ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

November 17th, 02:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ ଗତକାଲି କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ବେଶ ଉତ୍ସାହପୂର୍ଣ୍ଣ ସମର୍ଥନ ମିଳିଛି। ଆଧ୍ୟାତ୍ମିକ ଗୁରୁମାନେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଲୋକପ୍ରିୟ କରିବା ତଥା ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ଏବଂ ଏହାକୁ ସମର୍ଥନ କରିବା ଲାଗି ସଂକଳ୍ପ ମଧ୍ୟ ବ୍ୟକ୍ତ କରିଥିଲେ ।

ଆତ୍ମନିର୍ଭର ଭାରତ ପାଇଁ ‘ଭୋକାଲ ଫର୍‌ ଲୋକାଲ’ ନୀତିକୁ ଲୋକପ୍ରିୟ କରିବାକୁ ଆଧ୍ୟାତ୍ମିକ ଗୁରୁମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

November 16th, 12:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁକ୍ତି ସଂଗ୍ରାମର ଭିତ୍ତିଭୂମି ଯେପରି ଭକ୍ତି ଆନ୍ଦୋଳନ ଦ୍ୱାରା ଗଢି ଉଠିଥିଲା, ସେହିଭଳି ଏବେ ଆତ୍ମନିର୍ଭର ଭାରତର ଭିତ୍ତିଭୂମି ଗଢିବାକୁ ସାଧୁସନ୍ଥ, ମହାତ୍ମା, ମହନ୍ତ, ଗୁରୁ ଏବଂ ଆଚାର୍ଯ୍ୟମାନେ ପ୍ରେରଣା ଯୋଗାଇଦେବାର ଆବଶ୍ୟକତା ରହିଛି । ଆଜି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜୟନ୍ତୀ ପାଳନ ଅବସରରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଷ୍ଟାଚ୍ୟୁ ଅଫ୍‌ ପିସ୍‌ (ଶାନ୍ତି ପ୍ରତିମୂର୍ତ୍ତି)ର ଅନାବରଣ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଦେଶର ସାଂପ୍ରତିକ ଆତ୍ମନିର୍ଭରତା ପରୀକ୍ଷାନିରୀକ୍ଷାକୁ ସଫଳ କରିବା ପାଇଁ ସାଧୁସନ୍ଥ ଏବଂ ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗ ଲୋଡିଛନ୍ତି । ସେ କହିଛନ୍ତି ଯେ ଦେଶର ମୁକ୍ତି ସଂଗ୍ରାମଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ଘଟଣାବଳୀରେ ଧାର୍ମିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିର ଆବଶ୍ୟକତା ପରିଲକ୍ଷିତ ହୋଇଛି । ସେହିଭଳି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଧୁସନ୍ଥ ଓ ଆଧ୍ୟାତ୍ମିକ ଗୁରୁମାନେ ମୌଳିକ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରେରଣା ଦେବାର ଆବଶ୍ୟକତା ଅନୁଭୂତ ହେଉଛି । ଏ ଦିଗରେ ଏହି ଆଧ୍ୟାତ୍ମିକ ଗୁରୁମାନେ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।

PM Modi requests spiritual leaders to promote Aatmanirbhar Bharat by going vocal for local

November 16th, 12:46 pm

PM Modi unveiled ‘Statue of Peace’ to mark the 151st birth anniversary celebrations of Jainacharya Shree Vijay Vallabh Surishwer Ji Maharaj. Reiterating his stress on ‘vocal for local’ Shri Modi requested that as happened during the freedom struggle, all the spiritual leaders should amplify the message of Aatmanirbhar Bharat.

151ତମ ଜନ୍ମବାର୍ଷିକୀ ସମାରୋହ ଅବସରରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ ‘ଶାନ୍ତିର ପ୍ରତିମୂର୍ତ୍ତି’ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

November 16th, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କର ‘ଶାନ୍ତିର ପ୍ରତିମୂର୍ତ୍ତି’କୁ ଉନ୍ମୋଚନ କରିଛନ୍ତି । 151 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଛି । ତମ୍ବାରେ ପ୍ରତିମୂର୍ତ୍ତିର ଅଧିକାଂଶ ଅଂଶ ନିର୍ମିତ ହୋଇଥିବା ବେଳେ ଏହା ରାଜସ୍ଥାନର ପାଲି ନିକଟସ୍ଥ ଚେତପୁରାର ବିଜୟବଲ୍ଲଭ ସାଧନା କେନ୍ଦ୍ରଠାରେ ସ୍ଥାପନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନଭେମ୍ବର 16ରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ

November 14th, 06:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 16 ଅପରାହ୍ନ 12.30ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ ।