ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

October 30th, 09:39 pm

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ମହାମାନ୍ୟ ପେଟୋଙ୍ଗଟାର୍ନ ସିନାୱାତ୍ରା ଥାଇଲାଣ୍ଡ ବ୍ୟାଙ୍ଗକକ୍ ଲିଟିଲ ଇଣ୍ଡିଆ ପାହୁରାତରେ ମନୋମୁଗ୍ଧକର ଥାଇଲାଣ୍ଡ ଦୀପାବଳି ଉତ୍ସବ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଆକର୍ଷଣୀୟ ଥାଇଲାଣ୍ଡ ଦୀପାବଳି ଉତ୍ସବ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

India has not given world 'Yuddha', but Buddha: PM Modi at International Abhidhamma Divas

October 17th, 10:05 am

PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.

ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 17th, 10:00 am

ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

October 11th, 12:41 pm

ଭିଏଣ୍ଟିଆନେରେ ୧୧ ଅକ୍ଟୋବର ୨୦୨୪ରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାୱାତ୍ରାଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ।

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିବାଚିତ ହୋଇଥିବାରୁ ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

August 18th, 11:53 am

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଥାଇଲାଣ୍ଡ ଓ ଭାରତର ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ କାମ କରିବାକୁ ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ

June 06th, 02:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଐତିହାସିକ ନିର୍ବାଚନ ବିଜୟ ସକାଶେ ଗତ ୦୬ ଜୁନ୍‌, ୨୦୨୪ ତାରିଖ ଦିନ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହୀମ ଶ୍ରେଥା ଥାଭିସିନ୍ । ଉଭୟ ନେତାଙ୍କ ମଧ୍ୟରେ ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଅଭିନନ୍ଦନ ଓ ଆଲୋଚନା ହୋଇଛି । ଭାରତର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବିଜୟରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଥାଭିସିନ୍ ତାଙ୍କୁ ବଧେଇ ଜଣାଇଛନ୍ତି ।

ଭଗବାନ ବୁଦ୍ଧଙ୍କ ଆଦର୍ଶକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

March 05th, 09:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ବୁଦ୍ଧଙ୍କ ଆଦର୍ଶକୁ ପ୍ରଶଂସା କରିଛନ୍ତି ଏବଂ ଥାଇଲାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ୨୩ ଫେବୃଆରୀରୁ ୩ ମାର୍ଚ୍ଚ, ୨୦୨୪ ପର୍ଯ୍ୟନ୍ତ ବ୍ୟାଙ୍କକରେ ଭଗବାନ ବୁଦ୍ଧ ଏବଂ ତାଙ୍କ ଶିଷ୍ୟ ଅରହନ୍ତ ସରିପୁଟ୍ଟା ଏବଂ ଅରହନ୍ତ ମହା ମୋଗଲାନାଙ୍କ ପବିତ୍ର ଅବଶେଷକୁ ଦର୍ଶନ କରିଛନ୍ତି ।

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଶ୍ରେଥା ଥାଭିସିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 23rd, 07:53 am

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଶ୍ରେଥା ଥାଭିସିନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

May 23rd, 02:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଠାରେ ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌)ର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର୍ ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦା ମଧ୍ୟ ସାମିଲ୍ ହୋଇଥିଲେ । ଏହା ସହିତ ଅନ୍ୟ ଅଂଶୀଦାର ଦେଶ ଗୁଡିକ, ଯଥା- ଅଷ୍ଟ୍ରେଲିଆ, ବ୍ରୁନେଇ, ଇଣ୍ଡୋନେସିଆ, କୋରିଆ ସାଧାରଣତନ୍ତ୍ର, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଭିଏତ୍‌ନାମର ନେତା ମାନେ ଆଭାସୀ (ଭର୍ଚୁଆଲ୍‌) ରୂପରେ ଉପସ୍ଥିତ ଥିଲେ ।

ଉତ୍ତରପ୍ରଦେଶରେ କୁଶୀନଗର ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ

October 20th, 10:33 am

ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ କିରଣ ରିଜିଜ୍ଜୁ ଜୀ, ଶ୍ରୀ କିଷନ ରେଡ୍ଡୀ ଜୀ, ଜେନେରାଲ ବି.କେ. ସିଂ ଜୀ, ଶ୍ରୀ ଅର୍ଜୁନରାମ ମେଘୱାଲ ଜୀ, ଶ୍ରୀ ଶ୍ରୀପଦ ନାୟକ ଜୀ, ଶ୍ରୀମତୀ ମିନାକ୍ଷୀ ଲେଖି ଜୀ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ନନ୍ଦଗୋପାଳ ନନ୍ଦୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ଜୀ, ବିଧାୟକ ଶ୍ରୀ ରଜନୀକାନ୍ତମଣି ତ୍ରିପାଠୀ ଜୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ-କୁଟନୀତିଜ୍ଞ, ଅନ୍ୟାନ୍ୟ ଜନପ୍ରତିନିଧି ବୃନ୍ଦ,

କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 20th, 10:32 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୦.୧୦.୨୦୨୧) କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି ।

Phone call between Prime Minister Shri Narendra Modi and H.E. Gen (ret) Prayut Chan-o-cha, Prime Minister of Thailand

May 01st, 11:46 pm

PM Modi had a telephone conversation with Prayut Chan-o-cha, Prime Minister of Thailand. They shared information on the steps being taken in their respective countries to deal with the Covid-19 pandemic.

ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

November 04th, 08:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଂକକଠାରେ 4 ନଭେମ୍ବର 2019ରେ ଭାରତ-ଆସିଆନ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ନୁୟେନ ସୁଆନ ଫୁକଙ୍କୁ ସାକ୍ଷାତ କରିଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 04th, 07:59 pm

ବ୍ୟାଂକକଠାରେ ଆରସିଇପି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଛନ୍ତି ।

ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

November 04th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଆଜି ରାତିରେ ସେ ଦିଲ୍ଲୀ ଅଭିମୁଖେ ଫେରିବା ପୂର୍ବରୁ ସେ ବ୍ୟାଂକକରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ନୁଏନ ସୁଆନ ଫୁକ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ବୈଠକରେ ମଧ୍ୟ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି

November 04th, 11:43 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ପୂର୍ବ ଏସୀୟ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି । ଚଳିତ ବର୍ଷ ଶେଷରେ ଭାରତ ଜାପାନ 2+2 ବାର୍ତ୍ତା ଏବଂ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଛନ୍ତି ।

PM Modi's meetings on the sidelines of ASEAN Summit in Thailand

November 04th, 11:38 am

On the sidelines of the ongoing ASEAN Summit in Thailand, PM Modi held bilateral meetings with world leaders.

ମିଆଁମାର ରାଷ୍ଟ୍ର ପରାମର୍ଶଦାତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

November 03rd, 06:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ ଆୟୋଜିତ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ ସାନ ସୁ କିଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର 2017ରେ ମିଆଁମାରକୁ ତାଙ୍କ ଗସ୍ତ ଏବଂ ଜାନୁଆରୀ 2018ରେ ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ ସମୟରେ ରାଷ୍ଟ୍ର ପରାମର୍ଶଦାତାଙ୍କ ଗସ୍ତ ସମ୍ବନ୍ଧରେ ସ୍ମରଣ କରି ନେତାମାନେ ଦୁଇ ଦେଶର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀରେ ହୋଇଥିବା ବିକାଶ ନେଇ ସନ୍ତୋଷ ପ୍ରକାଶ କରିଥିଲେ।

ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 03rd, 06:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକଠାରେ ଆସିଆନ/ଇଏଏସ ସମ୍ବନ୍ଧିତ ବୈଠକ ସମୟରେ ନଭେମ୍ବର 3, 2019ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କୁ ଭେଟିଥିଲେ ।

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 03rd, 06:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ 35ତମ ଆସିଆନ ଶିଖର ସମ୍ମିଳନୀ, 14ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (EAS) ଏବଂ 16ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଅବସରରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଜେନେରାଲ (ସେବା ନିବୃତ୍ତ) ପ୍ରାୟୁତ ଚାନ-ଓ-ଚାଙ୍କୁ ଭେଟିଥିଲେ ।