Tuticorin International Container Terminal marks a significant milestone in India’s journey towards a Viksit Bharat: PM Modi
September 16th, 02:00 pm
PM Modi addressed the inauguration of Tuticorin International Container Terminal. Speaking on the occasion, the PM underlined that this marks a significant milestone in India’s journey towards becoming a developed nation and hailed the new Tuticorin International Container Terminal as the ‘new star of India's marine infrastructure’.ତାମିଲନାଡୁର ଟୁଟିକୋରିନ ଅନ୍ତର୍ଜାତୀୟ କଣ୍ଟେନର ଟର୍ମିନାଲର ଉଦ୍ଘାଟନୀ ଉତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 16th, 01:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଟୁଟିକୋରିନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲର ଉଦ୍ଘାଟନୀ ଉତ୍ସବରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରୂପେ ଚିହ୍ନିତ ହୋଇଛି । ସେ ଟୁଟିକୋରିନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲକୁ ‘ଭାରତର ସାମୁଦ୍ରିକ ଭିତ୍ତିଭୂମିର ନୂତନ ତାରକା’ ବୋଲି କହିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର କ୍ଷମତା ସମ୍ପ୍ରସାରଣରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “୧୪ ମିଟର ଅଧିକ ଗଭୀର ଡ୍ରାଫ୍ଟ ଏବଂ ୩୦୦ ମିଟରରୁ ଅଧିକ ଲମ୍ବ ବର୍ଥ ସହିତ, ଏହି ଟର୍ମିନାଲ ଭି.ଓ.ସି.ର କ୍ଷମତା ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନୂଆ ଟର୍ମିନାଲ ବନ୍ଦରରେ ପରିବହନ ଖର୍ଚ୍ଚ ହ୍ରାସ କରିବ ଏବଂ ଭାରତ ପାଇଁ ବୈଦେଶିକ ମୁଦ୍ରା ସଞ୍ଚୟ କରିବ ବୋଲି ଆଶା କରାଯାଉଛି । ସେ ତାମିଲନାଡୁର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ଭି.ଓ.ସି ସହ ଜଡିତ ଅନେକ ପ୍ରକଳ୍ପକୁ ମନେ ପକାଇଲେ, ଯାହା ଦୁଇ ବର୍ଷ ପୂର୍ବେ ତାଙ୍କ ଗସ୍ତ ସମୟରେ ଆରମ୍ଭ ହୋଇଥିଲା । ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ସମାପନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଲିଙ୍ଗ ବିବିଧତା ପ୍ରତି ଏହାର ପ୍ରତିବଦ୍ଧତା ଟର୍ମିନାଲର ଏକ ପ୍ରମୁଖ ଉପଲବ୍ଧିଗୁଡିକ ମଧ୍ୟରେ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାର ୪୦ ପ୍ରତିଶତ କର୍ମଚାରୀ ମହିଳା ଅଟନ୍ତି, ଯାହା ସାମୁଦ୍ରିକ କ୍ଷେତ୍ରରେ ମହିଳା ନେତୃତ୍ୱ ବିକାଶର ପ୍ରତୀକ ଅଟେ ।