ଗୁଜରାଟର ଭରୁଚ ଠାରେ ‘ଉତ୍କର୍ଷ ସମାରୋହ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 12th, 10:31 am
ଆଜିର ଏହି ଉତ୍କର୍ଷ ସମାରୋହ ପ୍ରକୃତରେ ଉତ୍ତମ ଅଟେ ଏବଂ ଏହି କଥାର ପ୍ରମାଣ ଯେ ଯେତେବେଳେ ସରକାର ସ୍ୱଚ୍ଛତାର ସହିତ ଏକ ସଂକଳ୍ପ ନେଇ ହିତାଧିକାରୀଙ୍କ ନିକଟରେ ପହଂଚନ୍ତି, ସେତେବେଳେ କେତେକ ସାର୍ଥକ ଫଳାଫଳ ପ୍ରାପ୍ତ ହୋଇଥାଏ । ମୁଁ ଭରୁଚ ଜିଲ୍ଲାର ପ୍ରଶାସନକୁ, ଗୁଜରାଟ ସରକାରଙ୍କୁ ସାମାଜିକ ସୁରକ୍ଷା ସହିତ ଜଡ଼ିତ ଚାରୋଟି ଯୋଜନାକୁ ଶତ ପ୍ରତିଶତ ପରିପୂର୍ଣ୍ଣତା ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତେ ଅନେକ ଅନେକ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି । ବର୍ତ୍ତମାନ ଯେତେବେଳେ ମୁଁ ଏହି ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲି, ସେତେବେଳେ ମୁଁ ଦେଖି ପାରୁଥିଲି ଯେ ସେମାନେ ଭିତରେ କେତେ ସନ୍ତୁଷ୍ଟ ଅନୁଭବ କରୁଛନ୍ତି, କେତେ ଆତ୍ମବିଶ୍ୱାସ ଅଛି । ଅସୁବିଧାଗୁଡ଼ିକର ମୁକାବିଲା କରିବା ପାଇଁ ଯେତେବେଳେ ସରକାରଙ୍କ ତରଫରୁ ଏକ ଛୋଟ ସାହାଯ୍ୟ ମଧ୍ୟ ଆସିଥାଏ ସାହସ ମଧ୍ୟ ସେତିକି ଉଚ୍ଚ ହୋଇ ଯାଇଥାଏ । ଏବଂ ଅସୁବିଧା ନିଜେ ବାଧ୍ୟ ହୋଇ ଯାଇଥାଏ ଏବଂ ଯିଏ ଅସୁବିଧାର ସମ୍ମୁଖୀନ ହୁଏ ସେ ଶକ୍ତିଶାଳୀ ହୋଇ ଯାଇଥାଏ । ମୁଁ ଆଜି ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରି ଏହା ଅନୁଭବ କରୁଥିଲି । ଏହି ଚାରୋଟି ଯୋଜନାରେ ଯେଉଁ ଭଉଣୀମାନଙ୍କୁ, ଯେଉଁ ପରିବାର ଉପକୃତ ହୋଇଛନ୍ତି, ସେମାନେ ମୋର ଆଦିବାସୀ ସମାଜର ଭାଇ-ଭଉଣୀ, ମୋର ସଂଖ୍ୟାଲଘୁ - ପଛୁଆ ବର୍ଗର ଭାଇ ଭଉଣୀ, ମୋର ଅଳ୍ପ ସଂଖ୍ୟକ ସମାଜର ଭାଇ-ଭଉଣୀ, ପ୍ରାୟତଃ ଆମେ ଦେଖୁ ଯେ ଅନେକ ସଚେତନତା ଅଭାବରୁ ଲୋକମାନେ ଯୋଜନାର ଲାଭରୁ ବଂଚିତ ହୋଇ ଯାଇଥାନ୍ତି । ବେଳେବେଳେ ଯୋଜନା କାଗଜ କଲମ ମଧ୍ୟରେ ହିଁ ରହି ଯାଇଥାଏ । ବେଳେବେଳେ ଏହି ଯୋଜନାଗୁଡ଼ିକୁ କିଛି ଅସାଧୁ ବ୍ୟକ୍ତି ନିଜ ସୁବିଧା ପାଇଁ ଉଠାଇ ନେଇ ଯାଇଥାନ୍ତି । କିନ୍ତୁ ଯଦି ଉଦେଶ୍ୟ ଠିକ ଥିବ, ଉଦେଶ୍ୟ ସ୍ପଷ୍ଟ ଥିବ, ଭଲ କାମ କରିବା ପାଇଁ ଇଛା ଥିବ, ସେହି କାର୍ଯ୍ୟ କରିବା ପାଇଁ ମୁଁ ସର୍ବଦା ଚେଷ୍ଟା କରୁଛି । ତାହା ହେଉଛି ସବକା ସାଥ, ସବକା ବିକାଶର ଭାବନା । ଯାହା ଫଳାଫଳ ମଧ୍ୟ ଠିକ ଦେଇଥାଏ । ଯେକୌଣସି ଯୋଜନା ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଂଚାଇବା ହେଉଛି ଏକ ବଡ଼ ଲକ୍ଷ୍ୟ । କାମ କଠିନ କିନ୍ତୁ ଏହା ସଠିକ ହେଉ । ମୁଁ ସମସ୍ତ ହିତାଧିକାରୀଙ୍କୁ ଏବଂ ପ୍ରଶାସନକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।ଭାରୁଚଠାରେ ଉତ୍କର୍ଷ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭାରୁଚଠାରେ ଉତ୍କର୍ଷ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଚାରିଟି ପ୍ରମୁଖ ଯୋଜନାରେ ରାଜ୍ୟ ସରକାର ପୂର୍ଣ୍ଣତା ହାସଲ କରିବା ଦୃଷ୍ଟିରୁ ପାଳନ କରାଯାଉଛି । ଏହା ଜରିଆରେ ଜିଲ୍ଲାଗୁଡିକରେ ସମୟାନୁସାରେ ଆର୍ଥିକ ସହାୟତା ଜନସାଧାରଣଙ୍କୁ ପ୍ରଦାନ କରାଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।ମଇ ୧୨ ତାରିଖରେ ଭାରୁଚରେ " ଉତ୍କର୍ଷ ସମାରୋହ" କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
May 11th, 04:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୨ ମଇ ୨୦୨୨ ରେ ଗୁଜୁରାଟର ଭାରୁଚରେ ଉତ୍କର୍ଷ ସମାରୋହ” କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚାରୋଟି ପ୍ରମୁଖ ଯୋଜନାର ୧୦୦% ସମ୍ପୂର୍ଣ୍ଣ ହେବାର ଉତ୍ସବ ପାଳନ କରାଯିବ, ଯାହାକି ଆବଶ୍ୟକ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରିବ ।