ସ୍ଵାମୀ ଆତ୍ମସ୍ଥାନନ୍ଦଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

June 18th, 08:21 pm

ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।“ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ବିୟୋଗ ମୋ ପାଇଁ ବ୍ୟକ୍ତିଗତ କ୍ଷତି । ମୁଁ ତାଙ୍କ ସହିତ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ଅତିବାହିତ କରିଛି ।ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ଗଭୀର ଜ୍ଞାନ ଏବଂ ବୌଦ୍ଧିକତାର ଅଧିକାରୀ ଥିଲେ । ତାଙ୍କର ଅନୁକରଣୀୟ ବ୍ୟକ୍ତିତ୍ୱକୁ ପରବର୍ତ୍ତୀ ପିଢ଼ି ମଧ୍ୟ ମନେ ରଖିବେ ।ମୁଁ ଯେତେବେଳେ ବି କୋଲକାତା ଯାଇଛି ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ଆଶୀର୍ବାଦ ଲାଭ କରିବାର ସୁଯୋଗ ପାଇଛି ।