ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ

August 13th, 11:31 am

ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

August 13th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ସିଡବ୍ଳ୍ୟଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଶ୍ରୀକାନ୍ତ କିଡାମ୍ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 08th, 08:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀକାନ୍ତ କିଡାମ୍ବିଙ୍କୁ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀକାନ୍ତ କିଡାମ୍ବି ଚତୁର୍ଥ ପଦକ ଜିଣିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପସଆନସିପ୍‍ ୨୦୨୧ ରେ ରୌପ୍ୟ ପଦକ ଜିଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି

December 20th, 02:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଆନସିପ୍‍ ୨୦୨୧ରେ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଅଷ୍ଟ୍ରେଲୀୟ ଓପନ ବ୍ୟାଡମିଣ୍ଟନ ସୁପର ସିରିଜ ବିଜୟୀ କିଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

June 25th, 07:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲୀୟ ଓପନ ବ୍ୟାଡମିଣ୍ଟନ ସୁପର ସିରିଜ ବିଜେତା କିଦାମ୍ବି ଶ୍ରୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।“ଅଷ୍ଟ୍ରେଲୀୟ ଓପନରେ କିଦାମ୍ବି ଶ୍ରୀକାନ୍ତଙ୍କ ବିଜୟ ହେତୁ ଆମେ ବାସ୍ତବିକ ଗୌରବାନ୍ଵିତ । ଆଉ ଏକ ଚମତ୍କାର ବିଜୟ ସକାଶେ ତାଙ୍କୁ ମୋର ଅଶେଷ ଶୁଭେଚ୍ଛା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ, 25.06.2017

June 25th, 12:21 pm

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଋତୁ ବଦଳୁଛି । ଏଥର ଗରମ ବି ଖୁବ୍ ପଡ଼ିଲା । କିନ୍ତୁ ଭଲ କଥା ଯେ, ବର୍ଷାଋତୁ ଠିକ୍ ସମୟରେ ନିଜ ପାଦ ଚିହ୍ନ ପକାଇ ଆଗେଇ ଚାଲିଛି । ଦେଶର ଅନେକ ଅଂଚଳରେ ଭଲ ବର୍ଷା ହୋଇଥିବା ଯୋଗୁଁ ପାଗ ବେଶ୍ ଭଲ ରହିଛି । ଗତି କିଛି ଦିନ ଧରି ବର୍ଷା ପରେ ବହୁଥିବା ଥଣ୍ଡା ପବନ ଯୋଗୁ ଆରାମ ଲାଗୁଛି । ଆମେ ସମସ୍ତେ ଜାଣିଛୁ ଯେ, ଜୀବନରେ ଯେତେ କର୍ମ ଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତାହା ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନରେ ହେଉ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ ।