ମଧ୍ୟପ୍ରଦେଶରେ ସ୍ୱାମୀତ୍ୱ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 06th, 12:31 pm

ସ୍ୱାମୀତ୍ୱ ଯୋଜନା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ, ଯେଉଁ ଭରସା ଗାଁଗୁଡିକରେ ଆସିଛି, ତାହା ହିତାଧିକାରୀମାନଙ୍କ ସହ କଥାବାର୍ତାରେ ସ୍ପଷ୍ଟ ଭାବେ ଝଲସୁଛି ଏବଂ ମୁଁ ଆଜି ଏଠାରେ ମଧ୍ୟ ଦେଖୁଛି ଯେ ଆପଣମାନେ ମତେ ଆପଣମାନଙ୍କର ବାଉଁଶରେ ତିଆରି ଚୌକି ତ ଦେଖାଇଲେ କିନ୍ତୁ ମୋ ନଜର ତ ଅନେକ ଦୂର ପର୍ଯ୍ୟନ୍ତ ଏହି ଯେଉଁ ଜନତା ଜନାର୍ଦ୍ଦନ, ସେମାନଙ୍କର ଯେଉଁ ଉତ୍ସାହ, ଉମଙ୍ଗ ରହିଛି, ତାରି ଉପରେ ଲାଖି ରହିଛି । ଜନତା ଜନାର୍ଦ୍ଦନଙ୍କର ଏତେ ଭଲ ପାଇବା, ଏତେ ଆଶୀର୍ବାଦ ମିଳୁଛି, ସେମାନଙ୍କୁ କେତେ ସୁଫଳ ମିଳୁଥିବ, ମୁଁ ସେସବୁ ସଂପୂର୍ଣ୍ଣ ଭାବରେ ଅନୁମାନ କରିପାରୁଛି । ଏହି ଯୋଜନା କେତେ ବଡ ଶକ୍ତି ଭାବେ ଉଭା ହେଉଛି, ଏହି ଅନୁଭବ ଏବେ ଯେଉଁ ସାଥୀମାନଙ୍କ ସହ କଥା ହେବାର ମାତେ ସୁଯୋଗ ମିଳିଲା, ସେମାନେ ମତେ ଏସବୁ ବିସ୍ତୃତ ଭାବରେ ଜଣାଇଛନ୍ତି । ସ୍ୱାମୀତ୍ୱ ଯୋଜନା ପରେ ଲୋକମାନଙ୍କୁ ବ୍ୟାଙ୍କରୁ ଋଣ ମିଳିବା ଆହୁରି ଅଧିକ ସହଜ ହୋଇଛି ।

ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲେ ଭାବ ବିନିମୟ

October 06th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏହି ଯୋଜନା ଅଧୀନରେ ଉପକୃତ ହୋଇଥିବା ପ୍ରାୟ ୧,୭୧,୦୦୦ ଲାଭାର୍ଥମାନଙ୍କୁ ସେ ଇ- ପ୍ରପର୍ଟି କାର୍ଡ଼ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଭିନ୍ନ ଲାଭାର୍ଥୀ, ଗାଁ, ଜିଲ୍ଲା ଏବଂ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀମାନଙ୍କ ସହିତ ଭାବବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 27th, 10:35 am

ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଗରିବ ଜନତା, ଉଠାଦୋକାନୀ ବ୍ୟାଙ୍କ ଭିତରକୁ ଯିବା ଲାଗି ସାହସ ମଧ୍ୟ କରିପାରୁନଥିଲେ । କିନ୍ତୁ ଆଜି ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ପଦକ୍ଷେପ ନେଉଛନ୍ତି । ବିନାକୌଣସି ଧାଁ ଧପଡ଼ରେ ନିଜ କାମ ଆରମ୍ଭ କରିବା ଲାଗି ଋଣ ମିଳୁଛି । ଆପଣମାନଙ୍କ ମୁଖମଣ୍ଡଳରେ ଖୁସି ଦେଖି ମୁଁ ମଧ୍ୟ ଅତ୍ୟନ୍ତ ସନ୍ତୋଷ ଅନୁଭବ କରୁଛି । ଆପଣମାନଙ୍କୁ ଆପଣଙ୍କ କାମ ପାଇଁ, ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ଲାଗି, ଉତ୍ତର ପ୍ରଦେଶ ଏବଂ ଦେଶକୁ ଆଗକୁ ନେବା ଲାଗି ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।

PM Modi interacts with beneficiaries of PM SVANidhi Scheme from Uttar Pradesh

October 27th, 10:34 am

PM Narendra Modi interacted with beneficiaries of PM SVANIDHI Yojana from Uttar Pradesh through video conferencing. The Prime Minister said for the first time since independence street vendors are getting unsecured affordable loans. He said the maximum applications of urban street vendors have come from UP.

PM to interact with beneficiaries of PM SVANidhi Scheme from UP on 27 October

October 25th, 01:57 pm

Prime Minister Shri Narendra Modi will interact with the beneficiaries of PM SVANidhi Scheme from Uttar Pradesh on 27 October at 10:30 AM via video conferencing. Chief Minister of Uttar Pradesh will also be present on the occasion.

ଆସନ୍ତାକାଲି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

September 08th, 02:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ସେପ୍ଟେମ୍ବର 9ରେ ‘ସ୍ୱନିଧି ସମ୍ବାଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା ପାଇଁ ଜୁନ୍‌ ପହିଲାରୁ ଭାରତ ସରକାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି । ସେମାନଙ୍କୁ ଋଣ ସହାୟତା ଯୋଗାଇ ପୁନର୍ବାର ନିଜର ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି ।