ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ,ମୁଖ୍ୟମନ୍ତ୍ରୀମାନକ ସହିତ ଆଲୋଚନା କଲେ
August 01st, 01:19 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଶ୍ରୀ ମୋଦୀ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ,ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ ,ନାଗାଲେଣ୍ଡ ମୁଖ୍ୟମନ୍ତ୍ରୀ ଟି.ଆର. ଜେଲିୱାଙ୍ଗ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ବନ୍ୟା ପରିସ୍ଥିତି ନେଇ ଆଲୋଚନା ଓ ସମୀକ୍ଷା କରିଛନ୍ତି ।