ଫେବୃଆରୀ ୧୯ରେ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 17th, 08:59 pm

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ସମ୍ଭାଲ ଜିଲ୍ଲାରେ ଶ୍ରୀ କଲ୍କି ଧାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ କଲ୍କି ଧାମ ମନ୍ଦିରର ମଡେଲ ଉନ୍ମୋଚନ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ। ଶ୍ରୀ କଲ୍କି ଧାମ ନିର୍ମାଣ ଟ୍ରଷ୍ଟ ଦ୍ୱାରା ଶ୍ରୀ କଲ୍କି ଧାମ ନିର୍ମାଣ କରାଯାଉଛି ଯାହାର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍ । ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ଧାର୍ମିକ ନେତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

ଲକ୍ଷ୍ନୌ ଠାରେ ୟୁପିର ନିବେଶକମାନଙ୍କ ଶିଖର ସମ୍ମିଳନୀରେ ଗ୍ରାଉଣ୍ଡ ବ୍ରେକିଂ ସମାରୋହ @୩.୦ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 03rd, 10:35 am

ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ଲକ୍ଷ୍ନୌର ସାଂସଦ ଏବଂ ଭାରତ ସରକାରଙ୍କ ଆମର ବରିଷ୍ଠ ସାଥୀ ଶ୍ରୀ ରାଜନାଥ ସିଂହ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ଅନ୍ୟ ସହଯୋଗୀଗଣ, ୟୁପିର ଉପ-ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବିଧାନସଭା ଓ ବିଧାନ ପରିଷଦର ବାଚସ୍ପତି ମହୋଦୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!

PM attends the Ground Breaking Ceremony @3.0 of the UP Investors Summit at Lucknow

June 03rd, 10:33 am

PM Modi attended Ground Breaking Ceremony @3.0 of UP Investors Summit at Lucknow. “Only our democratic India has the power to meet the parameters of a trustworthy partner that the world is looking for today. Today the world is looking at India's potential as well as appreciating India's performance”, he said.

ଜୁନ୍‍ ୩ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

June 02nd, 03:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜୁନ୍ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀର ଭୂମି ପୂଜନ ସମାରୋହ ୩.୦ ରେ ଯୋଗଦେବେ । ଅପରାହ୍ନ ପ୍ରାୟ ୧.୪୫ ସମୟରେ ପ୍ରଧାନମନ୍ତ୍ରୀ କାନପୁରର ପାରାଉଙ୍ଖ ଗାଁରେ ପହଞ୍ଚିବେ, ଯେଉଁଠାରେ ସେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସହିତ ପଥରୀ ମାତା ମନ୍ଦିର ପରିଦର୍ଶନ କରିବେ । ତା\'ପରେ, ଅପରାହ୍ନ ପ୍ରାୟ ୨ ଟା ସମୟରେ ସେମାନେ ଡକ୍ଟର ବି ଆର ଆମ୍ବେଦକର ଭବନ ଗସ୍ତ କରିବେ, ଯାହା ପରେ ଅପରାହ୍ନ ୨.୧୫ ରେ ମିଳନ କେନ୍ଦ୍ର ଯିବେ । ଏହି କେନ୍ଦ୍ର ହେଉଛି ମାନ୍ୟବର ରାଷ୍ଟ୍ରପତିଙ୍କ ପୈତୃକ ଘର, ଯାହାକୁ ସାଧାରଣ ବ୍ୟବହାର ପାଇଁ ଦାନ କରାଯାଇଥିଲା ଏବଂ ଏକ ଗୋଷ୍ଠି କେନ୍ଦ୍ର (ମିଳନ କେନ୍ଦ୍ର) ରେ ରୂପାନ୍ତରିତ ହୋଇଥିଲା । ପରବର୍ତ୍ତୀ ସମୟରେ, ସେମାନେ ଅପରାହ୍ନ ୨. ୩୦ ରେ ପାରାଉଙ୍ଖ ଗ୍ରାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ।