ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 01:00 pm

ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜା ସନ୍ଥଗଣ, ସାଧୁ, ଆଚାର୍ଯ୍ୟ ଗୌଡିୟ ମିଶନର ଶ୍ରଦ୍ଧେୟ ଭକ୍ତି ସୁନ୍ଦର ସନ୍ୟାସୀ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଦେଶ ଓ ବିଶ୍ୱ ସହ ଜଡିତ ସମସ୍ତ କୃଷ୍ଣ ଭକ୍ତ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ଗଣ,

ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 08th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ରାମାନୁଜାଚାର୍ଯ୍ୟ ସ୍ମାରକ ଡାକ ଟିକଟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 01st, 05:50 pm

ମହାନ ସମାଜ ସଂସ୍କାରକ ଏବଂ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏକହଜାର ତମ ଜୟନ୍ତୀ ଅବସରରେ ସ୍ମାରକୀ ଟିକଟ ଉନ୍ମୋଚନ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ମତେ ଏହି ସୌଭାଗ୍ୟ ମିଳିଥିବାରୁ ମୁଁ ଗୌରବାନ୍ୱିତ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନର ସନ୍ଦେଶ ଥିଲା ସମ୍ମିଳିତ ସମାଜ, ଧର୍ମ ଓ ଦର୍ଶନ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ବିଶ୍ୱାସ କରୁଥିଲେ ଯାହା କିଛି ବି ଅଛି ଏବଂ ଯାହା କିଛି ହେବ, ତାହା ହେବ ଭଗବାନଙ୍କ ଅଭିବ୍ୟକ୍ତି । ସେ ମନୁଷ୍ୟଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ଏବଂ ପରମେଶ୍ୱରଙ୍କଠାରେ ମଣିଷକୁ ଦେଖିଥିଲେ । ସେ ଭଗବାନଙ୍କ ସମସ୍ତ ଭକ୍ତଙ୍କୁ ସମାନ ଭାବରେ ଦେଖୁଥିଲେ ।

ସୋସିଆଲ ମିଡିଆ କର୍ଣ୍ଣର 30 ଏପ୍ରିଲ 2017

April 30th, 07:52 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର

April 30th, 11:32 am

ପ୍ରତ୍ୟେକ ଥର ମନ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ, ସବୁ ବୟସର ଲୋକମାନଙ୍କଠାରୁ, ମନ କି ବାତକୁ ନେଇ ଅନେକଗୁଡ଼ିଏ ପରାମର୍ଶ ଆସେ । ଆକାଶବାଣୀ ମାଧ୍ୟମରେ ଆସେ, Narendra Modi App ରେ ଆସେ, My Gov ଜରିଆରେ ଆସେ, ଫୋନ ଦ୍ୱାରା ଆସେ । Recorded Message ଦ୍ୱାରା ଆସେ ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ, ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ । ସେଥିରୁ ବିବିଧତା ପୂର୍ଣ୍ଣ ସୂଚନା ମିଳେ । ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି । ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ ଯେଉଁ ଦିଗକୁ ହୁଏତ ସରକାରଙ୍କ ଦୃଷ୍ଟି ମଧ୍ୟ ଯାଏନି । ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଏଥିରେ ପିଲାଙ୍କ ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାଂକାଂକ୍ଷା, ବୟସ୍କମାନଙ୍କ ଅନୁଭୂତିର ସାରମର୍ମ, ଭଳିକି ଭଳି କଥା ସାମନାକୁ ଆସେ ।