନେତୃତ୍ୱ ଦେଇଥିଲେ। ସେ ଜୋର ଦେଇ କହିଛନ୍ତି ଯେ, ଅନ୍ତ୍ୟୋଦୟ ଅର୍ଥ ହେଉଛି ବିକାଶକୁ ତ୍ରୁଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା, ସମସ୍ତ ପ୍ରକାରର ଭେଦଭାବକୁ ଦୂର କରିବା। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ଭାରତ ବର୍ତ୍ତମାନ ଏହି ସମାବେଶୀମୂଳକ ଉନ୍ନତିର ମଡେଲ୍କୁ ବିଶ୍ୱ ସାମ୍ନାରେ ଏକ ଉଦାହରଣ ଭାବରେ ପ୍ରଦର୍ଶନ କରୁଛି।ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 22nd, 11:36 am
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କେ.ଟି ପରନାୟକ ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, କିରେନ ରିଜିଜୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୋର ସାଥୀ ସାଂସଦ ନବମ ରେବିଆ ଜୀ ଏବଂ ତାପିର ଗାଓ ଜୀ, ସମସ୍ତ ବିଧାୟକଗଣ, ଅନ୍ୟ ଜନ ପ୍ରତିନିଧିଗଣ, ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ !ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 22nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 21st, 06:09 pm
ଶକ୍ତି ପୂଜାର ପର୍ବ ନବରାତ୍ରୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା! ନବରାତ୍ରୀର ପ୍ରଥମ ଦିନରୁ, ଦେଶ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ପଦକ୍ଷେପ ନେଉଛି। ଆସନ୍ତାକାଲି, ସେପ୍ଟେମ୍ବର 22 ତାରିଖ ସୂର୍ଯ୍ୟୋଦୟ ସହିତ ନବରାତ୍ରୀର ପ୍ରଥମ ଦିନଠାରୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆସନ୍ତାକାଲିଠାରୁ ଦେଶରେ ଏକ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ଜିଏସଟି ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକୁ ଅଧିକ ସହଜରେ କିଣିପାରିବେ। ଆମ ଦେଶର ଗରିବ, ମଧ୍ୟବିତ୍ତ ବର୍ଗର ଲୋକ, ନବମଧ୍ୟବିତ୍ତ ବର୍ଗ, ଯୁବବର୍ଗ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ, ସମସ୍ତେ ଏହି ସଞ୍ଚୟ ମହୋତ୍ସବରୁ ବହୁତ ଲାଭ ପାଇବେ। ଏହାର ଅର୍ଥ ହେଉଛି ଏହି ପାର୍ବଣ ଋତୁରେ ସମସ୍ତଙ୍କୁ କିଛି ମିଠା ଖାଇବାକୁ ମିଳିବ ଏବଂ ଦେଶର ପ୍ରତ୍ୟେକ ପରିବାର ଆଶୀର୍ବାଦ ପାଇବେ। ମୁଁ ଆଗାମୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହି ସଞ୍ଚୟ ମହୋତ୍ସବ ପାଇଁ ଦେଶର କୋଟି କୋଟି ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟ କରିବା ସହଜ ହେବ, ନିବେଶ ଅଧିକ ଆକର୍ଷଣୀୟ ହେବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟକୁ ସମାନ ଅଂଶୀଦାର କରିବ।ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 21st, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଏବଂ ମଧୁରତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ପରିବାରକୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବ।India's coastlines will become gateways to the nation's prosperity: PM Modi in Bhavnagar
September 20th, 11:00 am
At the inauguration of ₹34,200 crore development works in Bhavnagar, PM Modi recalled India’s historic strength as a maritime power and shipbuilding hub. Blaming Congress for the collapse of shipbuilding ecosystem, he said that with the vision of self-reliance, the maritime sector is now advancing towards next-gen reforms. He noted that India accounts for 10% of global maritime trade and set a goal to triple this share by 2047.ଗୁଜରାଟର ଭାବନଗରରେ 'ସମୁଦ୍ର ସେ ସମୃଦ୍ଧି' କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 20th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭାବନଗରରେ ୩୪,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦ୍ର ସେ ସମୃଦ୍ଧି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କୁ ପଠାଯାଇଥିବା ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଲୋକଙ୍କଠାରୁ ତାଙ୍କୁ ମିଳିଥିବା ସ୍ନେହକୁ ଶକ୍ତିର ଏକ ମହାନ ଉତ୍ସ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଦେଶ ବିଶ୍ୱକର୍ମା ଜୟନ୍ତୀରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ, ଅର୍ଥାତ୍ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପଖୱାଡା (ସେବା ପକ୍ଷ) ପାଳନ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦୁଇରୁ ତିନି ଦିନ ମଧ୍ୟରେ ଗୁଜରାଟରେ ଅନେକ ସେବାମୂଳକ କାର୍ଯ୍ୟକଳାପ ହୋଇଛି। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଶହ ଶହ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ଏକ ଲକ୍ଷ ଲୋକ ରକ୍ତଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ସହରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଲକ୍ଷ ଲକ୍ଷ ନାଗରିକ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ରାଜ୍ୟବ୍ୟାପୀ ୩୦,୦୦୦ ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି, ଯେଉଁଠାରେ ଜନସାଧାରଣ, ବିଶେଷକରି ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା କରାଯାଉଛି। ସେ ଦେଶବ୍ୟାପୀ ସେବା କାର୍ଯ୍ୟରେ ଜଡିତ ସମସ୍ତଙ୍କ ପ୍ରତି ତାଙ୍କର କୃତଜ୍ଞତା ଏବଂ କୃତଜ୍ଞତା ପ୍ରକାଶ କରିଛନ୍ତି।ଆସାମର ଦରାଙ୍ଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 14th, 11:30 am
ଅହୋମର ବିକାଶ ଯାତ୍ରାର ଏଇ ଐତିହାସିକ ଦିନଟୁତ ଦରଙ୍ଗବାସିର ଲାଁଗତେ, ହମାଁଗ୍ର ଅଁହୋମବାସିକ ମୟ ଆନ୍ତରିକ ଓଲୋଗ ଆରୁ ଅଭିନୋନ୍ଦୋନ ଜୋନାଇଶୁ।