ବ୍ରିକ୍ସ - ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ସଂଳାପରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 25th, 12:12 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ - ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ ସଂଳାପରେ ଭାଗ ନେଇଥିଲେ।

ବ୍ରିକ୍ସ - ଆଫ୍ରିକା ଆଉଟ୍‌ରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 24th, 02:38 pm

ଆଫ୍ରିକା ମାଟିରେ ଆପଣ ସମସ୍ତ ବନ୍ଧୁ ମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋତେ ବହୁତ ଆନନ୍ଦିତ କରୁଛି ।

ଉଗାଣ୍ଡା ସହ ବନ୍ଧୁତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 12th, 07:27 pm

ଉଗାଣ୍ଡାରେ ଇଣ୍ଡିଆ ଏକ୍ସିମ ବ୍ୟାଙ୍କ ଅନୁଦାନରେ ସୌର ଶକ୍ତି ପରିଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

Telephone Conversation between PM and President of the Republic of Uganda

April 09th, 06:30 pm

Prime Minister Shri Narendra Modi had a telephone conversation today with H.E. President Yoweri Kaguta Museveni of the Republic of Uganda.

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ବ୍ରିକ୍ସ ଲୋକସମ୍ପର୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 27th, 02:35 pm

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ରାମଫୋସାଙ୍କୁ ବ୍ରିକ୍ସରେ ଲୋକସମ୍ପର୍କ ପ୍ରକ୍ରୀୟାକୁ ମଜବୁତ କିରଥିବାରୁ ଶୁଭେଚ୍ଛା ଜଣାଉଛି । ବ୍ରିକ୍ସ ଏବଂ ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥାଗୁଡିକ ମଧ୍ୟରେ ଏହି ସମ୍ବାଦ ବିକାଶର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ମତ ବିନିମୟର ଏକ ଉତ୍ତମ ସୁଯୋଗ । ବହୁ ସଂଖ୍ୟାରେ ଆଫ୍ରିକା ଦେଶଗୁଡିକର ଏଠାରେ ଉପସ୍ଥିତି ହେବା ସ୍ୱାଭାବିକ, ଏବଂ ପ୍ରସନ୍ନତାର ବିଷୟ ମଧ୍ୟ । ଆଫ୍ରିକା ସହିତ ଭାରତର ସଂପର୍କ ଐତିହାସିକ ଏବଂ ନିବିଡ ।

ପ୍ରଧାନମନ୍ତ୍ରୀଙ୍କ ଉଗାଣ୍ଡା ଗସ୍ତ ଅବସରରେ ଭାରତ-ଉଗାଣ୍ଡା ମିଳିତ ବିବୃତି

July 25th, 06:54 pm

ଉଗାଣ୍ଡା ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ୟୋୱେରୀ କାଗୁଟା ମୁସେଭେନୀଙ୍କ ଆମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24-25 ଜୁଲାଇ 2018ରେ ଉଗାଣ୍ଡାକୁ ଦୁଇ ଦିନିଆ ସରକାରୀ ଗସ୍ତରେ ଯାଇଥିଲେ । ତାଙ୍କ ସହିତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଏବଂ ବ୍ୟବସାୟିକ ପ୍ରତିନିଧିମାନେ ଉଗାଣ୍ଡା ଗସ୍ତ କରିଥିଲେ । 21 ବର୍ଷ ମଧ୍ୟରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଉଗାଣ୍ଡା ଗସ୍ତ ଥିଲା ।

ଉଗାଣ୍ଡାକୁ ସରକାରୀ ଗସ୍ତ ଅବସରରେ ଉଗାଣ୍ଡା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

July 25th, 01:00 pm

ସଂସଦର ଆମନ୍ତ୍ରଣ କ୍ରମେ ମୁଁ ଏହି ସମ୍ବୋଧନ କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନିତ ଅନୁଭବ କରୁଛି । ମୁଁ ପୂର୍ବରୁ ଅନ୍ୟ ସଂସଦଗୁଡ଼ିକରେ ସମାନ ସୁଯୋଗ ପାଇଛି । ତେବେ, ଏହା ସ୍ୱତନ୍ତ୍ର । ଏହି ସମ୍ମାନ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି । ଏହା 125 କୋଟି ଭାରତବାସୀଙ୍କ ପାଇଁ ବଡ଼ ସମ୍ମାନ । ମୁଁ ସେମାନଙ୍କ ଶୁଭକାମନା ଏବଂ ବନ୍ଧୁତ୍ୱର ସୌହାର୍ଦ୍ଦ୍ୟ ଭାବନା ନେଇ ମୋ ସହିତ ଆସିଛି । ତାହା ମୁଁ ଏହି ସଂସଦ ଏବଂ ଉଗାଣ୍ଡାର ସବୁ ଲୋକମାନଙ୍କୁ ଜଣାଉଛି । ଆପଣମାନଙ୍କ ଉପସ୍ଥିତି, ବାଚସ୍ପତି ମହୋଦୟା, ମୋର ଲୋକସଭାର କଥା ମନେ ପକାଇ ଦେଉଛି, ସେଠାରେ ମଧ୍ୟ ଜଣେ ମହିଳା ବାଚସ୍ପତି ଅଛନ୍ତି । ମୁଁ ମଧ୍ୟ ଏଠାରେ ବହୁ ଯୁବ ସାଂସଦମାନଙ୍କୁ ଦେଖିପାରୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ଖବର । ଯେତେଥର ମୁଁ ଉଗାଣ୍ଡା ଆସିଛି, ମୁଁ ଆଫ୍ରିକାର ଏକ ରତ୍ନକୁ ଅନୁଭବ କରିବାର ସୁଯୋଗ ପାଇଛି । ଏହା ଅପରୂପ ସୌନ୍ଦର୍ଯ୍ୟ, ବିପୁଳ ସମ୍ପଦର ଭଣ୍ଡାର ଏବଂ ଧନୀ ଐତିହ୍ୟର ଭୂମି । ଏହାର ନଦୀ ଏବଂ ହ୍ରଦ ଏହି ବିସ୍ତୃତ ଅଂଚଳରେ ବହୁ ସଭ୍ୟତାକୁ ବିକଶିତ କରିଛି । ମୁଁ ଇତିହାସ ବିଷୟରେ ସଚେତନ ଅଛି ଯାହା ଆମକୁ ଆଜି ଏହି ବିନ୍ଦୁରେ ଆଣି ଛିଡ଼ା କରିଛି, ଯେତେବେଳେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଅନ୍ୟ ଏକ ସାର୍ବଭୌମ ରାଷ୍ଟ୍ରର ସଂସଦର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ଆମର ପ୍ରାଚୀନ ସାମୁଦ୍ରିକ ସମ୍ପର୍କ, ସାମ୍ରାଜ୍ୟବାଦର କଳା ସମୟ, ସ୍ୱାଧୀନତା ପାଇଁ ସଂଘର୍ଷରେ ସହଭାଗୀତା, ବିଭାଜିତ ବିଶ୍ୱରେ ସ୍ୱାଧୀନ ରାଷ୍ଟ୍ରଗୁଡ଼ିକର ଅନିଶ୍ଚିତ ମାର୍ଗ, ନୂତନ ସମ୍ଭାବନାର ସକାଳ ଏବଂ ଆମ ଯୁବ ଜନସଂଖ୍ୟା ଭିତରେ ପାରସ୍ପରିକ ଆକାଂକ୍ଷାର ମେଳକ(ସାମଞ୍ଜସ୍ୟ) । ଏ ସମସ୍ତ ଆମକୁ ଯୋଡ଼ିଛି ।

ଭାରତ-ରୱାଣ୍ଡା ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

July 25th, 12:41 pm

ଭାରତ-ରୱାଣ୍ଡା ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ କ୍ଷମତା ନିର୍ମାଣ ,ଏଚଆରଡି ,କୌଶଳ ବିକାଶ ,ନବାଚାର ଏବଂ ଏହି ଦେଶରେ ଉପଲବ୍ଧ ପ୍ରଚୁର ପ୍ରାକୃତିକ ସମ୍ବଳର ମୂଲ୍ୟରେ ଉଗାଣ୍ଡା ସହିତ ମିଳିତ କାମ କରିବାକୁ ପ୍ରସ୍ତୁତ ଅଛି । ଭାରତର ବିକାଶର ଅଗ୍ରଗତି ଏବଂ ପରିବର୍ତ୍ତନଶୀଳ ପରିବର୍ତ୍ତନ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଉଗାଣ୍ଡାରେ ଭାରତୀୟ ବଂଶୋଦ୍ଭବଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (24 ଜୁଲାଇ, 2018)

July 24th, 08:58 pm

ମହାମହିମ ରାଷ୍ଟ୍ରପତି ମୁସେଭେନୀ, ତାଙ୍କ ଧର୍ମପତ୍ନୀ ଜେନେତ ମୁସେଭେନୀ ଏବଂ ଏଠାରେ ଉପସ୍ଥିତ ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ।

ଉଗାଣ୍ଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ

July 24th, 08:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ଆଜି ଉଗାଣ୍ଡାରେ ସମ୍ବୋଧିତ କରିଥିଲେ । ରାଜଧାନୀ କାମ୍ପାଲାରେ ଆୟୋଜିତ ଏହି ସମାରୋହରେ ଉଗାଣ୍ଡାର ରାଷ୍ଟ୍ରପତି ଶ୍ରୀ ମୁସେଭେନୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉଗାଣ୍ଡା ରାଷ୍ଟ୍ରପତି କାଗୁଟା ମୁସେଭେନୀଙ୍କ ସହିତ ବୈଠକ କରିଛନ୍ତି

July 24th, 08:36 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଗାଣ୍ଡା ରାଷ୍ଟ୍ରପତି କାଗୁଟା ମୁସେଭେନୀଙ୍କ ସହିତ ଫଳପ୍ରଦ ବୈଠକ କରିଛନ୍ତି । ଉଭୟ ନେତା ପ୍ରତିନିଧିମଣ୍ଡଳ ସ୍ତରୀୟ ବୈଠକର ସହ ଅଧ୍ୟକ୍ଷତା କରିଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ପଦକ୍ଷେପ ଉପରେ ବ୍ୟାପକ ସମୀକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଭାରତ ଓ ଉଗାଣ୍ଡା ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାର ତାଲିକା

July 24th, 05:52 pm

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଭାରତ ଓ ଉଗାଣ୍ଡା ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାର ତାଲିକା

ଉଗାଣ୍ଡା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

July 24th, 05:49 pm

ଏହା ମୋର ସୌଭାଗ୍ୟ ଯେ ଦୁଇ ଦଶନ୍ଧି ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷୀକ ଯାତ୍ରା ପାଇଁ ମୋର ଉଗାଣ୍ଡା ଆସିବାର ହେଲା । ରାଷ୍ଟ୍ରପତି ମୁସେଭେନୀ ହେଉଛନ୍ତି ଭାରତର ବହୁତ ପୁରାତନ ବନ୍ଧୁ । ମୁଁ ମଧ୍ୟ ତାଙ୍କ ସହିତ ଅନେକ ଦିନରୁ ପରିଚିତ । 2007ରେ ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏଠାକୁ ଆସିଥିଲି, ସେ ସମୟର ଯାତ୍ରାର ମଧୁର ସ୍ମୃତି ଆଜି ମଧ୍ୟ ମୋ ମାନସ ପଟରେ ଉଜ୍ଜୀବିତ ରହିଛି ଏବଂ ଆଜି ରାଷ୍ଟ୍ରପତିଙ୍କ ଉଦାର ଶବ୍ଦ, ଏବଂ ଆମର ଆଡମ୍ବରପୂର୍ଣ୍ଣ ସ୍ୱାଗତ-ସତ୍କାର ଏବଂ ସମ୍ମାନ ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଉଗାଣ୍ଡାରେ ପହଂଚିଛନ୍ତି

July 24th, 05:12 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭରେ ଏଣ୍ଟେବ୍ବେ ଉଗାଣ୍ଡାରେ ପହଂଚିଛନ୍ତି । ନିଜ ଯାତ୍ରା ଅବସରରେ ,ପ୍ରଧାନମନ୍ତ୍ରୀ ମୋଦୀ ଉଗାଣ୍ଡା ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବେ ,ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଲଣ୍ଡନରେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକ 2018 ଅବସରରେ ବିଭିନ୍ନ ବୈଶ୍ଵିକ ନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି

April 19th, 08:45 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନରେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକ 2018 (ସିଏଚଓଜିଏମ) ଅବସରରେ ବିଭିନ୍ନ ବୈଶ୍ଵିକ ନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

India-Africa Summit: PM meets African leaders

October 28th, 11:24 am



High-level Delegation under the leadership of Hon. Vice President of Uganda meets Hon. CM

March 19th, 05:46 pm

High-level Delegation under the leadership of Hon. Vice President of Uganda meets Hon. CM

“Gujarat Delegation” under the Leadership of Shri Narendrabhai Modi in Uganda

November 20th, 08:11 am

“Gujarat Delegation” under the Leadership of Shri Narendrabhai Modi in Uganda