ବାଂଲାଦେଶ ମୁକ୍ତି ସଂଗ୍ରାମରେ ଶହିଦ ଭାରତୀୟଙ୍କ ସମ୍ମାନାର୍ଥେ ମାନେକ୍ସା ସେଣ୍ଟରରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 08th, 03:24 pm
ଆଜି ହେଉଛି ଏକ ବିଶେଷ ଦିନ । ଆଜି ହେଉଛି ଭାରତ ତଥା ବାଂଲାଦେଶର ଶହିଦଙ୍କ ବଳିଦାନକୁ ସ୍ମରଣ କରିବାର ଦିନ । ବାଂଲାଦେଶର ସ୍ୱାଧୀନତା ପାଇଁ ଜୀବନ ଦେଇଥିବା ଯୋଦ୍ଧାମାନଙ୍କୁ ମନେ ପକାଇବାର ଦିନ ଅଟେ । ବାଂଲାଦେଶ ସ୍ୱାଭିମାନର ରକ୍ଷା ପାଇଁ ଲଢିଥିବା ଭାରତୀୟ ସୈନିକଙ୍କର ଅଦମ୍ୟ ଉତ୍ସାହକୁ ମନେ ପକାଇବାର ଦିନ ଅଟେ । କିନ୍ତୁ ଏହି ଅବସରରେ ବାଂଲାଦେଶ ଉପରେ କରାଯାଇଥିବା ସେହି କ୍ରୁର ପ୍ରହାରକୁ ମଧ୍ୟ ମନେ ପକାଇବାର ଅଛି ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଛଡାଇ ନେଇଥିଲା । କିନ୍ତୁ ଏହା ସହିତ ଇତିହାସର ଯେଉଁ କ୍ରୁର ପ୍ରହାର ବାଂଲାଦେଶ ଉପରେ ବିତିଲା, ତା ପଛରେ ଥିବା ବିକୃତ ମାନସିକତାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ । ଆଜିର ଏହି ଅବସର ଭାରତ ଏବଂ ବାଂଲାଦେଶର 140 କୋଟିରୁ ଅଧିକ ନାଗରିକଙ୍କ ମଧ୍ୟରେ ଥିବା ଅତୁଟ ବିଶ୍ୱାସର ଦୃଢତାକୁ ଚିହ୍ନିବାର ଅଛି । ଆମେ ଆମ ସମାଜକୁ କିପରି ଏକ ସଶକ୍ତ ଓ ସମୃଦ୍ଧ ଭବିଷ୍ୟତ ଦେଇ ପାରିବା ସେ ବିଷୟରେ ବିଚାର କରିବାର ମଧ୍ୟ ଏହା ହେଉଛି ଉଚିତ ସମୟ ।