ନର୍ମଦା ଆନିକଟ ପ୍ରକଳ୍ପର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ; ଭାରୁଚ ଜନସଭାରେ ଦେଲେ ଉଦ୍ବୋଧନ
October 08th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନର୍ମଦା ନଦୀ ଉପରେ ଭଦଭୂତ ଆନିକଟ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭାରୁଚଠାରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଉଧନା (ସୁରତ, ଗୁଜରାଟ)ରୁ ଜୟନଗର (ବିହାର) ପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗୁଜରାଟ ନର୍ମଦା ସାର ନିଗମ ଲିଃର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ ।7 ଏବଂ 8 ଅକ୍ଟୋବର, 2017 ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
October 06th, 05:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 7 ଏବଂ 8 ଅକ୍ଟୋବର, 2017ରେ ଗୁଜରାଟ ଗସ୍ତରେ ଯିବେ । 7 ଅକ୍ଟୋବର, ସକାଳେ ପ୍ରଧାନମନ୍ତ୍ରୀ ଦ୍ୱାରକାଧୀଶ ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଦ୍ୱାରକାରେ ସେ ଓଖା ଏବଂ ଭେଟ୍ ଦ୍ୱାରକା ସେତୁ ଏବଂ ଅନ୍ୟ ସଡ଼କ ବିକାଶ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହାପରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।