ଝାଡ଼ଖଣ୍ଡର ଟାଟାନଗରଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 15th, 11:30 am
ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀ ସନ୍ତୋଷ ଗଙ୍ଗୱାର ଜୀ, କ୍ୟାବିନେଟର ମୋର ସହଯୋଗୀ ଶିବରାଜ ସିଂ ଚୌହାନ ଜୀ, ଅନ୍ନପୂର୍ଣ୍ଣା ଦେବୀ ଜୀ ଏବଂ ସଞ୍ଜୟ ସେଠ ଜୀ, ସାଂସଦ ବିଦ୍ୟୁତ ମହତୋ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଇରଫାନ ଅନସାରୀ ଜୀ, ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଜୀ, ଅଖିଳ ଝାଡ଼ଖଣ୍ଡ ଛାତ୍ର ସଂସଦର ସଭାପତି ସୁଦେଶ ମହତୋ ଜୀ, ବିଧାୟକଗଣ, ଅନ୍ୟ ସମ୍ମାନିତ ଅତିଥି, ଭାଇ ଏବଂ ଭଉଣୀମାନେ,ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 15th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ । ଏହା ପୂର୍ବରୁ ଶ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଟାଟାନଗର ଜଙ୍କସନ ରେଳ ଷ୍ଟେସନରେ ୬ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସେପ୍ଟେମ୍ବର ୧୫ରୁ ୧୭ ମଧ୍ୟରେ ଝାଡ଼ଖଣ୍ଡ, ଗୁଜରାଟ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
September 14th, 09:53 am
ସେପ୍ଟେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତ କରିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟାରେ ଝାଡ଼ଖଣ୍ଡର ଟାଟାନଗର ଜଙ୍କସନ୍ ରେଳ ଷ୍ଟେସନରେ ଟାଟାନଗର-ପାଟନା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୨୦ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରି ପତ୍ର ବଣ୍ଟନ କରିବେ।