ଇଣ୍ଡିଆ ମୋବାଇଲ କଂଗ୍ରେସ ସପ୍ତମ ସଂସ୍କରଣର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 10:56 am
ଇଣ୍ଡିଆ ମୋବାଇଲ କଂଗ୍ରେସର ଏହି ସପ୍ତମ ସଂସ୍କରଣରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ନିଜକୁ ନିଜ ମଧ୍ୟରେ ହେଉଛି ଏକ ସୁଖଦ ଅନୁଭବ । ଏକବିଂଶ ଶତାବ୍ଦୀର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଏହି ଆୟୋଜନ କୋଟି- କୋଟି ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ଭବିଷ୍ୟତର କଥା କହୁଥିଲେ, ସେତେବେଳେ ଏହାର ଅର୍ଥ ଆଗାମୀ ଦଶକ, ଅବା 20-30 ବର୍ଷ ପରର ସମୟ, ଅବା ପୁଣି ଆଗାମୀ ଶତାବ୍ଦୀ ହେଉ ଥିଲା । କିନ୍ତୁ ଆଜି ପ୍ରତ୍ୟେକ ଦିନ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନର କାରଣରୁ ଆମେ କହୁଛୁ ଯେ, ‘ଭବିଷ୍ୟତ ହେଉଛି ଏଠାରେ ଏବଂ ବର୍ତମାନ’, ଏବେ କିଛି ମିନିଟ ପୂର୍ବେ, ମୁଁ ଏଠାରେ ଲାଗିଥିବା ପ୍ରଦର୍ଶନୀର କିଛି ଷ୍ଟଲସବୁ ବୁଲି ଦେଖିଲି । ଏହି ପ୍ରଦର୍ଶନୀରେ ମୁଁ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ସେ ଟେଲିକମ୍ ହେଉ, ପ୍ରଯୁକ୍ତିବିଦ୍ୟା ହେଉ ଅବା ପୁଣି ଯୋଗାଯୋଗ, 6-G ହେଉ, ଏଆଇ ହେଉ, ସାଇବର ନିରାପତ୍ତା ହେଉ, ସେମିକଣ୍ଡକ୍ଟଟର ହେଉ, ଡ୍ରୋନ ଅବା ମହାକାଶ କ୍ଷେତ୍ର ହେଉ, ଗଭୀର ସମୁଦ୍ର ହେଉ, ଗ୍ରୀନ୍ ଟେକ୍ ହେଉ ଅବା ପୁଣି ଅନ୍ୟାନ୍ୟ କ୍ଷେତ୍ର, ଆଗାମୀ ସମୟ ହିଁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବାକୁ ଯାଉଛି । ଆଉ ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ଆମ ଯୁବ ପିଢୀ ଦେଶର ଭବିଷ୍ୟତର ନେତୃତ୍ୱ ନେଉଛି, ଆମର ପ୍ରଯୁକ୍ତି ବିପ୍ଳବର ନେତୃତ୍ୱ ନେଉଛନ୍ତି।ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍ ସି)କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 27th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ 'ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍' ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି '୫ଜି ୟୁଜ୍ କେସ୍ ଲ୍ୟାବ୍' ପ୍ରଦାନ କରିଥିଲେ।ମଧ୍ୟ ପ୍ରଦେଶର ଜବଲପୁରଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 05th, 03:31 pm
ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁ ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସାଥୀ, ଏମପି ସରକାରଙ୍କର ମନ୍ତ୍ରୀ, ସାଂସଦଗଣ, ବିଧାୟକଗଣ, ମଂଚ ଉପରେ ବିରାଜମାନ ଅନ୍ୟ ସମସ୍ତ ମହାନୁଭବ ଆଉ ଏତେ ବିପୁଳ ସଂଖ୍ୟାରେ ଆଶୀର୍ବାଦ ଦେବା ପାଇଁ ଆସିଥିବା ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !ମଧ୍ୟପ୍ରଦେଶର ଜବଲପୁର ଠାରେ ପ୍ରଧାନମନ୍ତ୍ରୀ ୧୨,୬୦୦ କୋଟିରୁ ଅଧିକ ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
October 05th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଜବଲପୁର ଠାରେ ୧୨,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ, ଗ୍ୟାସ ପାଇପଲାଇନ୍, ଗୃହ ନିର୍ମାଣ ଏବଂ ବିଶୁଦ୍ଧ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ବିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଶ୍ରୀ ମୋଦୀ ଜବଲପୁର ଠାରେ 'ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ' ପ୍ରକଳ୍ପର ଭୂମି ପୂଜନ କରିଥିଲେ ।Sengol links us with a very important part of our past: PM Modi
September 19th, 01:50 pm
PM Modi addressed the Lok Sabha in the new building of the Parliament. Highlighting the importance of the occasion, the Prime Minister remarked that it is the dawn of the Amrit Kaal as India is moving forward with a resolve for the future by heading into the new Parliament edifice.ନୂଆ ସଂସଦ ଭବନର ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 19th, 01:18 pm
ଆଜିଠାରୁ ନୂତନ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି । ନୂଆ ଲୋକସଭାରେ ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏଥିସହିତ ପ୍ରଥମ କାର୍ଯ୍ୟକ୍ରମରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସଂସଦ ଭବନର ଏହା ପ୍ରଥମ ଐତିହାସିକ ଅଧିବେଶନ । ସେଥି ପାଇଁ ପ୍ରତ୍ୟେକ ସାଂସଦ ଅଭିନନ୍ଦନର ପାତ୍ର । ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସଂସଦର କେନ୍ଦ୍ରୀୟ କକ୍ଷରେ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:50 am
ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଅନେକ- ଅନେକ ଶୁଭକାମନା । ଆଜି ନୂତନ ସଂସଦ ଭବନରେ ଆମେ ସମସ୍ତେ ମିଳିମିଶି ଏକ ନୂତନ ଭବିଷ୍ୟତର ଶୁଭାରମ୍ଭ (ଶ୍ରୀଗଣେଶ) କରିବାକୁ ଯାଉଛେ । ଆଜି ଆମେ ଏଠାରେ ବିକଶିତ ଭାରତର ସଂକଳ୍ପ ଦୋହରାଇବା ପାଇଁ ପୁଣିି ଥରେ ସଂକଳ୍ପବଦ୍ଧ ହେବା ଏବଂ ତାହାକୁ ପରିପୂର୍ଣ୍ଣ କରିବା ପାଇଁ ମନ- ପ୍ରାଣ ଦେଇ ଯୋଡି ହେବାର ଲକ୍ଷ୍ୟରେ ନୂତନ ଭବନ ଆଡକୁ ପ୍ରସ୍ଥାନ କରୁଛେ । ସମ୍ମାନନୀୟ ସଭାଗୃହ, ଏହି ଭବନ ଆଉ ତାହା ମଧ୍ୟରେ ଏହି କେନ୍ଦ୍ରୀୟ କକ୍ଷ ଏକ ପ୍ରକାରରେ ଆମର ଭାବନାରେ ଭରି ହୋଇ ରହିଛି । ଆମକୁ ମଧ୍ୟ ଭାବୁକ କରୁଛି ଏବଂ ଆମର କର୍ତବ୍ୟ ପାଇଁ ପ୍ରେରଣା ମଧ୍ୟ ଦେଉଛି । ସ୍ୱାଧୀନତାର ପୂର୍ବ ସମୟରେ ଏହା ଏକ ପ୍ରକାରରେ ଗ୍ରନ୍ଥାଗାର ଭାବେ ବ୍ୟବହାର ହେଉଥିଲା । କିନ୍ତୁ ପରେ ସମ୍ବିଧାନ ସଭାର ବୈଠକ ଏଠାରେ ଆରମ୍ଭ ହେଲା ଆଉ ସେହି ସମ୍ବିଧାନ ସଭାର ବୈଠକ ଦ୍ୱାରା ଗଭୀର ଚର୍ଚ୍ଚା, ବିଚାର- ବିମର୍ଶ କରି ଆମର ସମ୍ବିଧାନ ଏହି ଆକାର ନେଲା । ଏଠାରେ 1947ରେ ଇଂରେଜ ସରକାର କ୍ଷମତା ହସ୍ତାନ୍ତରଣ କଲେ, ସେହି ପ୍ରକ୍ରିୟାର ମଧ୍ୟ ସାକ୍ଷୀ ହେଉଛି ଆମର କେନ୍ଦ୍ରୀୟ କକ୍ଷ । ଏହି କେନ୍ଦ୍ରୀୟ କକ୍ଷରେ ଭାରତର ତିରଙ୍ଗାକୁ ଗ୍ରହଣ କରାଗଲା, ଆମର ରାଷ୍ଟ୍ରଗାନକୁ ଆପଣାଇ ନିଆ ଗଲା । ଆଉ ସ୍ୱାଧୀନତା ପରେ ଐତିହାସିକ ଅବସରରେ ମଧ୍ୟ ସମସ୍ତ ସରକାରଙ୍କ ସମୟରେ ଅନେକ ସୁଯୋଗ ଆସିଛି ଯେତେବେଳେ ଉଭୟ ସଦନ ମିଶି ଏଠାରେ ଭାରତର ଭାଗ୍ୟକୁ ଗଢିବାର କଥା ଉପରେ ବିଚାର କରାଯାଇଛି, ସହମତି ହେଇଛି ଓ ନିର୍ଣ୍ଣୟ ମଧ୍ୟ ନିଆଯାଇଛି ।ସଂସଦର ସ୍ବତନ୍ତ୍ର ଅଧିବେଶନ: କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 19th, 11:30 am
ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ଜାତି ଉଦ୍ଦେଶ୍ୟରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 06:08 pm
ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ । ଏହି ଦିନ ଆମର ପାରମ୍ପରିକ କାରିଗର ଏବଂ ଶିଳ୍ପକାରମାନଙ୍କୁ ସମର୍ପିତ । ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ଦେଶର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ଆନନ୍ଦିତ ଯେ ଆଜିର ଦିନରେ ମୋତେ ସାରା ଦେଶର ଲକ୍ଷ ଲକ୍ଷ ବିଶ୍ୱକର୍ମା ବନ୍ଧୁଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିଛି । କିଛି ଦିନ ତଳେ ମୁଁ ମୋର ଅନେକ ବିଶ୍ୱକର୍ମା ଭାଇ ଭଉଣୀଙ୍କ ସହ କଥା ବାର୍ତ୍ତା ମଧ୍ୟ କରିଥିଲି । ଏଠାରେ ପହଞ୍ଚିବାରେ ମୋର ବିଳମ୍ବର କାରଣ ହେଉଛି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବାରେ ମଗ୍ନ ହୋଇଯାଇଥିଲି, ଏବଂ ତଳେ ପ୍ରଦର୍ଶନୀ ହୋଇଛି ତାହା ମଧ୍ୟ ଏତେ ଚମତ୍କାର ଯେ, ସେଠାରୁ ବାହାରିବାକୁ ଇଚ୍ଛା କରୁନଥିଲି ଏବଂ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଆପଣମାନେ ନିଶ୍ଚିତ ଭାବେ ଏହାକୁ ପରିଦର୍ଶନ କରନ୍ତୁ । ମୋତେ କୁହାଯାଇଛି ଯେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଚାଲିବ, ତେଣୁ ମୁଁ ବିଶେଷ ଭାବରେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହାକୁ ନିଶ୍ଚିତ ଭାବେ ପରିଦର୍ଶନ କରନ୍ତୁ।ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର-‘ଯଶୋଭୂମି’ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
September 17th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ 'ଯଶୋଭୂମି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ।ମଧ୍ୟପ୍ରଦେଶ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
August 21st, 12:15 pm
ଆଜି ଆପଣ ସମସ୍ତେ ଏହି ଐତିହାସିକ ଅବଧିରେ ଶିକ୍ଷା ଭଳି ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ସହିତ ନିଜେ ନିଜକୁ ଯୋଡ଼ି ହେଉଛନ୍ତି। ଚଳିତ ଥର ଲାଲକିଲ୍ଲାରୁ ମୁଁ ପଚାରିଥିଲି ଯେ କେମିତି ଦେଶର ବିକାଶରେ ରାଷ୍ଟ୍ରୀୟ ଚରିତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆପଣ ସମସ୍ତେ ଭାରତର ଆଗାମୀ ପିଢ଼ିକୁ ଆଧୁନିକତା ଶୈଳୀରେ ଗଢ଼ିବା ଏବଂ ନୂତନ ଦିଗ ଦେବାର ଦାୟିତ୍ବ ରହିଛି। ମୁଁ ମଧ୍ୟ ପ୍ରଦେଶର ପ୍ରାଥମିକ ନାମାଙ୍କନରେ ନିଯୁକ୍ତ ହେବାକୁ ଥିବା ପାଞ୍ଚ ହଜାରରୁ ଅଧିକ ପ୍ରମୁଖ ଶିକ୍ଷକ ଭାଇ ଭଉଣୀମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି। ମୋତେ କୁହାଯାଇଛି ଯେ ଗତ ୩ ବର୍ଷରେ ମଧ୍ୟପ୍ରଦେଶରେ ପାଖାପାଖି ୫୦ ହଜାର ବିନିମୟରେ ଇଣ୍ଟର୍ନସିପ୍ର ନିଯୁକ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି।ମଧ୍ୟପ୍ରଦେଶ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 21st, 11:50 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନେ ନିଯୁକ୍ତି ପତ୍ର ପାଉଛନ୍ତି ସେମାନେ ଏହି ଐତିହାସିକ ସମୟରେ ଶିକ୍ଷାଦାନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଯୋଗ ଦେଉଛନ୍ତି । ଲାଲକିଲ୍ଲାରୁ ଦେଶର ବିକାଶରେ ଜାତୀୟ ଚରିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନଙ୍କୁ ଚାକିରି ମିଳୁଛି ସେମାନେ ଭାରତର ଭବିଷ୍ୟତ ପିଢ଼ିକୁ ଗଢ଼ିତୋଳିବା, ଆଧୁନିକୀକରଣ କରିବା ଏବଂ ସେମାନଙ୍କୁ ଏକ ନୂତନ ଦିଗ ଦେଖାଇବାର ଦାୟିତ୍ୱରେ ରହିବେ । ଏହି ରୋଜଗାର ମେଳା ଅବସରରେ ସେ ଆଜି ମଧ୍ୟପ୍ରଦେଶର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସାଢ଼େ ପାଞ୍ଚ ହଜାରରୁ ଅଧିକ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୩ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟରେ ପାଖାପାଖି ୫୦ ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି : ପ୍ରଧାନମନ୍ତ୍ରୀ
August 19th, 06:42 pm
ଭାରତ ପାଇଁ ଆଶାବାଦୀ ହେବାର କାରଣ ସମ୍ପର୍କରେ ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରବନ୍ଧ ଏବଂ ଇନଫୋଗ୍ରାଫିକ୍ସ ସଂଗ୍ରହ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ ।୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 15th, 02:14 pm
ମୋର ପ୍ରିୟ ୧୪୦ କୋଟି ପରିବାର ସଦସ୍ୟ, ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ବର୍ତ୍ତମାନ ଅନେକ ଲୋକ ମତ ଦେଉଛନ୍ତି ଯେ ଜନସଂଖ୍ୟା ଦୃଷ୍ଟିକୋଣରୁ ମଧ୍ୟ ଆମେ ବିଶ୍ୱରେ ଏକ ନମ୍ବର । ଏତେ ବଡ଼ ଦେଶ, ୧୪୦ କୋଟି ଦେଶବାସୀ, ଭାଇ ଭଉଣୀ, ମୋ ପରିବାର ସଦସ୍ୟ ଆଜି ସ୍ୱାଧୀନତାର ପର୍ବ ପାଳନ କରୁଛନ୍ତି। ସ୍ୱାଧୀନତାର ଏହି ମହାନ ତଥା ପବିତ୍ର ପର୍ବରେ ଭାରତକୁ ଭଲ ପାଉଥିବା, ଭାରତକୁ ସମ୍ମାନ ଦେଉଥିବା, ଭାରତ ପାଇଁ ଗର୍ବିତ ଥିବା କୋଟି କୋଟି ଲୋକଙ୍କୁ ମୁଁ ଅନେକ ଶୁଭେଚ୍ଛା ଜଣାଉଛି ।India Celebrates 77th Independence Day
August 15th, 09:46 am
On the occasion of India's 77th year of Independence, PM Modi addressed the nation from the Red Fort. He highlighted India's rich historical and cultural significance and projected India's endeavour to march towards the AmritKaal. He also spoke on India's rise in world affairs and how India's economic resurgence has served as a pole of overall global stability and resilient supply chains. PM Modi elaborated on the robust reforms and initiatives that have been undertaken over the past 9 years to promote India's stature in the world.୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
August 15th, 07:00 am
ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଏବଂ ବର୍ତ୍ତମାନ ଅନେକ ଲୋକ ମତ ଦେଇଛନ୍ତି ଯେ ଜନସଂଖ୍ୟା ଦୃଷ୍ଟିରୁ ଆମେ ବିଶ୍ବରେ ଏକ ନମ୍ବରରେ ରହିଛୁ। ଏତେ ବଡ଼ ବିଶାଳ ଦେଶ, ୧୪୦ କୋଟି ଦେଶ, ମୋ ଭାଇ ଓ ଭଉଣୀ, ମୋ ପରିବାର ସଦସ୍ୟ ଆଜି ସ୍ବାଧୀନତାର ପର୍ବ ପାଳନ କରୁଛନ୍ତି। ମୁଁ ଦେଶର କୋଟି କୋଟି ଜନସାଧାରଣଙ୍କୁ, ଦେଶ ତଥା ବିଶ୍ବର କୋଟି କୋଟି ଜନତା, ବିଶ୍ବରେ ଯେଉଁମାନେ ଭାରତକୁ ଭଲପାଆନ୍ତି, ଯେଉଁମାନେ ଭାରତକୁ ସମ୍ମାନ କରନ୍ତି, ଭାରତକୁ ଗୌରବ ଆଣିଦେଇ କୋଟି କୋଟି ଜନସାଧାରଣଙ୍କୁ ସ୍ବାଧୀନତାର ଏହି ମହାନ ପବିତ୍ର ପର୍ବର ଅନେକ ଅନେକ ଶୁଭକାମନା ଜଣାଉଛି।21st century is about fulfilling every Indian's aspirations: PM Modi in Lok Sabha
August 10th, 04:30 pm
PM Modi replied to the Motion of No Confidence in Lok Sabha. PM Modi said that it would have been better if the opposition had participated with due seriousness since the beginning of the session. He mentioned that important legislations were passed in the past few days and they should have been discussed by the opposition who gave preference to politics over these key legislations.ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ
August 10th, 04:00 pm
ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିବାକୁ ଆସିଛନ୍ତି । ପୂର୍ବ ଥରର ଅନାସ୍ଥା ପ୍ରସ୍ତାବ ବିଷୟରେ ସ୍ମରଣ କରାଇ ସେ କହିଥିଲେ, ଏହା ସରକାରଙ୍କ ପାଇଁ ଫ୍ଲୋର ଟେଷ୍ଟ ନୁହେଁ ବରଂ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀଙ୍କ ପାଇଁ ଏକ ଫ୍ଲୋର ଟେଷ୍ଟ । ଉଭୟ ଏନଡିଏ ଓ ବିଜେପି ଅଧିକ ଆସନରେ ବିଜୟୀ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଆମେ ୨୦୧୯ରେ ନିର୍ବାଚନ ଲଢ଼ିଥିଲୁ, ଲୋକମାନେ ସେମାନଙ୍କ ଉପରେ ଅଧିକ ଦୃଢ଼ତାର ସହିତ ଆସ୍ଥା ପ୍ରକଟ କରିଥିଲେ। ଏକ ପ୍ରକାରରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଶୁଭ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲୋକଙ୍କ ଆଶୀର୍ବାଦ ରେ ଏନଡିଏ ଓ ବିଜେପି ୨୦୨୪ରେ ସମସ୍ତ ରେକର୍ଡ ଭାଙ୍ଗି ବିଜୟୀ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ତିଲକ ପୁରସ୍କାର ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
August 01st, 12:00 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆଦରଣୀୟ ଶ୍ରୀ ଶରଦ ପାୱାର ଜୀ, ରାଜ୍ୟପାଳ ଶ୍ରୀମାନ ରମେଶ ବୈସ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନେ୍ଦ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଜିତ୍ ପାୱାର ଜୀ, ଟ୍ରଷ୍ଟର ସଭାପତି ଶ୍ରୀମାନେ ତିଲକ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୋର ମିତ୍ର ଶ୍ରୀମାନ ସୁଶୀଲ କୁମର ସିନେ୍ଦ ଜୀ, ତିଲକ ପରିବାରର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ଉପସ୍ଥିତ ଭାଇ ଏବଂ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି
August 01st, 11:45 am
ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନ୍ୟ ତିଳକ ଜୀ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ‘ତିଳକ’ । ସେ ସମାଜର ଉନ୍ନତି ଦିଗରେ ଆନ୍ନା ଭାଉ ଶେଠଙ୍କ ଅସାଧାରଣ ତଥା ଅଦ୍ୱିତୀୟ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ, ଛାପକର ବ୍ରଦର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭୂମିକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଗଡୁସେଠ ମନ୍ଦିରରେ ଆଶୀର୍ବାଦ ଭିକ୍ଷା କରିଥିଲେ ।