
BJP government is not only developing Assam but also serving the ‘Tea Tribe’ community: PM Modi in Guwahati
February 24th, 06:40 pm
PM Modi participated in the Jhumoir Binandini 2025, a Mega Jhumoir programme in Guwahati. PM Modi praised the impressive preparations by all the artists of the Jhumoir. PM also spoke about the pride of Assam, the brave warrior Lachit Borphukan. He exclaimed Assamese language being granted the status of a classical language and Charaideo Moidam being included in the UNESCO World Heritage list, as significant achievements of their Government. PM assured their Government is developing Assam and serving the 'Tea Tribe' community as well.
ଆସାମର ଗୁଆହାଟୀ ଠାରେ ଝୁମୋଇର ବିନାନ୍ଦିନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 24th, 06:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀ ଠାରେ ଏକ ମେଗା ଝୁମୋଇର କାର୍ଯ୍ୟକ୍ରମ, ଝୁମୋଇର ବିନାନ୍ଦିନୀ ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଖୁସି, ଉତ୍ସାହ ଓ ଉଦ୍ଦୀପନାଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇର ପରିବେଷଣ କରୁଥିବା ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ବିଷୟରେ ସେ ଉଲ୍ଲେଖ କରିଥିଲେ, ଯାହା ଚା' ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥିଲା । ଝୁମୋଇର ଓ ଚା' ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଏତେ ସଂଖ୍ୟକ କଳାକାର ଝୁମୋଇର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ୨୦୨୩ ମସିହାରେ ଆସାମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ସମୟରେ ୧୧,୦୦୦ କଳାକାର ବିହୁ ନୃତ୍ୟ ପରିବେଷଣ କରି ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ ହୋଇ ରହିଯାଇଛି ଏବଂ ସେ ଅନୁରୂପ ଆକର୍ଷଣୀୟ ପ୍ରଦର୍ଶନ ଆଶା କରୁଛନ୍ତି । ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ. ଆଜି ଆସାମ ପାଇଁ ଏକ ଗୌରବର ଦିନ, ଚା' ସମ୍ପ୍ରଦାୟ ଏବଂ ଆଦିବାସୀ ଲୋକମାନେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 04th, 07:00 pm
ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 04th, 06:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 03rd, 09:35 am
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଅନ୍ତର୍ଜାତୀୟ କୃଷି ଅର୍ଥନୀତି ସମ୍ମିଳନୀର ସଭାପତି ଡ. ମତିନ କାଇମ୍,ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଜୀ,ଭାରତ ଏବଂ ଅନ୍ୟ ଦେଶର କୃଷି ବୈଜ୍ଞାନିକଗଣ, ଗବେଷଣା ସହ ଜଡ଼ିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆମର ସହକର୍ମୀ,କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ଏବଂ ଅଂଶୀଦାର, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
August 03rd, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, ସ୍ଥାୟୀ କୃଷି - ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।ଆସାମର ଚା' ବଗିଚାରେ କାର୍ଯ୍ୟରତ ଗୋଷ୍ଠୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଆସାମ ଚା' ସମଗ୍ର ବିଶ୍ୱରେ ପ୍ରବେଶ କରିଛି । ଚା' ବଗିଚାରେ କାର୍ଯ୍ୟରତ ଗୋଷ୍ଠୀମାନଙ୍କର ସାହସ ଓ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ।