କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 09th, 05:22 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ ଗୁରୁଦାସପୁରର କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକ ଉଦଘାଟନ କରିବା ସହିତ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ପଞ୍ଜାବର ଗୁରୁଦାସପୁରରେ ଡେରା ବାବା ନାନକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 09th, 11:13 am
ସାଥୀଗଣ, ଆଜି ଏହି ପବିତ୍ର ମାଟିକୁ ଆସି ମୁଁ ଧନ୍ୟ ଅନୁଭବ କରୁଛି । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ଦେଶକୁ କରତାରପୁର ସାହିବ କରିଡର ସମର୍ପିତ କରୁଛି । ଯେଭଳି ଅନୁଭୂତି କରସେବା ସମୟରେ ଆପଣ ସମସ୍ତଙ୍କର ହୋଇଥାଏ, ଏବେ ଏହି ସମୟରେ ମୋତେ ମଧ୍ୟ ସେହି ଭାବ ଅନୁଭବ ହେଉଛି । ମୁଁ ଆପଣ ସମସ୍ତଙ୍କୁ, ସମଗ୍ର ଦେଶକୁ, ସାରା ବିଶ୍ୱରେ ବସବାସ କରୁଥିବା ଶିଖ ଭାଇ-ଭଉଣୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
November 09th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ତନଖି ଫାଟକ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହା କହିଛନ୍ତି । ସେ ଗୁରୁ ନାନକ ଦେବ ଜୀଙ୍କ 550ତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ କରିଥିଲେ ।ଗୁରୁଦ୍ୱାର ବେର ସାହିବରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
November 09th, 10:00 am
ସୁଲତାନପୁର ଲୋଧିର ଗୁରୁଦ୍ୱାର ବେର ସାହିବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାର୍ଥନା କରିଛନ୍ତି । ଏହି ଅବସରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ, ପଞ୍ଜାବ ରାଜ୍ୟପାଳ ଭି.ପି ସିଂ ବଦନୋର, ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ।ନଭେମ୍ବର 9, 2019ରେ କର୍ତାରପୁର କରିଡରଠାରେ ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
November 08th, 02:48 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 9, 2019ରେ ପଞ୍ଜାବ ଗୁରୁଦାସପୁରସ୍ଥିତ ଡେରା ବାବା ନାନକଠାରେ କର୍ତାରପୁର କରିଡରର ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ କରିବେ ।ଗୁରୁ ନାନକ ଦେବଙ୍କ 550ତମ ଜନ୍ମବାର୍ଷିକୀ ଆୟୋଜନକୁ କ୍ୟାବିନେଟ ଅନୁମୋଦନ
November 22nd, 05:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶ୍ରୀ ଗୁରୁ ନାନକ ଦେବଙ୍କ 550ତମ ଜନ୍ମ ବାର୍ଷିକୀ ଆୟୋଜନ କରିବା ଲାଗି ଏକ ସଂକଳ୍ପ ଗୃହୀତ ହୋଇଛି । ଏହା ଆସନ୍ତା ବର୍ଷ ସାରା ଦେଶରେ ଏବଂ ବିଶ୍ୱ ବ୍ୟାପୀ ମହା ସମାରୋହରେ ପାଳନ କରାଯିବ । ଏହାଛଡା ଉପଯୁକ୍ତ ଢଙ୍ଗରେ ରାଜ୍ୟ ସରକାର ତଥା ବିଦେଶରେ ଥିବା ଭାରତ ମିଶନ ସହ ମିଳିତ ଭାବେ ବିଭିନ୍ନ ସମାରୋହ ଆୟୋଜନ କରାଯିବ । ଗୁରୁ ନାନକ ଦେବଙ୍କ ଶିକ୍ଷା ସ୍ନେହ, ଶାନ୍ତି, ସମାନତା ଏବଂ ଭ୍ରାତୃତ୍ଵର ଶାଶ୍ୱତ ମୂଲ୍ୟ ରହିଛି ।