ସ୍ପେନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-ସ୍ପେନ୍ ମିଳିତ ବିବୃତି (ଅକ୍ଟୋବର ୨୮-୨୯, ୨୦୨୪)
October 28th, 06:32 pm
ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ରୂପ ଦେଇଛି ଏବଂ ଏହାକୁ ନୂତନ ଗତି ପ୍ରଦାନ କରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ପାଇଁ ମଞ୍ଚ ସ୍ଥାପନ କରିଛି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ପେନ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ଏଜେଣ୍ଡାକୁ ଆହୁରି ଉନ୍ନତ କରିବା ସହ ରାଜନୈତିକ, ଅର୍ଥନୈତିକ, ନିରାପତ୍ତା, ପ୍ରତିରକ୍ଷା, ଜନସାଧାରଣଙ୍କ ମଧ୍ୟରେ ଏବଂ ସାଂସ୍କୃତିକ ସହଯୋଗର ସମସ୍ତ ଦିଗରେ ସହଯୋଗ ସ୍ଥାପନ କରିବାକୁ ଉଭୟ ନେତା ସେମାନଙ୍କ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।ନିସ୍କର୍ଷ ସୂଚୀ : ସ୍ପେନ୍ର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ଙ୍କ ଭାରତ ଗସ୍ତ (୨୮-୨୯ ଅକ୍ଟୋବର ୨୦୨୪)
October 28th, 06:30 pm
ଭଦୋଦରାରେ ସି୨୯୫ ବିମାନର ଫାଇନାଲ୍ ଆସେମ୍ବଲି ଲାଇନ୍ ପ୍ଲାଣ୍ଟର ମିଳିତ ଉଦ୍ଘାଟନ, ଯାହା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍ଭାନ୍ସ ସିଷ୍ଟମ୍ ଦ୍ୱାରା ନିର୍ମିତ।ସି-୨୯୫ ବିମାନ କାରଖାନାର ଉଦ୍ ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 28th, 10:45 am
ମହାମହିମ ପେଡ୍ରୋ ସାଞ୍ଚେଜ୍, ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ ଜୟଶଙ୍କର ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ସ୍ପେନ୍ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଏୟାରବସ୍ ଏବଂ ଟାଟା ଟିମ୍ର ସମସ୍ତ ସହଯୋଗୀ, ମହିଳା ଏବଂ ଭଦ୍ରଲୋକ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରା ଠାରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି
October 28th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ।ଅକ୍ଟୋବର ୨୮ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
October 26th, 03:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ । ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ । ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ।