ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

December 17th, 04:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧକୁ ଉଦଘାଟନ କରିଛନ୍ତି । ସେ ନୂଆ ଟର୍ମିନାଲ ସୌଧ ପରିସରକୁ ବୁଲି ଦେଖିଥିଲେ ।

ଡିସେମ୍ବର ୧୭ ଓ ୧୮ରେ ପ୍ରଧାନମନ୍ତ୍ରୀଙ୍କ ସୁରତ ଓ ବାରଣାସୀ ଗସ୍ତ

December 16th, 10:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖ ଦିନ ଗୁଜରାଟର ସୁରତ ଓ ଉତ୍ତର ପ୍ରଦେଶର ବାରଣାସୀ ଗସ୍ତରେ ଯିବେ । ୧୭ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ ସମନ୍ୱିତ ରହଣୀସ୍ଥଳ ଭବନର ଉଦ୍‌ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୪୫ମିନିଟ୍‌ରେ ଶ୍ରୀ ମୋଦୀ ସୁରତ ହୀରା ଏକ୍ସଚେଞ୍ଜକୁ ଉଦ୍‌ଘାଟନ କରିବେ । ତା’ ପରେ ସେ ବାରାଣାସୀ ଯାତ୍ରା କରି ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍‌ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗେ ଦେବେ । ପ୍ରାୟ ୫ଟା ୧୫ମିନିଟ୍‌ରେ ନମୋ ଘାଟଠାରେ ସେ କାଶୀ ମନ୍ଦିର ସଙ୍ଗମ-୨୦୨୩କୁ ଉଦ୍‌ଘାଟନ କରିବେ ।

ସୁରତ ବିମାନ ବନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ଘୋଷଣାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

December 15th, 09:20 pm

ସୁରତ ବିମାନ ବନ୍ଦର କେବଳ ଅନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଦ୍ୱାର ହୋଇରହିବ ନାହିଁ ବରଂ ଏହା ବିନା ବାଧାବିଘ୍ନ ସହ ହୀରା ଓ କର୍ପାସ ଶିଳ୍ପର ଆମଦାନୀ ରପ୍ତାନୀ ମଧ୍ୟ କରିପାରିବ । ଏହି ରଣନୀତିକ ପଦକ୍ଷେପ ଅଭୂତପୂର୍ବ ଆର୍ଥିକ ସାମର୍ଥ୍ୟ ବୃଦ୍ଧି କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳ ଦୃଶ୍ୟପଟରେ ସୁରତକୁ ଏକ ପ୍ରମୁଖ ସ୍ଥାନରେ ପରିଣତ କରିବା ଓ ସେ ଅଞ୍ଚଳରେ ସମୃଦ୍ଧିର ଏକ ନୂତନ ଯୁଗର ସୁତ୍ରପାତ ହେବ ।