୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ

August 15th, 03:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 07:00 am

ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।

India celebrates 79th Independence Day

August 15th, 06:45 am

PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.

ମହାକାଶ ଅନୁସନ୍ଧାନ ସମ୍ପର୍କିତ ବିଶ୍ୱ ସମ୍ମିଳନୀରେ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 07th, 12:00 pm

ଗ୍ଲୋବାଲ ସ୍ପେସ୍ ଏକ୍ସପ୍ଲୋରେସନ୍ କନଫରେନ୍ସ ୨୦୨୫ରେ ଆପଣମାନଙ୍କ ସହ ସାମିଲ ହୋଇ ବହୁତ ଖୁସି ଲାଗୁଛି । ମହାକାଶ କେବଳ ଏକ ଗନ୍ତବ୍ୟ ସ୍ଥଳ ନୁହେଁ । ଏହା କୌତୂହଳ, ସାହସ ଓ ସାମୂହିକ ପ୍ରଗତିର ଏକ ପେଣ୍ଠସ୍ଥଳ। ଭାରତର ମହାକାଶ ଯାତ୍ରା ଏହି ଭାବନାକୁ ପ୍ରତିଫଳିତ କରେ। ୧୯୬୩ ମସିହାରେ ଏକ କ୍ଷୁଦ୍ର ରକେଟ୍ ଉତକ୍ଷେପଣ ଠାରୁ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଆମର ଯାତ୍ରା ଉଲ୍ଲେଖନୀୟ ଗୁରୁତ୍ୱ ବହନ କରୁଛି। ଆମର ରକେଟ୍ ପେଲୋଡ ଠାରୁ ଅଧିକ ଓଜନ ବହନ କରିଥାଏ। ସେମାନେ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନକୁ ଧାରଣ କରି ଚାଲିଥାନ୍ତି। ଭାରତର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ । ଏହା ବ୍ୟତୀତ, ସେମାନେ ପ୍ରମାଣ କରନ୍ତି ଯେ ମାନବ ଆତ୍ମା ମାଧ୍ୟାକର୍ଷଣକୁ ଚାଲେଞ୍ଜ କରିପାରେ । ଭାରତ ୨୦୧୪ରେ ପ୍ରଥମ ଉଦ୍ୟମରେ ମଙ୍ଗଳ ଗ୍ରହରେ ପହଞ୍ଚି ଇତିହାସ ରଚିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା। ଚନ୍ଦ୍ରଯାନ-୨ ଆମକୁ ଚନ୍ଦ୍ରର ସର୍ବାଧିକ-ରିଜୋଲ୍ୟୁସନ୍ ଛବିଗୁଡ଼ିକ ଦେଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଆମର ବୁଝାମଣା ବୃଦ୍ଧିରେ ସହାୟକ ହୋଇଥିଲା। ଆମେ ରେକର୍ଡ ସମୟ ମଧ୍ୟରେ କ୍ରାୟୋଜେନିକ ଇଞ୍ଜିନ ନିର୍ମାଣ କରିଥିଲୁ। ଆମେ ଆମର ଉତକ୍ଷେପଣ ଯାନରେ ୩୪ଟି ଦେଶ ପାଇଁ ୪୦୦ରୁ ଅଧିକ ଉପଗ୍ରହ ଉତ୍‌କ୍ଷେପଣ କରିଛୁ। ଚଳିତ ବର୍ଷ ଆମେ ମହାକାଶରେ ଦୁଇଟି ଉପଗ୍ରହ ଡକ୍ କରିଛୁ, ଯାହା ଏକ ବଡ଼ ପଦକ୍ଷେପ।

ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 07th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫ କୁ ସମ୍ବୋଧିତ କରିଛନ୍ତି । ସାରା ବିଶ୍ୱରୁ ଆସିଥିବା ବିଶିଷ୍ଟ ପ୍ରତିନିଧି, ବୈଜ୍ଞାନିକ ଏବଂ ମହାକାଶଚାରୀମାନଙ୍କୁ ସ୍ୱାଗତ କରି, ସେ (ଜିଏଲଇଏକ୍ସ) ୨୦୨୫ ରେ ଭାରତର ଉଲ୍ଲେଖନୀୟ ମହାକାଶ ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ, ମହାକାଶ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ , ବରଂ କୌତୁହଳ, ସାହସ ଏବଂ ସାମୂହିକ ପ୍ରଗତିର ଉଦଘୋଷ । ୧୯୬୩ରେ ଏକ ଛୋଟ ରକେଟ୍ ଉତକ୍ଷେପଣ କରିବା ଠାରୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଭାରତର ମହାକାଶ ଯାତ୍ରାର ସଫଳତାର ଭାବନାକୁ ପ୍ରତିଫଳିତ କରେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ରକେଟ୍ ପେଲୋଡ୍ ଅପେକ୍ଷା ଅଧିକ ବହନ କରେ - ଏଗୁଡିକ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନ ବହନ କରନ୍ତି ବୋଲି ସେ କହିବା ସହିତ ଏହା କହିଛନ୍ତି ଯେ , ଭାରତର ମହାକାଶ କ୍ଷେତ୍ରର ପ୍ରଗତି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ ଏବଂ ଏହା ପ୍ରମାଣିତ ଯେ ମାନବ ଭାବନା ଗୁରୁତ୍ୱାକର୍ଷଣକୁ ଚ୍ୟାଲେଞ୍ଜ କରିପାରିବ। ସେ ୨୦୧୪ ମସିହାରେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବାର ଭାରତର ଐତିହାସିକ ସଫଳତାକୁ ମନେ ପକାଇଥିଲେ। ସେ ଆଲୋକପାତ କରିଥିଲେ ଯେ ଚନ୍ଦ୍ରାୟଣ - ୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା, ଚନ୍ଦ୍ରାୟଣ - ୨ ଚନ୍ଦ୍ର ପୃଷ୍ଠର ସର୍ବୋଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିଥିଲା ଏବଂ ଚନ୍ଦ୍ରାୟଣ -୩ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କରେ ସୂଚନାକୁ ଆହୁରି ଆଗକୁ ବଢାଇଥିଲା। ଭାରତ ରେକର୍ଡ ସମୟରେ କ୍ରାୟୋଜେନିକ୍ ଇଞ୍ଜିନ୍ ବିକଶିତ କରିଥିଲା, ଗୋଟିଏ ମିଶନରେ ୧୦୦ ଉପଗ୍ରହ ପ୍ରକ୍ଷେପଣ କରିଥିଲା ଏବଂ ଭାରତୀୟ ପ୍ରକ୍ଷେପଣ ଯାନ ବ୍ୟବହାର କରି ୩୪ଟି ରାଷ୍ଟ୍ର ପାଇଁ ୪୦୦ ରୁ ଅଧିକ ଉପଗ୍ରହ ସଫଳତାର ସହିତ ସ୍ଥାପିତ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ଭାରତର ସଦ୍ୟତମ ସଫଳତାରେ , ଚଳିତ ବର୍ଷ ମହାକାଶରେ ଦୁଇଟି ଉପଗ୍ରହ ଡକିଂ କୁ ଗୁରୁତ୍ୱାରୋପ କରି ଏହାକୁ ମହାକାଶ ଅନୁସନ୍ଧାନରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ।

ଚଳିତ ସପ୍ତାହରେ ଭାରତ ଉପରେ ବିଶ୍ଵ

April 22nd, 12:27 pm

କୂଟନୈତିକ ଫୋନ୍ କଲ୍ ଠାରୁ ଆରମ୍ଭ କରି ବୈଜ୍ଞାନିକ ଆବିଷ୍କାର ପର୍ଯ୍ୟନ୍ତ, ଚଳିତ ସପ୍ତାହରେ ବିଶ୍ୱ ସ୍ତରରେ ଭାରତର ଉପସ୍ଥିତି ସହଯୋଗ, ଉଦ୍ଭାବନ ଏବଂ ସାଂସ୍କୃତିକ ଗୌରବ ଦ୍ୱାରା ପରିଚିତ ଥିଲା ।

Cabinet approves the establishment of “Third Launch Pad”

January 16th, 03:00 pm

The Union Cabinet chaired by the Prime Minister Shri Narendra Modi today approved the establishment of the Third Launch Pad (TLP) at Satish Dhawan Space Centre of ISRO at Sriharikota, Andhra Pradesh.

ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

January 16th, 01:36 pm

ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଏବଂ ସମଗ୍ର ଅନ୍ତରୀକ୍ଷ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷ ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

କେରଳର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ପ୍ରାଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 27th, 12:24 pm

କେରଳର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ପିନାରାଇ ବିଜୟନ ଜୀ, ରାଷ୍ଟ୍ରମନ୍ତ୍ରୀ ତଥା ମୋର ସାଥୀ ଶ୍ରୀ ବି. ମୁରଲୀଧରନ ଜୀ, ଇସ୍ରୋ ପରିବାରର ସମସ୍ତ ସଦସ୍ୟଗଣ, ନମସ୍କାର ! ସାହସୀ ସାଥୀମାନଙ୍କ ସମ୍ମାନରେ ଆମେ ସମସ୍ତେ ଠିଆ ହୋଇ ଅଭ୍ୟର୍ଥନା ଦେଇ କରତାଳି ସହ ସେମାନଙ୍କୁ ସମ୍ମାନିତ କରିବା । ଭାରତ ମାତା କି – ଜୟ !

କେରଳର ଥିରୁଅନନ୍ତପୁରମରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ

February 27th, 12:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପ୍ଲେକ୍ସରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି'; ଏବଂ ଥିରୁଅନନ୍ତପୁରମର ଭିଏସ୍ଏସସି ଠାରେ 'ଟ୍ରାଇସୋନିକ୍ ୱିଣ୍ଡ ଟନେଲ୍' ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ଗଗନଯାନ ମିଶନର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ୪ ଜଣ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍ ' ପ୍ରଦାନ କରିଥିଲେ। ଏଥିରେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା ରହିଛନ୍ତି।

ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 23rd, 03:30 pm

ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।

PM Modi interacts with the Indian community in Paris

July 13th, 11:05 pm

PM Modi interacted with the Indian diaspora in France. He highlighted the multi-faceted linkages between India and France. He appreciated the role of Indian community in bolstering the ties between both the countries.The PM also mentioned the strides being made by India in different domains and invited the diaspora members to explore opportunities of investing in India.

କେନ୍ଦ୍ର – ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ

September 10th, 10:31 am

‘କେନ୍ଦ୍ର ରାଜ୍ୟ ବିଜ୍ଞାନ ସମ୍ମିଳନୀ’ର ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଆଜିର ନବ ଭାରତରେ ‘ସବକା ପ୍ରୟାସ’ ର ଯେଉଁ ଭାବନା ସହ ଆମେ ଅଗ୍ରସର ହେଉଛୁ, ଏହି ଆୟୋଜନ ତାହାର ଏକ ଜୀବନ୍ତ ଉଦାହରଣ ଅଟେ ।

PM inaugurates ‘Centre-State Science Conclave’ in Ahmedabad via video conferencing

September 10th, 10:30 am

PM Modi inaugurated the ‘Centre-State Science Conclave’ in Ahmedabad. The Prime Minister remarked, Science is like that energy in the development of 21st century India, which has the power to accelerate the development of every region and the development of every state.

ଜୁନ୍‍ ୧୦ ତାରିଖରେ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

June 08th, 07:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୦ ତାରିଖ ଦିନ ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ୍‌' ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ପ୍ରାୟ ୧୨.୧୫ ରେ ସେ ନଭସାରୀରେ ଏ ଏମ୍‍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଅ ।ଲିଟି ହସ୍ପିଟାଲର ଉଦଘାଟନ କରିବେ । ତା'ପରେ, ଅପରାହ୍ନ ପ୍ରାୟ ୩.୪୫ ରେ, ସେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍‍-ଏସପିଏସିଇ) ର ମୁଖ୍ୟାଳୟକୁ ଉଦଘାଟନ କରିବେ ।

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଭାରତୀୟ ବୈଜ୍ଞାନିକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 11th, 09:29 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମର ପ୍ରତିଭାବାନ ବୈଜ୍ଞାନିକ ଏବଂ ୧୯୯୮ ରେ ପୋଖାରାନ ପରୀକ୍ଷଣରେ ସଫଳ ହୋଇଥିବା ପ୍ରୟାସ ପ୍ରତି କୃତଜ୍ଞତା ଜଣାଇଛନ୍ତି ।

ଗୁଜରାଟରେ ଏକାଦଶ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 06:40 pm

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମହାଶୟ, ସଂସଦରେ ମୋର ସାଥୀ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି. ଆର. ପାଟିଲ ମହାଶୟ, ଗୁଜରାଟ ସରକାରଙ୍କର କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭୀ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ହଂସମୁଖ ଭାଇ ପଟେଲ, ଶ୍ରୀ ନରହରୀ ଅମିନ ଏବଂ ଅହମ୍ମଦାବାଦର ମେୟର ଭାଇ ଶ୍ରୀ କିରିଟ କୁମାର ପରମାର ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଆସିଥିବା ମୋର ଯୁବ ବନ୍ଧୁଗଣ!

ଏକାଦଶ କ୍ରୀଡା ମହାକୁମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

March 12th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍‌ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

August 29th, 11:30 am

ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଅଲିମ୍ପିଆନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦେଶକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଛନ୍ତି। ଦେଶର ଯୁବପିଢ଼ିଙ୍କ ରିସ୍କ ନେବା ଏବଂ ଆଗକୁ ବଢ଼ିବାର ଦକ୍ଷତାକୁ ପାଇଁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର କୁଶଳୀ ମାନବ ଶକ୍ତିର ପ୍ରୟାସକୁ ଆଲୋକପାତ କରି ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ଭିଭାଟେକ୍‌ର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ମୂଳ ଭାଷଣର ବିଷୟବସ୍ତୁ

June 16th, 04:00 pm

ଏହି ମଞ୍ଚ ଫ୍ରାନ୍ସର ବୈଷୟିକ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି । ଭାରତ ଓ ଫ୍ରାନ୍ସ ବିଭିନ୍ନ କ୍ଷେତ୍ରରେ ମିଳିତଭାବେ କାମ କରିଆସୁଛନ୍ତି । ସେଥିମଧ୍ୟରୁ ଟେକ୍‌ନୋଲୋଜି ଓ ଡିଜିଟାଲ ଦୁଇଟି କ୍ଷେତ୍ର ଯାହା ଦୁଇଦେଶକୁ ମିଳିତଭାବେ କାମ କରିବାର ନୂଆ ସୁଯୋଗ ଦେଇଛି । ଏହି ସହଯୋଗ ଆହୁରୀ ଦୃଢୀଭୂତ ହୋଇ ଆଗକୁ ବଢୁ ଏହା ସମୟର ଆହ୍ୱାନ । ଏହା କେବଳ ଆମ ଦୁଇଦେଶ ନୁହେଁ, ସମଗ୍ର ବିଶ୍ୱକୁ ସାହାଯ୍ୟ କରିବ ।