ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଉପରେ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ମୂଳ ପାଠ୍ୟ
April 04th, 09:46 am
ସମସ୍ତଙ୍କୁ ମୋର ଶୁଭେଚ୍ଛା । ଭାରତରେ ଆପଣ ସମସ୍ତଙ୍କୁ ସ୍ୱାଗତ! ସର୍ବପ୍ରଥମେ, ମୁଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ମଂଚକୁ ଅଭିନନ୍ଦନ ଜଣାଉଛି । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଆଇସିଡିଆର୍ଆଇ - ୨୦୨୩ର ଆନ୍ତର୍ଜାତିକ ସମ୍ମିଳନୀର ୫ମ ସଂସ୍କରଣର ଅବସର ପ୍ରକୃତରେ ଏକ ବିଶେଷ ଅବସର ଅଟେ ।ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ପଞ୍ଚମ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 04th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୪.୨୦୨୩ ) ପଂଚମ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀ ଆଇସିଡିଆରଆଇ-୨୦୨୩କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି ।ଏନପିଡିଆରଆର ର ତୃତୀୟ ବୈଠକ ଏବଂ ଶୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-2023 ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 10th, 09:43 pm
ସର୍ବ ପ୍ରଥମେ ମୁଁ ବିପର୍ଯ୍ୟୟ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ କାର୍ଯ୍ୟ ହେଉଛି ଏଭଳି ଯେ, ଆପଣ ଅନେକ ଥର ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟମାନଙ୍କର ଜୀବନ ବଂଚାଇବା ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି । ନିକଟରେ ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳର ପ୍ରୟାସକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଆଉ ଏହି କଥା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ଜଡିତ ମାନବ ସମ୍ବଳ ଏବଂ ବୈଷୟିକ ଦକ୍ଷତାକୁ ଭାରତ ଯେଭଳି ଭାବେ ବୃଦ୍ଧି କରିଛି, ତାହାଦ୍ୱାରା ଦେଶରେ ମଧ୍ୟ ଭିନ୍ନ- ଭିନ୍ନ ବିପର୍ଯ୍ୟୟ ସମୟରେ ଅନେକ ଗୁଡିଏ ଲୋକଙ୍କର ଜୀବନ ବଂଚାଇବାରେ ସହାୟତା ମିଳିଛି । ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ବ୍ୟବସ୍ଥା ସଶକ୍ତ ହେଉ, ଏଥିପାଇଁ ପ୍ରୋତ୍ସାହନ ମିଳୁ, ଏବଂ ସାରା ଦେଶରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉ, ଏହି କାର୍ଯ୍ୟ ଲାଗି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ମଧ୍ୟ ଘୋଷଣା କରାଯାଇଛି । ଆଜି ଏଠାରେ ଦୁଇଟି ସଂସ୍ଥାନକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦିଆଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(Odisha State Disaster Management Authority), ବାତ୍ୟାଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ, ବିଭିନ୍ନ ବିପର୍ଯ୍ୟୟ ସମୟରେ ବହୁତ ଭଲ କାର୍ଯ୍ୟ କରୁଛି । ସେହିଭଳି ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାରେ କଠିନ ପରିଶ୍ରମ କରିଛି, ସମଗ୍ର ଅଂଚଳକୁ ବଂଚାଇଲା ଏବଂ ନିଆଁ ବ୍ୟାପିବାକୁ ରୋକିଲା । ମୁଁ ଏହି ସଂସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର ତୃତୀୟ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 10th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍ଡିପିଆର୍ଆର)ର ତୃତୀୟ ଅଧିବେଶନକୁ ଉଦ୍ଘାଟନ କରିଛନ୍ତି । ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ।”ତୁର୍କୀ ଏବଂ ସିରିଆରେ ‘ଅପରେସନ୍ ଦୋସ୍ତ’ରେ ସାମିଲ ହୋଇଥିବା ଏନଡିଆରଏଫ କର୍ମଚାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
February 20th, 06:20 pm
ଆପଣମାନେ ମାନବତା ମାଇଁ ଏକ ବହୁତ ବଡ଼ କାର୍ଯ୍ୟ କରି ଫେରି ଆସିଛନ୍ତି । ଅପରେସନ୍ ଦୋସ୍ତ ସହିତ ଜଡ଼ିତ ସମଗ୍ର ଟିମ୍, ଏନଡିଆରଏଫ ହୁଅନ୍ତୁ, ସେନା ହୁଅନ୍ତୁ, ବାୟୁସେନା ହୁଅନ୍ତୁ କିମ୍ବା ଆମର ଅନ୍ୟାନ୍ୟ ସେବାଗୁଡ଼ିକରେ ରହିଥିବା ସାଥୀ ହୁଅନ୍ତୁ, ସମସ୍ତେ ବହୁତ ହିଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଆଉ ଏପରିକି ଆମର କଥା କହି ପାରୁ ନଥିବା ମୁକ ବନ୍ଧୁ ମାନଙ୍କୁ, ଡଗ୍ ସ୍କ୍ୱାଡ଼ର ସଦସ୍ୟମାନେ ମଧ୍ୟ ଅଦ୍ଭୁତ କ୍ଷମତାର ପ୍ରଦର୍ଶନ କରିଛନ୍ତି । ଆପଣ ସମସ୍ତଙ୍କୁ ନେଇ ଦେଶକୁ ବହୁତ ଗର୍ବ ଅନୁଭବ କରୁଛି ।ତୁର୍କୀ ଏବଂ ସିରିଆରେ "ଅପରେସନ ଦୋସ୍ତ” ସହିତ ଜଡିତ ଏନ୍ଡିଆରଏଫ୍ କର୍ମଚାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
February 20th, 06:00 pm
ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ ଅପରେସନ ଦୋସ୍ତ” ସହିତ ଜଡିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।ସିରିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
February 06th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିରିଆରେ ଭୂମିକମ୍ପ ଯୋଗୁଁ ପ୍ରାଣହାନୀ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସିରିଆବାସୀଙ୍କ ଦୁଃଖରେ ଆମେ ସମଦୁଃଖି ତଥା ବିପଦ ବେଳେ ସହାୟତା ଓ ସମର୍ଥନ ଯୋଗାଇ ଦେବାକୁ ପ୍ରତିବଦ୍ଧ ।