ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 25th, 04:31 pm
ମୁଁ ସ୍ୱର୍ଗୀୟ ହରମୋହନ ସିଂହ ଯାଦବ ମହାଶୟଙ୍କ ପୂଣ୍ୟତିଥିରେ ତାଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି, ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ମୁଁ ସୁଖରାମ ମହାଶୟଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଯେ, ସେ ଏହି କାର୍ଯ୍ୟକ୍ରମ ପାଇଁ ଏତେ ସ୍ନେହର ସହିତ ମୋତେ ଆମନ୍ତ୍ରିତ କଲେ। ଏହା ମଧ୍ୟ ମୋର ହାର୍ଦ୍ଦିକ ଇଚ୍ଛା ଥିଲା ଯେ ମୁଁ ଏହି କାର୍ଯ୍ୟକ୍ରମ ପାଇଁ କାନପୁର ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ରହିବି । କିନ୍ତୁ ଆଜି, ଆମ ଦେଶ ପାଇଁ ମଧ୍ୟ ହେଉଛି ଏକ ବହୁତ ବଡ଼ ଗଣତାନ୍ତ୍ରିକ ଅବସର । ଆଜି ଆମର ନୂତନ ରାଷ୍ଟ୍ରପତି ମହୋଦୟା ଶପଥ ଗ୍ରହଣ କରିଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଦିବାସୀ ସମାଜରୁ ଜଣେ ମହିଳା ରାଷ୍ଟ୍ରପତି ଦେଶର ନେତୃତ୍ୱ କରିବାକୁ ଯାଉଛନ୍ତି । ଏହା ହେଉଛି ଆମର ଗଣତନ୍ତ୍ରର ଶକ୍ତି, ଆମର ସର୍ବ ସମାବେଶୀ ବିଚାରଧାରାର ଜୀବନ୍ତ ଉଦାହରଣ । ଏହି ଅବସରରେ ଆଜି ଦିଲ୍ଲୀରେ କେତେକ ଜରୁରୀ ଆୟୋଜନ ହେଉଛି । ସାମ୍ବିଧାନିକ ଦାୟିତ୍ୱ ନିମନ୍ତେ ମୋର ଦିଲ୍ଲୀରେ ରହିବା ହେଉଛି ବହୁତ ସ୍ୱାଭାବିକ, ଜରୁରୀ ମଧ୍ୟ ହୋଇଥାଏ। ତେଣୁ, ମୁଁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆପଣମାନଙ୍କ ସହିତ ସାମିଲ ହୋଇଛି।ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୁଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି
July 25th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସଂସଦ, ଏମ୍ଏଲ୍ସି, ବିଧାୟକ ଏବଂ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ଏବଂ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଯାଦବ ସମ୍ପ୍ରଦାୟର ନେତା ସ୍ୱର୍ଗୀୟ ଶ୍ରୀ ହରମୋହନ ସିଂହ ଯାଦବଙ୍କର ଦଶମ ପୂଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।ସ୍ୱର୍ଗତ ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ମୃତ୍ୟୁବାର୍ଷିକୀ ଅବସରରେ ଜୁଲାଇ ୨୫ରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
July 24th, 02:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୫, ୨୦୨୨ ଅପରାହ୍ନ ୪.୩୦ରେ ସ୍ୱର୍ଗତ ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ମୃତ୍ୟୁବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ ।