ବାରାଣସୀରେ ଶ୍ରୀ ଜଗଦଗୁରୁ ବିଶ୍ୱାରାଧ୍ୟ ଗୁରୁକୁଳର ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 16th, 11:57 am

ମୁଁ କାଶୀର ଜନ ପ୍ରତିନିଧି ଅଟେ, କାଶୀ ମାଟିରେ ଏତେ ସଂଖ୍ୟକ ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ପାଇବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ଏବଂ କାଶୀର ପ୍ରତିନିଧି ଭାବେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ସ୍ୱାଗତ କରୁଛି । ସଂସ୍କୃତ ଓ ସଂସ୍କୃତିର ସଂଗମସ୍ଥଳୀରେ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ । ବାବା ବିଶ୍ୱନାଥଙ୍କ ସାନ୍ନିଧ୍ୟରେ, ମା ଗଙ୍ଗାର ପଣତରେ, ସନ୍ଥବାଣୀର ସାକ୍ଷୀ ହେବାର ଅବସର ବାରମ୍ବାର ଆସି ନଥାଏ ।

ପ୍ରଧାନମନ୍ତ୍ରୀଙ୍କର ନିଜ ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ: ବିଶ୍ୱ ଆରାଧ୍ୟ ଗୁରୁକୁଳ ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ

February 16th, 11:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜଙ୍ଗମବାଡି ମଠ ଠାରେ ଜଗତଗୁରୁ ବିଶ୍ୱରାଧ୍ୟ ଗୁରୁକୁଳର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାରକୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 14th, 02:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃଆରୀ 2020ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି 30 ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ 1 ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି ।