I consider industry, and also the private sector of India, as a powerful medium to build a Viksit Bharat: PM Modi at CII Conference

July 30th, 03:44 pm

Prime Minister Narendra Modi attended the CII Post-Budget Conference in Delhi, emphasizing the government's commitment to economic reforms and inclusive growth. The PM highlighted various budget provisions aimed at fostering investment, boosting infrastructure, and supporting startups. He underscored the importance of a self-reliant India and the role of industry in achieving this vision, encouraging collaboration between the government and private sector to drive economic progress.

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା 'ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 30th, 01:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ 'ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍ ୨୦୨୪-୨୫ ସମ୍ମିଳନୀ'ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଅଭିବୃଦ୍ଧି ପାଇଁ ସରକାରଙ୍କ ବୃହତ ଦୃଷ୍ଟିକୋଣ ଏବଂ ଶିଳ୍ପର ଭୂମିକା ପାଇଁ ରୂପରେଖ ଉପସ୍ଥାପନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ଉଦ୍ୟୋଗୀ, ସରକାରୀ ଅଧିକାରୀ, କୂଟନୀତିଜ୍ଞ ଏବଂ ଚିନ୍ତକଙ୍କ ସମେତ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିବା ବେଳେ ଦେଶ ବିଦେଶର ବିଭିନ୍ନ ସିଆଇଆଇ କେନ୍ଦ୍ରରୁ ଅନେକ ଯୋଡି ହୋଇଥିଲେ।

ଜୁଲାଇ ୩୦ରେ ସିଆଇଆଇର ବଜେଟ୍ ପରବର୍ତ୍ତୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

July 29th, 12:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ଜୁଲାଇ ୨୦୨୪ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ବିକଶିତ ଭାରତ ଦିଗରେ ଯାତ୍ରା : ୨୦୨୪-୨୫ କେନ୍ଦ୍ର ବଜେଟ୍ ପରବର୍ତ୍ତୀ ସମ୍ମିଳନୀ’ ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ।

ଫେବୃଆରୀ ୩ ରେ ସିଏଲଇଏ –କମନୱେଲ୍ଥ ଆଟର୍ଣ୍ଣି ଏବଂ ସଲିସିଟର ଜେନେରାଲ ସମ୍ମିଳନୀ ୨୦୨୪ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 02nd, 11:10 am

ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି 'ନ୍ୟାୟ ପ୍ରଦାନରେ ସୀମାପାର ଆହ୍ୱାନ'। ଏହି ସମ୍ମିଳନୀରେ ନ୍ୟାୟିକ ପରିବର୍ତ୍ତନ ଏବଂ ଆଇନ ଅଭ୍ୟାସର ନୈତିକ ଦିଗ ଭଳି ଆଇନ ଓ ନ୍ୟାୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ; କାର୍ଯ୍ୟନିର୍ବାହୀ ଉତ୍ତରଦାୟିତ୍ୱ; ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଧୁନିକ ଆଇନ ଶିକ୍ଷାର ପୁନଃସମୀକ୍ଷା କରିଥିଲେ ।

ଡିସେମ୍ବର ୨୫ରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି'କୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

December 24th, 07:47 pm

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିସେମ୍ବର ୨୫, ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି'ର ୧୧ଖଣ୍ଡର ପ୍ରଥମ ସିରିଜ୍ ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ‘ଅନ୍ତର୍ଜାତୀୟ ଆଇନଜୀବୀ’ ସମ୍ମିଳନୀ-୨୦୨୩ ଉଦଘାଟନ କରିବେ

September 22nd, 02:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’ ଉଦଘାଟନ କରିବେ । ଏହି ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ ।

ଏପ୍ରିଲ ୩ତାରିଖରେ ସିବିଆଇର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

April 02nd, 10:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଏପ୍ରିଲରେ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ।

ଆଇଟିୟୁ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 22nd, 03:34 pm

ଆଜିକାର ଦିନ ହେଉଛି ବହୁତ ବିଶେଷ, ହେଉଛି ବହୁତ ପବିତ୍ର। ଆଜିଠାରୁ ‘ହିନ୍ଦୁ କ୍ୟାଲେଣ୍ଡର’ର ନୂତନ ବର୍ଷ ଆରମ୍ଭ ହୋଇଛି । ମୁଁ ଆପଣ ସମସ୍ତଙ୍କୁ ଆଉ ସମସ୍ତ ଦେଶବାସୀଙ୍କୁ ବିକ୍ରମ ସମ୍ବତ 2080ର ବହୁତ- ବହୁତ ଶୁଭକାମନା ଜଣାଉଛି । ଆମର ଏତେ ବିଶାଳ ଦେଶରେ, ବିବିଧତାରେ ଭରି ରହିଥିବା ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭିନ୍ନ- ଭିନ୍ନ କ୍ୟାଲେଣ୍ଡର ପ୍ରଚଳିତ ରହି ଆସିଛି। କୋଲ୍ଲମ କାଳର ହେଉଛି ମଲୟାଲମ କ୍ୟାଲେଣ୍ଡର, ହେଉଛି ତାମିଲ କ୍ୟାଲେଣ୍ଡର, ଯାହା ହଜାର- ହଜାର ବର୍ଷରୁ ଭାରତକୁ ତିଥି ସମ୍ବନ୍ଧିୟ ଜ୍ଞାନ ପ୍ରଦାନ କରି ଆସିଛି । ବିକ୍ରମ ସମ୍ବତ ମଧ୍ୟ 2080 ବର୍ଷ ପୂର୍ବରୁ ଚାଲି ଆସୁଛି । ଗ୍ରୀଗୋରିୟନ କ୍ୟାଲେଣ୍ଡରରେ ମଧ୍ୟ ଏବେ ବର୍ଷ 2023 ଚାଲୁ ରହିଛି, କିନ୍ତୁ ବିକ୍ରମ ସମ୍ବତ ହେଉଛି ତା’ଠାରୁ ମଧ୍ୟ 57 ବର୍ଷ ପୂର୍ବର। ମୁଁ ଖୁସି ଯେ ନବବର୍ଷର ପ୍ରଥମ ଦିନ ଟେଲିକମ୍, ଆଇସିଟି ଏବଂ ଏହା ସହିତ ଜଡ଼ିତ ନବସୃଜନକୁ ନେଇ ଏକ ବହୁତ ବଡ଼ ଶୁଭାରମ୍ଭ ଭାରତରେ ହେଉଅଛି । ଆଜି ଏଠାରେ ଅନ୍ତରାଷ୍ଟ୍ରୀୟ ଟେଲି- କମ୍ୟୁନିକେସନ୍ ୟୁନିୟନ (ଆଇଟିୟୁ)ର ଆଞ୍ଚଳିକ କାର୍ଯ୍ୟାଳୟ ଆଉ କେବଳ ଆଞ୍ଚଳିକ କାର୍ଯ୍ୟାଳୟ ନୁହେଁ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ସ୍ଥାପନା ହୋଇଛି। ଏହା ସହିତ ହିଁ ଆଜି 6-G ପରୀକ୍ଷାର ଜ୍ଞାନକୌଶଳର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ଟେକ୍ନୋଲୋଜି ସହିତ ଆମର ଭିଜନ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯାଇଛି । ଏହା ଡିଜିଟାଲ ଭାରତକୁ ନୂତନ ଉର୍ଜ୍ଜା ଦେବା ସହିତ ହିଁ ଦକ୍ଷିଣ ଏସିଆ ପାଇଁ, ଗ୍ଲୋବାଲ ସାଉଥ ପାଇଁ, ନୂତନ ସମାଧାନ, ନୂତନ ନବସୃଜନ ନେଇକରି ଆସିବ । ବିଶେଷ କରି ଆମର ଶୈକ୍ଷିକ, ଆମର ନବାଚାର- ଷ୍ଟାର୍ଟ ଅପ୍ସ, ଆମର ଶିଳ୍ପ ପାଇଁ ଏହାଦ୍ୱାରା ଅନେକ ନୂତନ ସୁଯୋଗ ସୃଷ୍ଟି ହେବ।

ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

March 22nd, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ) କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ସେ କଲ୍‍ ବିଫୋର ୟୁ ଡିଗ୍”’ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମାର୍ଚ୍ଚ ୨୦୨୨ ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।

ମାର୍ଚ୍ଚ ୨୨ ତାରିଖରେ ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

March 21st, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୧୨:୩୦ ରେ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ଭାରତରେ ନୂତନ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ)ର ସ୍ଥାନୀୟ କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ଆରଆଣ୍ଡଡି ପରୀକ୍ଷାଗାର ଶୁଭାରମ୍ଭ କରିବେ । ସେ କଲ ବିଫୋର ୟୁ ଡିଗ୍‍” ଆପ୍‌ର ମଧ୍ୟ ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୦ରେ ଜାତୀୟ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ମଂଚର ତୃତୀୟ ଅଧିବେଶନ ଉଦଘାଟନ କରିବେ

March 09th, 04:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୦,୨୦୨୩ ଅପରାହ୍ନ ୪.୩୦ରେ ବିଜ୍ଞାନ ଭବନ, ନୂଆଦିଲ୍ଲୀ ଠାରେ ଜାତୀୟ ବିପର୍ଯ୍ୟୟ କ୍ଷୟକ୍ଷତି ପ୍ରଶମନ ମଂଚ(ଏନପିଡିଆରଆର)ର ତୃତୀୟ ଅଧିବେଶନକୁ ଉଦଘାଟନ କରିବେ । ଏହି ମଂଚର ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ରହିଛି “ବିଲ୍ଡିଂ ଲୋକାଲ ରେସିଲିଏନ୍ସ ଇନ ଏ ଚେଞ୍ଜିଂ କ୍ଲାଇମେଟ ।”

ନୂଆଦିଲ୍ଲୀ ଠାରେ ଲଛିତ ବରଫୁକନଙ୍କର ୪ଠଠ ତମ ଜୟନ୍ତୀର ବର୍ଷବ୍ୟାପି ଚାଲିବାକୁ ଥିବା ସମାରୋହର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

November 25th, 11:00 am

ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଜୀ, କେନ୍ଦ୍ର ମନ୍ତ୍ରି ପରିଷଦର ଅଧ୍ୟକ୍ଷ ଶ୍ରୀମାନ ବିଶ୍ୱଜିତ ଜୀ, ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ, ତପନ କୁମାର ଗୋଗେଇ ଜୀ, ଆସାମ ସରକାରଙ୍କ ମନ୍ତ୍ରୀ ପୀୟୁଷ ହଜାରିକା ଜୀ, ସାଂସଦ ଗଣ ଏବଂ ଏହି କାର୍ଯ୍ୟକ୍ରମରେ ସାମିଲ ଏବଂ ଦେଶ ବିଦେଶରେ ଆମ ସଂସ୍କୃତି ସହ ଜଡ଼ିତ ସମସ୍ତ ମହାନୁଭବ ।

ଲଛିତ ବରଫୁକନଙ୍କ ୪ଠଠତମ ଜୟନ୍ତୀର ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 25th, 10:53 am

ଲଛିତ ବରଫୁକନଙ୍କ ୪ଠଠ ତମ ଜୟନ୍ତୀର ଏକ ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୫-୧୧-୨ଠ୨୨) ନୂଆଦିଲ୍ଲୀ ଠାରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନଙ୍କ’ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି ।

ନଭେମ୍ବର ୨୫ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

November 24th, 11:51 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୨୫ ନଭେମ୍ବର, ୨୦୨୨ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ନଭେମ୍ବର ୩ ତାରିଖରେ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

November 02nd, 04:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ନଭେମ୍ବର ୨ରେ ‘ଇନ୍ - ସିଟୁ ବସ୍ତି ପୁନର୍ବାସ ପ୍ରକଳ୍ପ’ ଅନ୍ତର୍ଗତ ଦିଲ୍ଲୀର କାଲକାଜୀରେ ୩୦୨୪ଟି ନୂତନ ନିର୍ମିତ ଫ୍ଲାଟ୍‌ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

November 01st, 05:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୦୨ ନଭେମ୍ବର ୨୦୨୨ରେ ଅପରାହ୍ନ ୪.୩୦ ଟା ସମୟରେ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏକ କାର୍ଯ୍ୟକ୍ରମରେ ‘ଇନ୍ - ସିଟୁ ବସ୍ତି ପୁନର୍ବାସ ' ପ୍ରକଳ୍ପ ଅଧୀନରେ ବସ୍ତି ବାସିନ୍ଦାଙ୍କ ପୁନଃଥଇଥାନ ପାଇଁ ଦିଲ୍ଲୀର କାଲକାଜୀ ଠାରେ ୩୦୨୪ ଟି ନୂତନ ଭାବେ ନିର୍ମିତ ହୋଇଥିବା ଇଡବ୍ଲ୍ୟୁଏସ୍ ଫ୍ଲାଟର ଉଦ୍‌ଘାଟନ କରିବେ ଏବଂ ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚାବି ହସ୍ତାନ୍ତର କରିବେ ।