ଭିଡିଓ କନଫରେନ୍ସିଂ ଯୋଗେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 19th, 11:11 am
କର୍ଣ୍ଣାଟକର ରାଜ୍ୟପାଳ ଏବଂ ମହୀଶୂର ବିଶ୍ୱବିଦ୍ୟାଳୟର କୁଳାଧିପତି, ଶ୍ରୀ ଭଜୁ ଭାଇ ବାଲାଜୀ, କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥ ନାରାୟଣ ଜୀ, ମହୀଶୂର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି ହେମନ୍ତ କୁମାର ଜୀ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକଗଣ, ଛାତ୍ରଛାତ୍ରୀଗଣ, ଅଭିଭାବକଗଣ, ଦେବୀ ଏବଂ ସଜ୍ଜନଗଣ! ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ “ମହୀଶୂର ଦଶହରା, “ନାଇ ହବ୍ୱାର ଅନନ୍ତ ଅନନ୍ତ ଶୁଭକାମନା ଜ୍ଞାପନ କରୁଛି!ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 19th, 11:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦ୍ବୋଧନ ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ମହାନ୍ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ କେନ୍ଦ୍ର । ଏହା ଭବିଷ୍ୟତ ଭାରତର ଆଶା ଆକାଂକ୍ଷା ଓ ଦକ୍ଷତାର ପ୍ରତୀକଭାବେ ରାଜଶ୍ରୀ ନଲୱାଡି କୃଷ୍ଣରାଜ ୱାଡିୟାର ଏବଂ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଜୀଙ୍କ ଲକ୍ଷ୍ୟ ପୂରଣରେ ସଫଳ ହୋଇଛି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଭଳି ମହାନ୍ ଶିକ୍ଷାବିତଙ୍କ ସ୍ମୃତିଚାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କରିଛନ୍ତି ।ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
October 17th, 07:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 19 ଅକ୍ଟୋବର ଦିନ 11:15ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର ରାଜ୍ୟପାଳ ଉପସ୍ଥିତ ରହିବେ । ସିଣ୍ଡିକେଟ ଏବଂ ଏକାଡେମିକ କାଉନସିଲର ସଦସ୍ୟ, ସାଂସଦ, ବିଧାୟକ, ଏମ.ଏଲ.ସି, ଷ୍ଟାଟ୍ୟୁଟାରୀ ଅଫିସର, ଜିଲ୍ଲା ଅଧିକାରୀ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଛାତ୍ର ଓ ଅଭିଭାବକମାନେ ଅନଲାଇନରେ ଏହି ସମ୍ମିଳନୀକୁ ଦେଖିବେ।We are at the global frontiers of achievements in science and technology: PM Modi
January 03rd, 11:37 am