ଏସୀୟ ପାରା କ୍ରୀଡା ୨୦୨୨ରେ ଭାରତକୁ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କ ସହିତ ଭାବବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 01st, 07:00 pm

ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରିବାର ସୁଯୋଗକୁ ମୁଁ ଖୋଜି ଚାଲିଥାଏ ଆଉ ଅପେକ୍ଷା ମଧ୍ୟ କରିଥାଏ, କେତେବେଳେ ଦେଖା କରିବି, କେତେବେଳେ ଆପଣଙ୍କର ଅନୁଭବର କଥା ଶୁଣିବି, ଆଉ ମୁଁ ଦେଖିଛି ଯେ ପ୍ରତ୍ୟେକ ଥର ଆପଣ ନୂତନ ଉନ୍ମାଦନା ସହିତ ଆସନ୍ତି, ନୂତନ ଉତ୍ସାହର ସହିତ ଆସନ୍ତି । ଆଉ ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରୋତ୍ସାହନ ହୋଇ ଯାଇଥାଏ । ତେବେ ସର୍ବପ୍ରଥମେ ତ’ ମୁଁ ଆପଣ ସସସ୍ତଙ୍କ ଗହଣକୁ ଗୋଟିଏ ହିଁ କାର୍ଯ୍ୟ ପାଇଁ ଆସିଛି, ଆଉ ତାହା ହେଉଛି ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଇବା ପାଇଁ । ଆପଣମାନେ ଭାରତ ବାହାରେ ଥିଲେ, ଚୀନରେ ଖେଳୁଥିଲେ, କିନ୍ତୁ ବୋଧହୁଏ ଆପଣମାନଙ୍କୁ ଜଣା ନ ଥିବ, ମୁଁ ମଧ୍ୟ ଆପଣମାନଙ୍କ ସହିତ ଥିଲି । ମୁଁ ପ୍ରତ୍ୟେକ କ୍ଷଣରେ ଆପଣମାନଙ୍କର ପ୍ରତ୍ୟେକ ଗତିବିଧିକୁ, ଆପଣମାନଙ୍କର ପ୍ରୟାସକୁ, ଆପଣମାନଙ୍କର ଦୃଢ଼ ଇଚ୍ଛାଶକ୍ତିକୁ, ମୁଁ ଏଠାରେ ବସି, ବସିକରି ତାହାକୁ ହିଁ ମର୍ମେ ମର୍ମେ ଅନୁଭବ କରୁଥିଲି । ଆପଣ ସମସ୍ତେ ଯେଉଁଭଳି ଭାବେ ଦେଶର ସୁନାମ ବୃଦ୍ଧି କରିଛନ୍ତି, ତାହା ବାସ୍ତବରେ ହେଉଛି ବହୁତ ଅଦ୍ଭୂତପୂର୍ବ । ଆଉ ଏଥିପାଇଁ ଆପଣମାନଙ୍କୁ, ଆପଣମାନଙ୍କର ପ୍ରଶିକ୍ଷକଙ୍କୁ, ଆପଣମାନଙ୍କର ପରିବାରର ଲୋକମାନଙ୍କୁ ଯେତେ ଶୁଭେଚ୍ଛା ଜଣାଇଲେ ମଧ୍ୟ, ତାହା କମ୍ ହେବ । ଆଉ ମୁଁ ଏହି ଐତିହାସିକ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଦେଶବାସୀଙ୍କ ତରଫରୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଏସୀୟ ପାରା ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ଦଳକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

November 01st, 04:55 pm

ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବା ଏବଂ ସେମାନଙ୍କର ଅନୁଭୂତି ଶୁଣିବା ପାଇଁ ବହୁତ ଆଗ୍ରହୀ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଯେତେବେଳେ ବି ଏଠାକୁ ଆସନ୍ତି, ନୂଆ ଆଶା ଏବଂ ନୂତନ ଉତ୍ସାହ ସାଙ୍ଗରେ ନେଇ ଆସିଥାନ୍ତି । ସେ କହିଥିଲେ ଯେ, ସେ କେବଳ ଗୋଟିଏ କଥା ପାଇଁ ଏଠାକୁ ଆସିଛନ୍ତି ଏବଂ ତାହା ହେଉଛି ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା । ପାରା ଏସିଆନ୍ ଗେମ୍ସରେ ଘଟୁଥିବା ଘଟଣାକୁ ସେ କେବଳ ଅତି ନିକଟରୁ ଅନୁଧ୍ୟାନ କରୁନଥିଲେ, ବରଂ ଏହା ମାଧ୍ୟମରେ ମଧ୍ୟ ବଞ୍ଚୁଥିଲେ ବୋଲି ସେ କହିଥିଲେ । ସେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରଶିକ୍ଷକ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମୁମ୍ବାଇରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି(ଆଇଓସି)ର 141 ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 14th, 10:34 pm

140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଏହିବିଶେଷ ଆୟୋଜନରେ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନଜଣାଉଛି । ଆନ୍ତର୍ଜାତୀୟ ଅଲିମ୍ପିକ ସଂଘର ଏହି 141ତମଅଧିବେଶନ ଭାରତରେ ହେବା ହେଉଛି ବେଶ୍ ସ୍ୱତନ୍ତ୍ର । 40ବର୍ଷ ପରେ ଭାରତରେ ଆଇଓସିର ଅଧିବେଶନ ହେବା, ଆମପାଇଁ ହେଉଛି ବହୁତ ଗୌରବର କଥା ।

ମୁମ୍ବାଇରେ 141ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

October 14th, 06:35 pm

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ 40 ବର୍ଷ ପରେ ଭାରତରେ ଅନୁଷ୍ଠିତ ଅଧିବେଶନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅହମ୍ମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ରେ ଭାରତର ବିଜୟ ବିଷୟରେ ସେ ଦର୍ଶକଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି, “ମୁଁ ଭାରତୀୟ ଟିମ୍ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।

ଆମେଠି ସଂସଦ ଖେଳ ପ୍ରତିଯୋଗିତା ୨୦୨୩ର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

October 13th, 01:00 pm

ଆମେଥିରେ ମୋର ପ୍ରିୟ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା! ଆମେଠି ସଂସଦ ଖେଳକୁଦ ପ୍ରତିଯୋଗିତା ଶେଷରେ ଆପଣମାନଙ୍କ ମଧ୍ୟରେ ରହିବା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ମାସ ଆମ ଦେଶରେ କ୍ରୀଡ଼ା ପାଇଁ ଶୁଭ ଅଟେ । ଏସୀୟ କ୍ରୀଡ଼ାରେ ଆମ ଆଥଲେଟମାନେ ପଦକ ହାସଲ କରିଛନ୍ତି। ଏପରିକି ଏହି କ୍ରୀଡ଼ା ଇଭେଣ୍ଟ ମଧ୍ୟରେ ଆମେଠିର ଆଥଲେଟମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସଂସଦ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ କ୍ରୀଡ଼ାବିତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଆପଣ ନିଶ୍ଚୟ ଏହି ପ୍ରତିଯୋଗିତା ଦ୍ୱାରା ମିଳିଥିବା ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସ ଅନୁଭବ କରୁଛନ୍ତି ଏବଂ କେବଳ ଆପଣ ନୁହଁନ୍ତି, ବରଂ ସମଗ୍ର ଅଞ୍ଚଳର ଲୋକମାନେ ମଧ୍ୟ ଏହା ଅନୁଭବ କରୁଛନ୍ତି, ଏବଂ କେବଳ ଏହା ବିଷୟରେ ଶୁଣିଲେ ମୁଁ ମଧ୍ୟ ଏହା ଅନୁଭବ କରେ | ଆମକୁ ଏହି ଉତ୍ସାହ ଏବଂ ଆତ୍ମବିଶ୍ୱାସକୁ ବଜାୟ ରଖିବା ଏବଂ ପୋଷଣ କରିବା, ଏହାକୁ ପାଣି ଦେବା ଏବଂ ଏହାକୁ ବଢିବାକୁ ଦେବା ଆବଶ୍ୟକ | ଗତ ୨୫ ଦିନ ମଧ୍ୟରେ ଆପଣ ଯେଉଁ ଅନୁଭୂତି ପାଇଛନ୍ତି ତାହା ଆପଣଙ୍କ କ୍ରୀଡ଼ା କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଅଟେ । ଆଜି ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ଜଣେ ଶିକ୍ଷକ, ନିରୀକ୍ଷକ, ବିଦ୍ୟାଳୟ ଏବଂ କଲେଜ ପ୍ରତିନିଧି ଭାବରେ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହି ମହାନ ଅଭିଯାନ ମାଧ୍ୟମରେ ଏହି ଯୁବ ଆଥଲେଟମାନଙ୍କୁ ସମର୍ଥନ ଏବଂ ଉତ୍ସାହିତ କରିଛନ୍ତି । ବିଶେଷ କରି ଏତେ ଛୋଟ ଅଞ୍ଚଳରେ ଏକ ଲକ୍ଷରୁ ଅଧିକ ଆଥଲେଟଙ୍କ ସମାଗମ ନିଜେ ଏକ ଉଲ୍ଲେଖନୀୟ ସଫଳତା। ଏହି କାର୍ଯ୍ୟକ୍ରମକୁ ଏତେ ସଫଳ କରିଥିବା ଆମେଥିର ସାଂସଦ ସ୍ମୃତି ଇରାନୀ ଜୀଙ୍କୁ ମୁଁ ବିଶେଷ ଶୁଭେଚ୍ଛା ଜଣାଉଛି।

ପ୍ରଧାନମନ୍ତ୍ରୀ ଆମେଠି ସଂସଦ ଖେଳ ପ୍ରତିଯୋଗିତା ୨୦୨୩ର ସମାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି

October 13th, 12:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଆମେଠି ସଂସଦ ଖେଳ ପ୍ରତିଯୋଗିତା ୨୦୨୩ର ସମାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 23rd, 02:11 pm

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଜୀ, ମଞ୍ଚରେ ଉପସ୍ଥିତ ୟୁପି ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ, ପ୍ରତିନିଧି, କ୍ରୀଡ଼ା ଜଗତର ବିଶିଷ୍ଟ ଅତିଥି ଏବଂ କାଶୀର ମୋର ପ୍ରିୟ ପରିବାର ସଦସ୍ୟମାନେ!

ଉତ୍ତରପ୍ରଦେଶର ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 23rd, 02:10 pm

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପୁଣି ଥରେ ବାରଣାସୀ ଗସ୍ତ କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିବା ସହ ଏହି ସହରରେ ଆନନ୍ଦର ଶବ୍ଦ ବାହାରେ ବୋଲି କହିଥିଲେ । ଗତ ମାସ ୨୩ ତାରିଖରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିବା ଚନ୍ଦ୍ରର ଶିବ ଶକ୍ତି ପଏଣ୍ଟରେ ପହଞ୍ଚିବାର ଠିକ୍ ଏକ ମାସ ପରେ ସେ କାଶୀ ଗସ୍ତରେ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, ଶିବ ଶକ୍ତିର ଗୋଟିଏ ସ୍ଥାନ ଚନ୍ଦ୍ରରେ ଥିବା ବେଳେ ଅନ୍ୟଟି କାଶୀରେ ଅଛି।

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ସଂସ୍କରଣର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ

May 25th, 10:16 pm

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଜୀ, ମୋର କ୍ୟାବିନେଟର ସହଯୋଗୀ ନିଶିଥ ପ୍ରମାଣିକ ଜୀ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ୍ ପାଠକ ଜୀ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ ଭାଗ ନେଉଥିବା ସମସ୍ତ ଖେଳାଳିମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା । ଆଜି ୟୁପି ସମଗ୍ର ଦେଶରେ ଯୁବ ଖେଳାଳି ପ୍ରତିଭାମାନଙ୍କର ସଙ୍ଗମ ହୋଇଯାଇଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳରେ ଭାଗ ନେଇଥିବା ୪,ଠଠଠ ଖେଳାଳିମାନଙ୍କ ମଧ୍ୟରେ ଅଧିକାଂଶ ବିଭିନ୍ନ ରାଜ୍ୟରୁ ଏବଂ ଅଞ୍ଚଳରୁ ଆସିଛନ୍ତି । ମୁଁ ଉତ୍ତର ପ୍ରଦେଶର ସାଂସଦ ଅଟେ । ମୁଁ ଉତ୍ତର ପ୍ରଦେଶରେ ଜନତାଙ୍କର ପ୍ରତିନିଧି ଅଟେ ଏବଂ ସେଥିପାଇଁ, ୟୁପିରୁ ସଂସଦ ସଦସ୍ୟ ହୋଇଥିବା କାରଣରୁ, ମୁଁ ସେହି ସମସ୍ତ ଖେଳାଳିମାନଙ୍କୁ ବିଶେଷ ସ୍ୱାଗତ ଜଣାଉଛି, ଯେଉଁମାନେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳରେ ଭାଗ ନେବା ପାଇଁ ୟୁପି ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦଘାଟନ କରିଛନ୍ତି

May 25th, 07:06 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩କୁ ଉଦଘାଟନ କରିଛନ୍ତି । ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବେ ।

ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ

April 24th, 10:10 am

ମୁଁ ଖୁସି ଯେ ଦେଶର କ୍ରୀଡ଼ା ମନ୍ତ୍ରୀଙ୍କ ସମ୍ମିଳନୀ ଏହି ‘ଚିନ୍ତନ ଶିବିର’ ଚଳିତ ବର୍ଷ ମଣିପୁରରେ ଅନୁଷ୍ଠିତ ହେଉଛି। ଉତ୍ତର ପୂର୍ବର ଅନେକ କ୍ରୀଡ଼ାବିତ୍ ତିରଙ୍ଗାକୁ ଗୌରବାନ୍ୱିତ କରି ଦେଶ ପାଇଁ ପଦକ ଜିତିଛନ୍ତି । ଦେଶର କ୍ରୀଡା ପରମ୍ପରାକୁ ଆଗକୁ ନେବାରେ ଉତ୍ତର ପୂର୍ବ ଏବଂ ମଣିପୁର ଯଥେଷ୍ଟ ଅବଦାନ ରଖିଛନ୍ତି। ସାଗୋଲ କାଙ୍ଗଜାଇ, ଥାଙ୍ଗ-ତା, ୟୁବି ଲକ୍‌ପୀ, ମୁକନା ଏବଂ ହିଆଙ୍ଗ ତନ୍ନାବା ଭଳି ସ୍ୱଦେଶୀ ଖେଳଗୁଡିକ ନିଶ୍ଚିତ ଭାବରେ ଅତ୍ୟନ୍ତ ଆକର୍ଷଣୀୟ । ଉଦାହରଣ ସ୍ୱରୂପ, ମଣିପୁରର ଓଲାଓବିରେ କବାଡିର ଝଲକ ଅଛି । ହିଆଙ୍ଗ ତନ୍ନାବା କେରଳର ଏକ ଡଙ୍ଗା ରେସକୁ ମନେ ପକାଇଥାଏ। ଏବଂ ମଣିପୁରର ପୋଲୋ ସହିତ ଏକ ଐତିହାସିକ ସମ୍ପର୍କ ଅଛି। ଯେପରି ଉତ୍ତର ପୂର୍ବ ଦେଶର ସାଂସ୍କୃତିକ ବିବିଧତା ପାଇଁ ନୂତନ ରଙ୍ଗ ଯୋଗ କରିଥାଏ, ଏହା ଦେଶର କ୍ରୀଡା ବିବିଧତାକୁ ମଧ୍ୟ ନୂଆ ଦିଗ ଦେଇଥାଏ। ମୁଁ ଆଶା କରୁଛି ଯେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡା ମନ୍ତ୍ରୀମାନେ ମଣିପୁର ଠାରୁ ବହୁତ କିଛି ଶିଖିବେ ଏବଂ ମୁଁ ନିଶ୍ଚିତ ଯେ ମଣିପୁରର ଲୋକଙ୍କ ଭଲ ପାଇବା ଏବଂ ଆତିଥ୍ୟ ଆପଣଙ୍କ ରହଣିକୁ ଅଧିକ ଆନନ୍ଦଦାୟକ କରିବ । ଏହି ‘ଚିନ୍ତନ ଶିବିର’ରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ା ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୁଁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ କୁ ସମ୍ବୋଧିତ କରିଛନ୍ତି

April 24th, 10:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / ୟୁଟି ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ ଙ୍କୁ ସମ୍ବୋଧିତ କରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ବସ୍ତିରେ ଦ୍ୱିତୀୟ ସାଂସଦ ଖେଳ ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 18th, 04:39 pm

ୟୁପିର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସଂସଦରେ ମୋର ସହକର୍ମୀ ଆମର ଯୁବ ବନ୍ଧୁ ଭାଇ ହରିଶ ଦ୍ୱିବେଦୀ ଜୀ, ବିଭିନ୍ନ ଖେଳର ଖେଳାଳି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ଅନ୍ୟ ସମସ୍ତ ଜନପ୍ରତିନିଧି, ଅନ୍ୟ ସମସ୍ତ ବରିଷ୍ଠ ମାନ୍ୟଗଣ୍ୟ ଏବଂ ବିଶାଳ ସଂଖ୍ୟାରେ ମୁଁ ଏଠାରେ ଯୁବଗୋଷ୍ଠୀଙ୍କୁ ଦେଖୁଛି । ସବୁ ସ୍ଥାନରେ କେବଳ ଯୁବକ ଏବଂ ଯୁବକମାନେ ହିଁ ଅଛନ୍ତି । ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଦ୍ୱିତୀୟ ପର୍ଯ୍ୟାୟ ୨୦୨୨-୨୩ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 18th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି (୧୮.୦୧.୨୦୨୩) ଉଦ୍‌ଘାଟନ କରିଛନ୍ତି । ବସ୍ତିର ଲୋକସଭା ସଦସ୍ୟ ଶ୍ରୀ ହରିଶ ଦ୍ୱିବେଦୀ ୨୦୨୧ ମସିହାଠାରୁ ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭର ଆୟୋଜନ କରିଆସୁଛନ୍ତି । ଖେଳ ମହାକୁମ୍ଭ ଉଭୟ ଇନ୍‌ଡୋର ଓ ଆଉଟଡୋର କ୍ରୀଡାର ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥାଏ । ସେଗୁଡିକ ମଧ୍ୟରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ୍‌, କ୍ୟାରୋମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଖେଳ ମହାକୁମ୍ଭରେ ପ୍ରବନ୍ଧ ଲିଖନ, ଚିତ୍ରକଳା, ରଙ୍ଗୋଲୀ ଅଙ୍କନ ଇତ୍ୟାଦି ମଧ୍ୟ ଆୟୋଜିତ ହୋଇଥାଏ।