ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ର ସିଲଭର ଜୁବଲି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 17th, 01:54 pm
ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ- ଟ୍ରାଇ ସହ ଜଡ଼ିତ ସମସ୍ତ ସହଯୋଗୀଙ୍କୁ ଏହି ସିଲଭର ଜୟନ୍ତୀ ଅବସରରେ ଅନେକ ଅନେକ ଅଭିନନ୍ଦନ । ଏହା ଏକ ଖୁସିର କଥା ଯେ ଆଜି ଆପଣଙ୍କ ସଂଗଠନ ୨୫ ବର୍ଷ ପୂରଣ କରିଛି, ତା’ ପରେ ଦେଶ ସ୍ୱାଧୀନତାର ଅମୃତ କାଳରେ ଆଗାମୀ ୨୫ ବର୍ଷ ପାଇଁ ରୋଡମ୍ୟାପ ଉପରେ କାର୍ଯ୍ୟ କରୁଛି ଏବଂ ନୂତନ ଲକ୍ଷ୍ୟ ସ୍ଥିର କରୁଛି । କିଛି ସମୟ ପୂର୍ବରୁ ମୋତେ ମୋର ଦେଶର ନିଜର, ନିଜ ଦ୍ୱାରା ନିର୍ମିତ ୫-ଜି ଟେଷ୍ଟ-ବେଡ ଦେଶ ପାଇଁ ଉତ୍ସର୍ଗ କରିବାର ସୁଯୋଗ ପାଇଛି । ଏହି ଟେଲିକମ କ୍ଷେତ୍ରରେ ଜଟିଳ ଏବଂ ଆଧୁନିକ ଜ୍ଞାନକୌଶଳର ଆତ୍ମନିର୍ଭରତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରୋଜେକ୍ଟ ସହିତ ଜଡ଼ିତ ସମସ୍ତ ସହକର୍ମୀମାନଙ୍କୁ ଆମର ଆଇଆଇଟିଏସକୁ ମୁଁ ଅଭିନନ୍ଦନ ଜଣାଉଛି । ତା’ ସହିତ ଦେଶର ୫-ଜି ଟେକ୍ନୋଲୋଜୀ ନିର୍ମାଣ ପାଇଁ ଏହି ପରୀକ୍ଷଣ ସୁବିଧାକୁ ବ୍ୟବହାର କରିବାକୁ ଯୁବ ସହକର୍ମୀ, ଅନୁସନ୍ଧାନକାରୀ ଏବଂ କମ୍ପାନୀଗୁଡ଼ିକୁ ମୁଁ ନିମନ୍ତ୍ରଣ କରୁଛି । ବିଶେଷ ଭାବରେ ଆମର ଷ୍ଟାର୍ଟଅପ ପାଇଁ ସେମାନଙ୍କର ଉତ୍ପାଦ ପରୀକ୍ଷା କରିବାକୁ ଏହା ଏକ ଉତ୍ତମ ଅବସର ଅଟେ । କେବଳ ଏତିକି ନୁହେଁ, ଦେଶର ନିଜସ୍ୱ ୫-ଜି ଆଇର ମାନ୍ୟତା ଯାହା ଦେଶରେ ନିଜର ୫-ଜି ରୂପରେ ତିଆରି ହୋଇଛି, ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଅଟେ । ଏହା ଦେଶର ଗାଁରେ ୫-ଜି ଟେକ୍ନୋଲୋଜୀ ପହଂଚାଇବାରେ ଏବଂ ସେହି କାମରେ ଏକ ବଡ଼ ଭୂମିକା ଗ୍ରହଣ କରିବ ।ଟ୍ରାଇର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 17th, 10:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଦୂରସଞ୍ଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)ର ରୌପ୍ୟଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଶ୍ରୀ ଦେବୁସିଂହ ଚୌହ୍ୱାନ ଓ ଶ୍ରୀ ଏଲ ମୁରୁଗନଙ୍କ ସମେତ ଦୂର ସଞ୍ଚାର ଓ ପ୍ରସାରଣ କ୍ଷେତ୍ରର ଅନେକ ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ମେ ୧୭ତାରିଖ ଦିନ ଟ୍ରାଇର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ
May 16th, 04:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୧୭.୦୫.୨୦୨୨) ଦିନ ଭାରତୀୟ ଦୂରସଞ୍ଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ(ଟ୍ରାଇ)ର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ପୂର୍ବାହ୍ନ ଏଗାରଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ନିଜର ଅଭିଭାଷଣ ରଖିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିବେ ।