ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

June 30th, 11:00 am

ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।

ଜୟପୁର ଠାରେ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 05th, 05:13 pm

ସର୍ବପ୍ରଥମେ ଜୟପୁର ମହାଖେଳରେ ମେଡାଲ ଜିତିଥିବା, ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିବା ପ୍ରତ୍ୟକ ଖେଳାଳି, ପ୍ରଶିକ୍ଷକ ଏବଂ ତାଙ୍କର ପରିଜନମାନଙ୍କୁ ବହୁତ ବହୁତ ଶୁଭେଚ୍ଛା, ଆପଣ ସମସ୍ତେ ଜୟପୁରର ଖେଳ ପଡ଼ିଆରେ କେବଳ ଖେଳିବାକୁ ଓହ୍ଲାଇନାହାନ୍ତି, ଆପଣ ଜିତିବାକୁ ମଧ୍ୟ ଓହ୍ଲାଇଛନ୍ତି । ଏବଂ ଯେଉଁଠାରେ ଶିଖିବାକୁ ମିଳିଥାଏ, ସେଠାରେ ଜିତିବା ନିଜେ ନିଜେ ସୁନିଶ୍ଚିତ ହୋଇ ଯାଇଥାଏ । ଖେଳ ପଡ଼ିଆରେ କୌଣସି ମଧ୍ୟ ଖେଳାଳି, କାଲି ହାତରେ ଫେରି ନ ଥାଏ ।

ଜୟପୁର ମହାଖେଳରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଉଦ୍‌ବୋଧନ “ଶିକ୍ଷା ଲାଭ କରିଥିଲେ ବିଜୟ ସୁନିଶ୍ଚିତ କରି ହେବ”

February 05th, 12:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(୦୫.୦୨. ୨୦୨୩) ଆଭାସୀ ମାଧ୍ୟମରେ ଜୟପୁର ମହାଖେଳକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଏକ କବାଡି ପ୍ରତିଯୋଗିତା ମଧ୍ୟ ଦେଖିଥିଲେ । ଜୟପୁର ଗ୍ରାମୀଣ ଲୋକସଭା ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ମହାଖେଳ ୨୦୧୭ ମସିହାରୁ ଆୟୋଜନ କରି ଆସୁଛନ୍ତି ।

ମିଥ୍ୟା ପ୍ରତିଶୃତି ଦେବା କଂଗ୍ରେସର ଏକ ପୁରୁଣା ଚାଲ୍ : ହିମାଚଳ ପ୍ରଦେଶର ସୁନ୍ଦର ନଗରରେ ପ୍ରଧାନମନ୍ତ୍ରୀ ମୋଦୀ

November 05th, 05:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି; ହିମାଚଳ ପ୍ରଦେଶର ସୁନ୍ଦର ନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଣ୍ଡିର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ଉପରେ ଆଲୋକପାତ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ଯେ ସେ ମଣ୍ଡିରୁ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପାଗ ଅତ୍ୟନ୍ତ ଖରାପ ଥିବାରୁ ସେ ପୂର୍ବରୁ ବ୍ୟକ୍ତିଗତ ଭାବେ ମଣ୍ଡିବାସୀଙ୍କୁ ଭେଟି ପାରିନଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶର ସୁନ୍ଦର ନଗର ଏବଂ ସୋଲନରେ ଜନସଭାକୁ ସମ୍ବୋଧିତ କରିଛନ୍ତି

November 05th, 04:57 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି; ହିମାଚଳ ପ୍ରଦେଶର ସୁନ୍ଦର ନଗର ଏବଂ ସୋଲାନରେ ଜନସଭାକୁ ସମ୍ବୋଧିତ କରିଥିଲେ। ଡବଲ୍ ଇଞ୍ଜିନ୍ ସରକାରଙ୍କ ଅଧୀନରେ ହିମାଚଳ କିପରି ଅଗ୍ରଗତି କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ।

ଜୁଲାଇ ୨୦ ତାରିଖରେ କମନୱେଲଥ ଗେମ୍ସ ୨୦୨୨ ପାଇଁ ସ୍ଥିରୀକୃତ ଭାରତୀୟ ଦଳ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 18th, 05:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି) ୨୦୨୨ ପାଇଁ ଜୁଲାଇ ୨୦, ୨୦୨୨ ପୂର୍ବାହ୍ନ ୧୦ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଦଳ ସହିତ ଆଲୋଚନା କରିବେ । ଉଭୟ ଆଥଲେଟ୍ ତଥା ସେମାନଙ୍କ ପ୍ରଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା ହେବ ।

