ମନ କି ବାତ ,ଡିସେମ୍ବର 2023
December 31st, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’, ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର । ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ, କେତେ ସନ୍ତୋଷପ୍ରଦ ହୋଇଥାଏ, ‘ମନ୍ କି ବାତ୍’ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି । ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା ।ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
April 09th, 02:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଓ ତାମିଲନାଡୁରେ ଥିବା ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମୁଦୁମଲାଇ ଟାଇଗର ରିଜର୍ଭରେ ଥିବା ଥେପ୍ପାକାଡୁ ହାତୀ କ୍ୟାମ୍ପ ମଧ୍ୟ ପରିଦର୍ଶନ କରି ମାହୁନ୍ତ ଓ କାଭାଡିମାନଙ୍କ ସହ ବାର୍ତ୍ତାଳାପ କରିବା ସହ ହାତୀଙ୍କୁ ଖୁଆଇଥିଲେ । ପ୍ରଧାନମନ୍ତ୍ରୀ ଓସ୍କାର ବିଜେତା ପ୍ରାମାଣିତ ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ରେ ପ୍ରଦର୍ଶିତ ହାତୀ ପାଳକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।ମହୀଶୂର ବ୍ୟାଘ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 09th, 01:00 pm
ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି ଯେ, ସକାଳ 6ଟାରୁ ଚାଲି ଯାଇଥିଲି ମୁଁ ଭାବିଥିଲି ଯେ ଠିକ ସମୟରେ ଜଙ୍ଗଲ ଭ୍ରମଣ କରି ଫେରିଆସିବି କିନ୍ତୁ ମୋତେ ଆସିବାରେ 1 ଘଣ୍ଟ। ବିଳମ୍ବ ହୋଇଗଲା । ଆପଣ ସମସ୍ତଙ୍କୁ ପ୍ରତୀକ୍ଷା କରିବାକୁ ପଡିଲା ଏଥିପାଇଁ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି । ମୋ କଥା, ପ୍ରଥମେ ଆମେ ଏ ଯେଉଁ ବାଘ ସଂଖ୍ୟା ସଂଖ୍ୟାକୁ ଆମେ ଛୁଇଁଛେ, ଯାହା ଦେଖୁଛେ, ଆମର ଏହି ବାଘଙ୍କ ପରବାରର ଯେଉଁ ବିସ୍ତାର ହେଉଛି, ଏହା ହେଉଛି ଗୌରବମୟ ମୁହୂର୍ତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ବାଘଙ୍କ ସମ୍ମାନରେ ନିଜ ସ୍ଥାନରେ ଠିଆ ହୋଇ ଆମେ ବାଘମାନଙ୍କୁ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା । ଧନ୍ୟବାଦ!କର୍ଣ୍ଣାଟକର ମହୀଶୂରରେ "ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି ସ୍ମାରକୀ” କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
April 09th, 12:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମହୀଶୂର ସ୍ଥିତ ମହୀଶୂର ବିଶ୍ୱବିଦ୍ୟାଳୟ ଠାରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଟରନେସନାଲ ବିଗ୍ କ୍ୟାଟ ଆଲାଏନ୍ସ (ଆଇବିସିଏ)ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବ୍ୟାଘ୍ର ସଂରକ୍ଷଣର ପରିଚାଳନା ପ୍ରଭାବର ମୂଲ୍ୟାଙ୍କନର ୫ ମ ଚକ୍ରର ଏକ ସାରାଂଶ ରିପୋର୍ଟ ଅମୃତ କାଲ କା ଭିଜନ ଫର ଟାଇଗର କନଜରଭେସନ” ପୁସ୍ତକର ଉନ୍ମୋଚନ କରିଥିଲେ, ବାଘ ସଂଖ୍ୟା ଘୋଷଣା କରି ସର୍ବ ଭାରତୀୟ ବ୍ୟାଘ୍ର ଆକଳନ (୫ମ ଚକ୍ର) ର ସାରାଂଶ ରିପୋର୍ଟ ଉନ୍ମୋଚନ କରିଥିଲେ । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମରଣୀୟ ମୁଦ୍ରା ମଧ୍ୟ ଜାରି କରିଥିଲେ ।PM meets makers of award winning documentary short film ‘The Elephant Whisperers’
March 30th, 03:46 pm
The Prime Minister, Shri Narendra Modi has met the makers of Oscar winning documentary short film ‘The Elephant Whisperers’.