ଭିଡିଓ ବାର୍ତ୍ତା ମାଧ୍ୟମରେ ଥ୍ରୀସୁରର ଶ୍ରୀ ସୀତାରାମ ସ୍ବାମୀ ମନ୍ଦିରର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ

April 25th, 09:21 pm

ଥ୍ରୀସୁରପୁରମ ପର୍ବ ଅବସରରେ ମୋର କେରଳର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନେକ ଅଭିନନ୍ଦନ। ଥ୍ରିସୁର କେରଳର ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା | ଯେଉଁଠାରେ ସଂସ୍କୃତି ଅଛି, ସେଠାରେ ପରମ୍ପରା ଅଛି, ସେଠାରେ ମଧ୍ୟ କଳା ଅଛି । ଆଧ୍ୟାତ୍ମିକତା ସହିତ ଦର୍ଶନ ମଧ୍ୟ ଅଛି | ସେଠାରେ ପର୍ବପର୍ବାଣୀ ହେବା ସହିତ ଗୌରବ ମଧ୍ୟ ଅଛି | ମୁଁ ଖୁସି ଯେ ଥ୍ରୀସୁର ଏହି ଐତିହ୍ୟ ଏବଂ ପରିଚୟକୁ ଜୀବନ୍ତ ରଖିଛି | ଶ୍ରୀ ସୀତା ରାମା ସ୍ବାମୀ ମନ୍ଦିର ବର୍ଷ ବର୍ଷ ଧରି ଏହି ଦିଗରେ ଏକ ଗତିଶୀଳ କେନ୍ଦ୍ର ଭାବରେ କାର୍ଯ୍ୟ କରିଆସୁଛି | ମୋତେ କୁହାଯାଇଛି ଯେ ଏହି ମନ୍ଦିରକୁ ବର୍ତ୍ତମାନ ଅଧିକ ଦିବ୍ୟ ଏବଂ ଭବ୍ୟ ରୂପ ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ବର୍ଣ୍ଣମଣ୍ଡିତ ଗର୍ଭଗୃହ ମଧ୍ୟ ଭଗବାନ ଶ୍ରୀସୀତାରାମ, ଭଗବାନ ଅୟପ୍ପା ଓ ଭଗବାନ ଶିବଙ୍କୁ ସମର୍ପିତ କରାଯାଉଛି।

କେରଳର ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି

April 25th, 09:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତ୍ରିସୁର ପୁରମ ମହୋତ୍ସବର ଶୁଭ ଅବସରରେ ସେ ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସଫଳ ଭାରତ ପରିକ୍ରମା ପଦଯାତ୍ରା ସମ୍ପନ୍ନ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀ ସୀତାରାମ କେଦିଲାୟା

August 11th, 06:01 pm

ସଫଳତାର ସହିତ ଭାରତ ପରିକ୍ରମା ପଦଯାତ୍ରା ସମ୍ପନ୍ନ କରି ଶ୍ରୀ ସୀତାରାମ କେଦିଲାୟା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ କେଦିଲାୟା ଅଗଷ୍ଟ 9, 2012 ରେ କନ୍ୟାକୁମାରୀରୁ ତାଙ୍କ ପଦଯାତ୍ରା ଆରମ୍ଭ କରିଥିଲେ ଏବଂ ତାହା ପୁଣି ସେହି କନ୍ୟାକୁମାରୀରେ ହିଁ ଜୁଲାଇ 9 ତାରିଖରେ ପରିସମାପ୍ତି ହୋଇଥିଲା ।