ମରୁକରଣ, ଜମିର ଉର୍ବରତା ହାନି ଏବଂ ମରୁଡ଼ି ସଂପର୍କୀତ ମିଳିତ ଜାତିସଂଘର ଉଚ୍ଚସ୍ତରୀୟ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଦୀକ୍ଷାନ୍ତ ଭାଷଣ
June 14th, 07:36 pm
ବିଶ୍ୱରେ ସମସ୍ତ ଜୀବ ଓ ଜୀବନକୁ ବଞ୍ଚାଇ ରଖିବା ନିମନ୍ତେ ମାଟି ହେଉଛି ମୌଳିକ ଆଧାର । ଏବଂ ଆମେ ସଭିଏଁ ଉତ୍ତମ ରୂପେ ଏକଥା ଜାଣୁ ଯେ ଆମ ଜୀବନର ଜଟିଳ ଜାଲଟି ଏହି ବ୍ୟବସ୍ଥା ସହିତ ଓତଃପ୍ରୋତ ଭାବେ ବିଭିନ୍ନ ଦିଗରୁ ସଂଯୁକ୍ତ ହୋଇ ରହିଛି । ପରିତାପର ବିଷୟ, ଭୂମିର ଅବକ୍ଷୟ ଆଜି ବିଶ୍ୱର ଦୁଇ ତୃତୀୟାଂଶରୁ ଅଧିକ ଭାଗକୁ ଆକ୍ରାନ୍ତ କରୁଛି । ଯଦି ଏହାକୁ ନିୟନ୍ତ୍ରଣବିହୀନ ଭାବେ ଛାଡ଼ି ଦିଆଯାଏ ତେବେ ଏହା ଆମ ସମାଜ, ଅର୍ଥନୀତି, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଜୀବନର ଗୁଣାତ୍ମକ ମାନ ରକ୍ଷାକୁ ଆକ୍ରାନ୍ତ କରିବ । ତେଣୁ, ଆମକୁ ମାଟି ଉପରେ ପଡ଼ୁଥିବା ବ୍ୟାପକ ଚାପକୁ ଆମକୁ ହ୍ରାସ କରିବାକୁ ପଡ଼ିବ ଏବଂ ଏହାର ପ୍ରାକୃତିକ ଗୁଣବତ୍ତାକୁ ସୁରକ୍ଷିତ ରଖିବାକୁ ହେବ । ତେଣୁ ଆମମାନଙ୍କ ସମ୍ମୁଖରେ ଅନେକ କାର୍ଯ୍ୟ କରିବାର ଅଛି , ତାହା ସ୍ପଷ୍ଟ । କିନ୍ତୁ ଆମେ ତାହା ସାକାର କରିପାରିବା । ଆମେ ସାମୂହିକ ଭାବେ ଏହି ଏହା ହାସଲ କରିପାରିବା ।ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ
June 14th, 07:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ମରୁଭୂମିକରଣର ମୁକାବିଲା ପାଇଁ ମିଳିତ ଜାତିସଂଘର ସମ୍ମିଳନୀ (ୟୁଏନସିସିଡି)ର ଦଳଗୁଡ଼ିକର ସମ୍ମିଳନୀ (କନଫରେନ୍ସ ଅଫ ପାର୍ଟିଜ୍)ର 14ତମ ଅଧିବେଶନରେ ଅଧ୍ୟକ୍ଷ ଭାବେ ନିଜର କ୍ଷମତା ବଳରେ ଉଦଘାଟନୀ ଭାଗରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ
September 10th, 01:36 pm
ଆଜି ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ ମାନନୀୟ ଡ. ରାଲ୍ଫ ଏଭରାର୍ଡ ଗୋନସାଲଭିସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଭାରତ ଗସ୍ତରେ ଆସିଛନ୍ତି । ସେ ମଧ୍ୟ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ଉଚ୍ଚସ୍ତରୀୟ ମିଳିତ ଜାତିସଂଘ (ୟୁଏନସିସିଡି) ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ମିଳିତ ଜାତିସଂଘ ସମ୍ମେଳନର 14ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି-14) ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 09th, 10:35 am
ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ମିଳିତ ଜାତିସଂଘ ସମ୍ମେଳନର 14ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି-14) ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି । ଭାରତକୁ ଏହି ସମ୍ମେଳନ ଆଣିବା ଲାଗି ମୁଁ କାର୍ଯ୍ୟନିର୍ବାହୀ ସଚିବ ମିଃ ଇବ୍ରାହିମ ଜିଓଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହି ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପଞ୍ଜିକରଣ, ଭୂମି କ୍ଷରଣ ସମସ୍ୟାର ମୁକାବିଲା ଲାଗି ବୈଶ୍ୱିକ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ।ଚତୁର୍ଦ୍ଦଶ ସିଓପି ସମ୍ମିଳନୀର ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 09th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଚାଲିଥିବା “ଅନୁର୍ବରତା ସମସ୍ୟାର ମୁକାବିଲା ପାଇଁ ମିଳିତ ଜାତିସଂଘ ସମ୍ମେଳନର 14ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି-14)” ସମ୍ମିଳନୀର ଉଚ୍ଚସ୍ତରୀୟ ଅଧିବେଶନରେ ଉଦବୋଧନ ଦେଇଛନ୍ତି ।