ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

May 22nd, 01:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତା ମାଧ୍ୟମରେ ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ ତମ ଜନ୍ମଦିନ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଶୁଭ ଅବସରରେ ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ ଏବଂ ସେମାନଙ୍କର ଅନୁଗାମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ସାଧୁସନ୍ଥ ଏବଂ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ‘ହନୁମତ ଦ୍ୱାର’ର ପ୍ରବେଶ ଦ୍ୱାରର ଉତ୍ସର୍ଗ କରାଯିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଗଣପତି ସଚ୍ଚିଦାନନ୍ଦ ସ୍ୱାମୀଜୀଙ୍କ ୮୦ତମ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବାର୍ତ୍ତା

May 22nd, 11:36 am

କିଛି ବର୍ଷ ପୂର୍ବେ ମୋତେ ଦତ୍ତ ପୀଠମ୍ ଆସିବାର ଅବସର ପ୍ରାପ୍ତ ହୋଇଥିଲା । ସେହି ସମୟରେ ଆପଣମାନେ ମୋତେ ଏହି କାର୍ଯ୍ୟକ୍ରମକୁ ଆସିବା ଲାଗି କହିଥିଲେ । ମୋ ମନ ତ ସେତେବେଳେ ହିଁ ସ୍ଥିର କରିନେଇଥିଲା ଯେ ପୁଣି ଥରେ ଆପଣମାନଙ୍କ ଆଶୀର୍ବାଦ ନେବାଲାଗି ଅବଶ୍ୟ ଆସିବି । କିନ୍ତୁ ଆସିପାରି ନଥିଲି । ମୋତେ ଆଜି ହିଁ ଜାପାନ ଯାତ୍ରାରେ ବାହାରିବାକୁ ହେବ । ମୁଁ ବ୍ୟକ୍ତିଗତ ଭାବେ ଦତ୍ତ ପୀଠମକୁ ଆସି ପାରିନାହିଁ ସତ, ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନାହିଁ ସତ, କିନ୍ତୁ ମୋର ଆତ୍ମିକ ଉପସ୍ଥିତି ଆପଣମାନଙ୍କ ଗହଣରେ ଅବଶ୍ୟ ରହିଛି ।