ଆସାମ ଦିବସ ଅବସରରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 02nd, 03:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଦିବସ ଅବସରରେ ଆସାମର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସ୍ୱର୍ଗଦେଓ ଚାଓଲୁଙ୍ଗ ସୁକାଫାଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ହେଉଛି ଏକ ଅବସର। ଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ଆସାମର ଏନଡିଏ ସରକାର ଆସାମର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ତାଇ-ଅହୋମ ସଂସ୍କୃତି ଏବଂ ତାଇ ଭାଷାକୁ ଲୋକପ୍ରିୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏହା ଆସାମର ଯୁବକମାନଙ୍କୁ ବହୁତ ଉପକୃତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 06th, 02:00 pm

ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 06th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।

ନୂଆଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 06th, 02:10 pm

ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱା ଶର୍ମା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତ ମଜୁମଦାର ଜୀ, ଅରୁଣାଚଳ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ, ମିଜୋରାମ ଏବଂ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧି, ଉତ୍ତର ପୂର୍ବର ସମସ୍ତ ଭାଇ ଭଉଣୀମାନେ। ଭଦ୍ର ମହିଳା ଓ ପୁରୁଷ ମାନେ।

ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 06th, 02:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ବାବା ସାହେବ ଡ. ବି ଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ। ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ୭୫ ବର୍ଷ ପୂରିଛି, ଏହା ସମସ୍ତ ନାଗରିକଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଭାରତର ସମସ୍ତ ନାଗରିକଙ୍କ ତରଫରୁ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ୨୬ ଜୁଲାଇରେ କାର୍ଗିଲ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ

July 25th, 10:28 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ୨୬ ଜୁଲାଇ ୨୦୨୪ ରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ସକାଳ ପ୍ରାୟ ୯:୨୦ ସମୟରେ କାର୍ଗିଲ ଯୁଦ୍ଧ ମେମୋରିଆଲ୍ ପରିଦର୍ଶନ କରିବେ ଏବଂ ନିଜର କର୍ତ୍ତବ୍ୟର ପାଳନ କରିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ପ୍ରଥମ ବିସ୍ଫୋରଣ କରିବେ ।

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 26th, 11:28 pm

ଏକ ଅଦ୍ଭୁତ ଦୃଶ୍ୟ ମୋ ସମ୍ମୁଖରେ ଅଛି । ହେଉଛି ଭବ୍ୟ, ହେଉଛି ବିରାଟ, ହେଉଛି ବିହଙ୍ଗମ । ଆଉ ଆଜିର ଏ ଯେଉଁ ଅବସର ଅଛି, ଏହା ପଛରେ ଯେଉଁ କଳ୍ପନା ରହିଛି, ଏବଂ ଆଜି ଆମ ଆଖି ସାମ୍ନାରେ ସେହି ସ୍ୱପ୍ନକୁ ସାକାର ହେଉଥିବା ଦେଖୁଛେ, ସେତେବେଳେ ମୋତେ ଏକ ପ୍ରସିଦ୍ଧ କବିତା ପଂକ୍ତି ଗୁଣୁଗୁଣେଇବାକୁ ଇଚ୍ଛା ହେଉଛି:-

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 26th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି । ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ ଭାରତ ମଣ୍ଡପମ୍‌” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ଅଧୀନରେ ପ୍ରାୟ ୭ଠଠଠଠ ନବନିଯୁକ୍ତିଦାତାଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 13th, 11:00 am

ଏହି ଜାତୀୟ ସ୍ତରୀୟ ‘ରୋଜଗାର ମେଳା’ କିମ୍ବା ରୋଜଗାର ମେଳା ଏନଡିଏ ଏବଂ ଭାଜପା ସରକାରଙ୍କ ନୂତନ ପରିଚୟ ହୋଇଯାଇଛି । ଆଜି ପୁଣିଥରେ ୭୦ ହଜାରରୁ ଅଧିକ ଯୁବକ ଯବୁବତୀ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ସମୟ ସମୟରେ ସମସ୍ତ ଭାଜପା ଶାସିତ ରାଜ୍ୟରେ ଏହିଭଳି ରୋଜଗାର ମେଳା ଆୟୋଜନ କରୁଛନ୍ତି । ଯେଉଁମାନେ ଏହି ସମୟରେ ସରକାରୀ ଚାକିରିରେ ଆସୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।

ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 13th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୬-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହ ପ୍ରାୟ ୭୦,୦୦୦ ନିଯୁକ୍ତିପତ୍ର ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନର ନବନିଯୁକ୍ତଙ୍କୁ ବାଣ୍ଟିଛନ୍ତି । ଦେଶବ୍ୟାପୀ ବଛାଯାଇଥିବା ନବନିଯୁକ୍ତମାନେ ସରକାରଙ୍କ ବିଭିନ୍ନ ବିଭାଗ ଯଥା- ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ହିସାବ ଓ ଲେଖା ବିଭାଗ ଏବଂ ସୌରାଷ୍ଟ୍ର ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାଳରେ ଦେଶବ୍ୟାପୀ ୪୩ ଟି ସ୍ଥାନକୁ ସଂଯୋଗ କରାଯାଇଥିଲା ।

ଏମ୍ସ ଗୌହାଟୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 14th, 12:45 pm

ଆସାମର ରାଜ୍ୟପାଳ ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ହେମନ୍ତ ବିଶ୍ବଶର୍ମା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଆରୋଗ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, ଡାକ୍ଟର ଭାରତୀ ପାୱାର ମହାଶୟ, ଆସାମ ସରକାରରେ ମନ୍ତ୍ରୀ କେଶବ ମହନ୍ତା ମହାଶୟ, ଏଠାରେ ଉପସ୍ଥିତ ମେଡିକାଲ ଜଗତର ସମସ୍ତ ମହାନୁଭବ, ଅନ୍ୟ ମହାନୁଭବ, ଭିନ୍ନ- ଭିନ୍ନ ସ୍ଥାନମାନଙ୍କରେ ଭିଡିଓ କନଫରେନ୍ସ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ ଏବଂ ଆସାମର ମୋର ପ୍ରିୟ ଭାଇ ଭଉଣୀମାନେ।

ଆସାମର ଗୌହାଟୀ ଠାରେ ୩୪୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

April 14th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ଆମାମର ଗୌହାଟୀ ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏମ୍‍ସ ଗୌହାଟୀ ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ସେ ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚଆଇଆଇ) ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରି ଆପକେ ଦ୍ୱାର ଆୟୁଷ୍ମାନ” ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଉପରେ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ମୂଳ ପାଠ୍ୟ

April 04th, 09:46 am

ସମସ୍ତଙ୍କୁ ମୋର ଶୁଭେଚ୍ଛା । ଭାରତରେ ଆପଣ ସମସ୍ତଙ୍କୁ ସ୍ୱାଗତ! ସର୍ବପ୍ରଥମେ, ମୁଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ମଂଚକୁ ଅଭିନନ୍ଦନ ଜଣାଉଛି । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଆଇସିଡିଆର୍‌ଆଇ - ୨୦୨୩ର ଆନ୍ତର୍ଜାତିକ ସମ୍ମିଳନୀର ୫ମ ସଂସ୍କରଣର ଅବସର ପ୍ରକୃତରେ ଏକ ବିଶେଷ ଅବସର ଅଟେ ।

ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ପଞ୍ଚମ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 04th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୪.୨୦୨୩ ) ପଂଚମ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀ ଆଇସିଡିଆରଆଇ-୨୦୨୩କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି ।

କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଭାରତ ଉର୍ଜ୍ଜା ସପ୍ତାହ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 06th, 11:50 am

ବର୍ତମାନ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଉପରେ ଆମ ସମସ୍ତଙ୍କର ଦୃଷ୍ଟି ଲାଗି ରହିଛି । ବହୁତ ଲୋକମାନଙ୍କର ଦୁଃଖଦ ମୃତ୍ୟୁ ଏବଂ ବହୁତ କ୍ଷୟକ୍ଷତିର ଖବର ରହିଛି । ତୁର୍କୀର ଆଖପାଖ ଦେଶଗୁଡ଼ିକରେ ମଧ୍ୟ କ୍ଷୟକ୍ଷତିର ଆଶଙ୍କା ରହିଛି । ଭାରତର 140କୋଟି ଲୋକମାନଙ୍କର ସମ୍ବେଦନା, ସମସ୍ତ ଭୂକମ୍ପ ପୀଡ଼ିତମାନଙ୍କ ସହିତ ରହିଛି । ଭାରତ ଭୂକମ୍ପ ପୀଡ଼ିତମାନଙ୍କୁ ସମସ୍ତ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ତତ୍ପର ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁ ଠାରେ ଭାରତ ଶକ୍ତି ସପ୍ତାହ ୨୦୨୩ ଉଦଘାଟିତ

February 06th, 11:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୬-୦୨-୨୦୨୩) ବେଙ୍ଗାଲୁରୁ ଠାରେ ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲୁ)ର ଉଦଘାଟନ କରିଛନ୍ତି । ଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ‘ଅନବଟଲଡ’ ସ୍ୱରୂପ ପ୍ରଧାନମନ୍ତ୍ରୀ ପୋଷାକ ଉନ୍ମୋଚନ କରିଛନ୍ତି । ଏହି ପୋଷାକଗୁଡ଼ିକ ପିଇଟି ବଟଲ ପୁନଃପ୍ରକ୍ରିୟାକରଣ ଜରିଆରେ ହୋଇଛି । ସେ ମଧ୍ୟ ଭାରତୀୟ ତୈଳ ସଂସ୍ଥାର ଇନଡୋର ସୋଲାର କୁକିଂ ସିଷ୍ଟମ ଅନ୍ତର୍ଗତ ଟୁଇନ କୁକଟପ୍ ମଡେଲ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ବାଣିଜି୍ୟକ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ବିକାଶ କାର୍ଯ୍ୟର ଶୁଭାରମ୍ଭ ଏବଂ ମହାରାଷ୍ଟ୍ରର ମୁମ୍ବାଇରେ ପିଏମ୍‍-ଏସଭିଏନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅନୁମୋଦିତ ଋଣ ସ୍ଥାନାନ୍ତର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 19th, 05:15 pm

ଆଜି ମୁମ୍ବାଇର ବିକାଶ ସହ ଜଡିତ ୪୦,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉତ୍ସର୍ଗ ଏବଂ ଏଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମୁମ୍ବାଇ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ, ଛତ୍ରପତି ଶିବାଜୀ ଟର୍ମିନାସର ଆଧୁନିକୀକରଣ, ରାସ୍ତାର ଉନ୍ନତି ପାଇଁ ଏକ ବୃହତ ପ୍ରକଳ୍ପ ଏବଂ ବାଲାସାହେବ ଠାକରେଙ୍କ ନାମରେ ଥିବା ଆପଲା ଦବାଖାନା ଖୋଲିବା; ଏହି ସବୁ ପ୍ରକଳ୍ପ ମୁମ୍ବାଇ ସହରର ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । କିଛି ସମୟ ପୂର୍ବରୁ ମୁମ୍ବାଇର ରାସ୍ତାକଡ ବିକ୍ରେତାମାନେ ମଧ୍ୟ ପିଏମ୍‍ ଏସଭିଏନିଧି ଅଧୀନରେ ଥିବା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇଥିଲେ । ମୁଁ ଏହିପରି ସମସ୍ତ ହିତାଧିକାରୀ ଏବଂ ପ୍ରତ୍ୟେକ ମୁମ୍ବାଇବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ମହାରାଷ୍ଟ୍ରର ମୁମ୍ବାଇରେ ପ୍ରାୟ ୩୮,୮୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପଦକ୍ଷେପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

January 19th, 05:05 pm

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡିକ ମୁମ୍ବାଇକୁ ଏକ ଉନ୍ନତ ମହାନଗରରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ହିତାଧିକାରୀ ଏବଂ ମୁମ୍ବାଇବାସୀଙ୍କୁ ଅଭିନନ୍ଦନ ଜଣାଇଛି । ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଭାରତର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସାହସ ରହିଛି; ପ୍ରଧାନମନ୍ତ୍ରୀ ଭାରତର ପୂର୍ବ ଅବଧିକୁ ମନେ ପକାଇଥିଲେ ଯେଉଁଠାରେ କେବଳ ଦାରିଦ୍ର‌ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ବିଶ୍ୱରୁ ସହାୟତା ପାଇବା ଏକମାତ୍ର ବିକଳ୍ପ ଥିଲା । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଏହା ହେଉଛି ପ୍ରଥମ ଉଦାହରଣ ଯେତେବେଳେ ଭାରତର ସଂକଳ୍ପ ଉପରେ ବିଶ୍ୱ ବିଶ୍ୱାସ ଦେଖାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେହେତୁ ଭାରତୀୟମାନେ ଏକ ବିକଶିତ ଭାରତକୁ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି, ଭାରତ ପାଇଁ ମଧ୍ୟ ସମାନ ଆଶା ବିଶ୍ୱରେ ଦେଖିବାକୁ ମିଳୁଛି । ଏହା ସକରାତ୍ମକତା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱାସ ହେଉଛି ଯେ ଭାରତ ଏହାର ଦକ୍ଷତାକୁ ଭଲ ବ୍ୟବହାର କରୁଛି । ଆଜି ଭାରତ ଅଭୂତପୂର୍ବ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ପାଇ ଡବଲ ଇଞ୍ଜିନ ସରକାରରେ ସୁରଜ” ଏବଂ ସ୍ୱରାଜ” ର ଆବେଗ ଦୃଢ ଭାବରେ ସ୍ପଷ୍ଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୋଆର ମୋପାଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 11th, 06:45 pm

ଗୋଆର ଲୋକମାନଙ୍କୁ ଏବଂ ଦେଶର ଲୋକମାନଙ୍କୁ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭବ୍ୟ ବିମାନବନ୍ଦର ପାଇଁ ବହୁତ- ବହୁତ ଶୁଭେଚ୍ଛା । ବିଗତ 8 ବର୍ଷ ମଧ୍ୟରେ ଯେତେବେଳେ ମଧ୍ୟ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି, ସେତେବେଳେ ଗୋଟିଏ କଥା ମୁଁ ନିଶ୍ଚିତ ଭାବେ ଦୋହରାଇଛି । ଆପଣମାନେ ଯେଉଁ ଭଲ ପାଇବା, ଯେଉଁ ଆଶୀର୍ବାଦ ଆମକୁ ଦେଇଛନ୍ତି, ତାହାକୁ ମୁଁ ସୁଧ ସମେତ ଫେରାଇବି, ବିକାଶ କରି ଫେରାଇବି । ଏହି ଆଧୁନିକ ବିମାନବନ୍ଦର ଟର୍ମିନାଲ ସେହି ସ୍ନେହ ଓ ଭଲ ପାଇବାକୁ ଫେରାଇବାର ହେଉଛି ଏକ ପ୍ରୟାସ । ମୁଁ ଏହି କଥା ପାଇଁ ମଧ୍ୟ ଖୁସି ଯେ ଏହି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ମୋର ପ୍ରିୟ ସହଯୋଗୀ ଏବଂ ଗୋଆର ସୁପୁତ୍ର, ସ୍ୱର୍ଗୀୟ ମନୋହର ପାରିକର ମହାଶୟଙ୍କ ନାମରେ ରଖାଯାଇଛି । ଏବେ ମନୋହର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ମାଧ୍ୟମରେ ପାରିକର ମହାଶୟଙ୍କର ନାମ, ଏହି ବିମାନ ବନ୍ଦର ଦେଇ ଯାତାୟାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ମୃତିରେ ରହିବ ।

PM inaugurates greenfield International Airport in Mopa, Goa

December 11th, 06:35 pm

PM Modi inaugurated Manohar International Airport, Goa. The airport has been named after former late Chief Minister of Goa, Manohar Parrikar Ji. PM Modi remarked, In the last 8 years, 72 airports have been constructed compared to 70 in the 70 years before that. This means that the number of airports has doubled in the country.