୪୪ତମ ଚେସ୍ ଅଲମ୍ପିଆଡ ପାଇଁ ଟର୍ଚ୍ଚ ରିଲେର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 19th, 05:01 pm

ଚେସ୍ ଅଲମ୍ପିଆଡର ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର କ୍ୟାବିନେଟର ମୋର ସହକର୍ମୀ, ଅନ୍ତର୍ଜାତୀୟ ଚେସ୍ ଫେଡେସେନର ସଭାପତି ଆରକେଡି ଡବରକୋୱିଚ, ଅଲଇଣ୍ଡିଆ ଚେସ୍ ଫେଡେରେସନର ସଭାପତି, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, ଚେସ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ସଂଗଠନ ସହିତ ଜଡ଼ିତ ପ୍ରତିନିଧିଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧିଗଣ, ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି, ଚେସ୍ ଅଲମ୍ପିଆଡ ଦଳର ସଦସ୍ୟ ଏବଂ ଚେସର ଅନ୍ୟ ଖେଳାଳିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

PM launches historic torch relay for 44th Chess Olympiad

June 19th, 05:00 pm

Prime Minister Modi launched the historic torch relay for the 44th Chess Olympiad at Indira Gandhi Stadium, New Delhi. PM Modi remarked, We are proud that a sport, starting from its birthplace and leaving its mark all over the world, has become a passion for many countries.”

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦଘାଟନ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

April 24th, 06:31 pm

ବେଙ୍ଗାଲୁରୁ ସହର ଖୋଦ ଦେଶର ଯୁବ ଉତ୍ସାହର ପରିଚୟ । ବେଙ୍ଗାଲୁରୁ ହେଉଛି ପେସାଦାରମାନଙ୍କର ଗର୍ବ । ଡିଜିଟାଲ ଭାରତ ପେଣ୍ଠସ୍ଥଳ ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ଆୟୋଜନ ହେବା ନିହାତି ମହତ୍ତ୍ୱ ବହନ କରେ । ଷ୍ଟାର୍ଟ-ଅପ ଦୁନିଆରେ କ୍ରୀଡ଼ାର ଏହି ସଙ୍ଗମ ବାସ୍ତବରେ ଚମକ୍ରାର । ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ହେବା, ଏହି ସୁନ୍ଦର ସହରର ଶକ୍ତିକୁ ଆହୁରି ବଢ଼ାଇବ ଏବଂ ଦେଶର ଯୁବଗୋଷ୍ଠୀ ମଧ୍ୟ ଏଠାରୁ ନୂଆ ଶକ୍ତି ନେଇ ଫେରିବେ । ଏହି କ୍ରୀଡ଼ା ଆୟୋଜନ ନିମନ୍ତେ ମୁଁ କର୍ଣ୍ଣାଟକ ସରକାରଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ବିଶ୍ୱ ମହାମାରୀର ତମାମ ଆହ୍ୱାନଗୁଡ଼ିକ ମଧ୍ୟରେ ଏହି ଖେଳ, ଭାରତର ଯୁବଗୋଷ୍ଠୀଙ୍କ ଦୃଢ଼ ସଂକଳ୍ପ ଓ ଉତ୍ସାହର ଉଦାହରଣ । ମୁଁ ଆପଣଙ୍କର ଏହି ପ୍ରୟାସକୁ ଓ ସାହସକୁ ଅଭିବାଦନ ଜଣାଉଛି । ଏହି ଯୁବା ଉତ୍ସାହ ଆଜି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ନେଇଯାଉଛି ।

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

April 24th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ନିଜର ବାର୍ତ୍ତା ଦେଇଛନ୍ତି । ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚନ୍ଦ ଗେହଲଟ, ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଶ୍ରୀ ବସବରାଜ ବୋମାଇ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନୀଶିଥ ପ୍ରାମାଣିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ତାଙ୍କୁ କେମିତି ପ୍ରେରଣା ଦେଇଛି, ସେ ବିଷୟରେ କହିଲେ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

March 29th, 01:51 pm

ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏକ ଭିଡିଓରେ ସ୍ମରଣ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ ସମର୍ଥନ ଏବଂ ପ୍ରଶଂସା କିପରି ଦେଶପାଇଁ ସମ୍ମାନ ଆଣିବା ପାଇଁ ଅଧିକ ପରିଶ୍ରମ କରିବା ପାଇଁ ଏକ ପ୍ରେରଣା ଭାବରେ କାର୍ଯ୍ୟ କଲା । ସେ 2021 ରେ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏବଂ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସାକ୍ଷାତକୁ ସ୍ମରଣ କରିଥିଲେ ଏବଂ ପଦ୍ମ ଭୂଷଣ ଗ୍ରହଣ କରିବା ସମୟରେ ତାହାକୁ 'ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ' ବୋଲି କହିଥିଲେ।

ଗୁଜରାଟରେ ଏକାଦଶ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 06:40 pm

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମହାଶୟ, ସଂସଦରେ ମୋର ସାଥୀ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି. ଆର. ପାଟିଲ ମହାଶୟ, ଗୁଜରାଟ ସରକାରଙ୍କର କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭୀ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ହଂସମୁଖ ଭାଇ ପଟେଲ, ଶ୍ରୀ ନରହରୀ ଅମିନ ଏବଂ ଅହମ୍ମଦାବାଦର ମେୟର ଭାଇ ଶ୍ରୀ କିରିଟ କୁମାର ପରମାର ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଆସିଥିବା ମୋର ଯୁବ ବନ୍ଧୁଗଣ!

ଏକାଦଶ କ୍ରୀଡା ମହାକୁମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

March 12th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍‌ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ଉତ୍ତର ପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

January 02nd, 01:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍‌, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍‌, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।

ଉତ୍ତରପ୍ରଦେଶର ମିରଟ୍‌ଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

January 02nd, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍‌, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍‌, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।

ସ୍ମାରକୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

September 19th, 11:13 am

ଉପହାର ଓ ସ୍ମାରକୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ନିଲାମୀ ପ୍ରକ୍ରିୟାରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ବୋଲି ସେ କହିଛନ୍ତି ।

ଶିକ୍ଷକ ପର୍ବ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଅଭିଭାଷଣ

September 07th, 10:31 am

ଶିକ୍ଷକ ପର୍ବର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅବସରରେ ଆମ ସହିତ ସଂଯୁକ୍ତ ହୋଇଥିବା କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଜୀ, ଡକ୍ଟର ସୁଭାଷ ସରକାରଜୀ, ଡକ୍ଟର ରାଜକୁମାର ରଂଜନ ସିଂହଜୀ, ଦେଶର ଭିନ୍ନ ଭିନ୍ନ ରାଜ୍ୟର ମାନନୀୟ ଶିକ୍ଷାମନ୍ତ୍ରୀଗଣ, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱରୂପ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଟିର ଅଧ୍ୟକ୍ଷ ଡକ୍ଟର କସ୍ତୁରୀରଙ୍ଗନଜୀ, ତାଙ୍କର ଟିମ୍‌ର ସମସ୍ତ ମ।।ନନୀୟ ସମ୍ମାନିତ ସଦସ୍ୟଗଣ, ସମଗ୍ର ଦେଶରୁ ଆମ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବିଦ୍ୱାନ ପ୍ରାଚାର୍ଯ୍ୟଗଣ, ଶିକ୍ଷକଗଣ, ଏବଂ ପ୍ରିୟ ଶିକ୍ଷାର୍ଥୀଗଣ!

ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ

September 07th, 10:30 am

ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ। ବିଦ୍ୟାଞ୍ଜଳି ଅର୍ନ୍ତଗତ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ସ୍ବେଚ୍ଛାସେବୀ, ଦାତା, ସିଏସଆର ଯୋଗଦାନ ନିମନ୍ତେ ସୁବିଧା କରାଯିବ।

ଭାରତୀୟ କ୍ରୀଡ଼ା ଇତିହାସରେ, ଟୋକିଓ ପାରାଅଲିମ୍ପିକ୍ସ ସର୍ବଦା ସ୍ମରଣୀୟ ହୋଇ ରହିବ : ପ୍ରଧାନମନ୍ତ୍ରୀ

September 05th, 04:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତର କ୍ରୀଡ଼ା ଇତିହାସରେ ଟୋକିଓ ପାରା ଅଲିମ୍ପିକ୍ସ ସବୁବେଳେ ଏକ ବିଶେଷ ସ୍ଥାନ ସହିତ ସ୍ମରଣୀୟ ହୋଇ ରହିବ। ସେ କହିଛନ୍ତି, ଆମ ଦଳର ସମସ୍ତ ସଦସ୍ୟ ଜଣେ ଜଣେ ଚାମ୍ପିଅନ ଓ ପ୍ରେରଣାର ସ୍ରୋତ।

ପାରାଲିମ୍ପିକ୍ସ ଖେଳରେ ରୌପ୍ୟ ପଦକ ବିଜେତା ଶୁଟର ସିଂହରାଜ ଅଧାନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 04th, 10:54 am

ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ରୌପ୍ୟ ପଦକ ବିଜେତା ଶୁଟର ସିଂହରାଜ ଅଧାନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।