ସ୍ମୃତି ଭ୍ୟାନ ଉଦଘାଟନୀ ଦିବସକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

August 29th, 08:32 pm

୨୦୦୧ ଗୁଜରାଟ ଭୂକମ୍ପରେ ନିଖୋଜଙ୍କ ଉଦ୍ଦେଶ୍ୟରେ ସ୍ମୃତି ଭ୍ୟାନ୍ ଉଦଘାଟନୀ ଦିବସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

ସ୍ମୃତି ବନ ଗୁଜୁରାଟର ନମନୀୟତାକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ

October 14th, 09:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଯେ ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଦୁଃଖଦ ଭାବରେ ହଜିଯାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଲୋକମାନେ ଭୁଜରେ ସ୍ମୃତି ବନ ପରିଦର୍ଶନ କରିଛନ୍ତି ।

ଗୁଜରାଟର ଭୁଜଠାରେ ଦେଶକୁ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳ ଲେଖା

August 28th, 11:54 am

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଜୀ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ଭାଜପାର ଅଧ୍ୟକ୍ଷ ଶ୍ରୀମାନ ସି ଆର ପାଟିଲ ଜୀ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ ଏବଂ ବିଧାୟକଗଣ ତଥା ଏଠାରେ ଭାରୀ ସଂଖ୍ୟାରେ ଆସିଥିବା କଚ୍ଛର ମୋର ଆଦରର ଭଉଣୀ ଓ ଭାଇମାନେ!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭୁଜରେ ୪୪ଠଠ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

August 28th, 11:53 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୦୮-୨୦୨୨) ୪୪ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭୁଜରେ କରିଛନ୍ତି । ପୂର୍ବରୁ ସେ ମଧ୍ୟ ସ୍ମୃତି ବନ ସ୍ମାରକୀ ଭୁଜ୍ ଜିଲ୍ଲାରେ ଉଦଘାଟନ କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମୃତି ବନ ସ୍ମାରକୀ, ଭୁଜ ଓ ଅଞ୍ଜାରର ବନର ବାଲ ସ୍ମାରକୀ କଚ୍ଛ ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାକୁ ବହନ କରିଥାଏ । ଯେତେବେଳେ ଅଞ୍ଜାର ସ୍ମାରକୀ କଥା ଉଠିଲା ଓ ସେବା ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ କରାଇବାକୁ ସଂକଳ୍ପ ନିଆଗଲା ସେ ତା’ର ସ୍ମୃତି ଚାରଣ କରିଥିଲେ । ପ୍ରଳୟଙ୍କରୀ ଭୂମିକମ୍ପରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଏକ ଦୁଃଖଦ ହୃଦୟର ସହ ଏହି ସ୍ମାରକୀ ନିର୍ମିତ ହୋଇଥିଲା । ସେ ମଧ୍ୟ ଜନସାଧାରଣଙ୍କୁ ଆଜିର ହାର୍ଦ୍ଦିକ ସ୍ୱାଗତ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ତାଙ୍କ ହୃଦୟରେ ଅନେକ ଆବେଗକୁ ଆଜି ମନେ ପକାଇ ସେ କହିଥିଲେ ଯେ ଆମମାନଙ୍କ ଠାରୁ ବିଦାୟ ନେଇ ଯାଇଥିବା ମହାନ ଆତ୍ମାଙ୍କ ଉଦେଶ୍ୟରେ ସମର୍ପିତ ସ୍ମୃତି ବନ ସ୍ମାରକୀ ମଧ୍ୟ ୯/୧୧ ହିରୋସୀମା ସ୍ମାରକୀର ସମତୁଲ । ସେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଏହି ସ୍ମାରକୀ ପରିଦର୍ଶନ କରିବାକୁ କହିଥିଲେ ।

ଅଗଷ୍ଟ ୨୭-୨୮ ତାରିଖରେ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

August 25th, 03:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୭ ଓ ୨୮ ତାରିଖରେ ଗୁଜରାଟ ଗସ୍ତ କରିବେ । ଅଗଷ୍ଟ ୨୭ ତରିଖ ଦିନ ଅପରାହ୍ନ ପ୍ରାୟ ୫.୩୦ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଖଦି ଉତ୍ସବଙ୍କୁ ସମ୍ବୋଧିତ କରିବେ । ଅଗଷ୍ଟ ୨୮ ତାରିଖ ଦିନ ପ୍ରାୟ ୧୦ ଟା ସମୟରେ ପ୍ରଧାନମନ୍ତ୍ରୀ ଭୁଜରେ ସ୍ମୃତି ଭାନ୍ ମେମୋରିଆଲ୍‌ର ଉଦଘାଟନ କରିବେ । ଏହା ପରେ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ଭୁଜ୍‍ରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୫ ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।