ମଧ୍ୟପ୍ରଦେଶର ଚିତ୍ରକୁଟସ୍ଥିତ ଶ୍ରୀ ସଦ୍ ଗୁରୁ ସେବା ସଂଘ ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି

October 27th, 07:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଶ୍ରୀ ସଦ୍‌ଗୁରୁ ସେବା ସଂଘ ଟ୍ରଷ୍ଟ ଚିତ୍ରକୁଟଠାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ମୋଦୀ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସହ ପୂଜା ରଣଛୋଡ଼ ଦାସ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଗୁରୁକୁଳର କାର୍ଯ୍ୟକଳାପକୁ ଦେଖିବା ପାଇଁ ଗ୍ୟାଲେରି ବୁଲିଥିଲେ। ଏହାପରେ ସେ ସଦ୍‌ଗୁରୁ ନେତ୍ର ଚିକିତ୍ସାଳୟ ଅଭିମୁଖେ ଯାଇ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ବୁଲିଥିଲେ। ସେ ସଦ୍‌ଗୁରୁ ମେଡିସିଟିର ମଡେଲ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ମଧ୍ୟପ୍ରଦେଶର ଚିତ୍ରକୁଟରେ ଲେଫ୍ଟନାଣ୍ଟ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 27th, 02:46 pm

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ଜୀ, ସଦଗୁରୁ ସେବା ସଂଘ ଟ୍ରଷ୍ଟର ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରଲୋକମାନେ!

ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

October 27th, 02:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ୧୯୬୮ ମସିହାରେ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଠାରୁ ପ୍ରେରଣା ପାଇଥିଲେ ଏବଂ ଟ୍ରଷ୍ଟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତା ପରବର୍ତ୍ତୀ ଭାରତର ଅନ୍ୟତମ ଅଗ୍ରଣୀ ଉଦ୍ୟୋକ୍ତା ଥିଲେ, ଯିଏ ଦେଶର ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୭ ତାରିଖ ଦିନ ମଧ୍ୟ ପ୍ରଦେଶର ଚିତ୍ରକୂଟ ଗସ୍ତ କରିବେ

October 26th, 09:14 pm

ଅପରାହ୍ଣ ପ୍ରାୟ ୧.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସତନା ଜିଲ୍ଲାର ଚିତ୍ରକୂଟରେପହଂଚି ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ଠାରେ କେତେକ କାର୍ଯ୍ୟକ୍ରମରେଯୋଗଦେବେ । ସେ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବାପରେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ଯାଇ ଦିବଂଗତ ଶ୍ରୀ ଅରବିନ୍ଦ ଭାଇମଫତଲାଲଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପରେ ସେମଧ୍ୟ ଜାନକୀକୁଣ୍ଡ ଚିକିତ୍ସାଳୟର ନୂତନ ଶାଖାକୁ ଉଦଘାଟନ କରିବେ ।