ଚନ୍ଦ୍ର ଓ ମଙ୍ଗଳ ପରେ ଶୁକ୍ର ଗ୍ରହକୁ ନେଇ ବିଜ୍ଞାନ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

September 18th, 04:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶୁକ୍ର ବା ଭିନସ୍‌ ଅର୍ବିଟର ମିଶନ (ଭିଓଏମ)ର ବିକାଶକୁ ଅନୁମୋଦନ ମିଳିଛି, ଯାହା ଚନ୍ଦ୍ର ଓ ମଙ୍ଗଳ ଗ୍ରହ ବ୍ୟତୀତ ଶୁକ୍ର ଗ୍ରହର ଅନୁସନ୍ଧାନ ଏବଂ ଅଧ୍ୟୟନ କରିବା ଲାଗି ସରକାରଙ୍କ ଦୃଷ୍ଟିକୋଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ପୃଥିବୀର ସବୁଠାରୁ ନିକଟତମ ଗ୍ରହ ତଥା ପୃଥିବୀ ଭଳି ପରିସ୍ଥିତିରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଉଥିବା ଶୁକ୍ର ଗ୍ରହ ପରିବେଶ କିପରି ଭିନ୍ନ ଭାବରେ ବିକଶିତ ହୋଇପାରିବ ତାହା ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।