ମହାରାଷ୍ଟ୍ରର ଶିରିଡିସ୍ଥିତ ଶ୍ରୀ ସାଇବାବା ସମାଧି ମନ୍ଦିରରେ ପ୍ରଧାନମନ୍ତ୍ରୀ ପୂଜା ଓ ଦର୍ଶନ କରିଛନ୍ତି
October 26th, 05:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡିସ୍ଥିତ ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା ଓ ଦର୍ଶନ କରିଛନ୍ତି ।ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କଲେ ପ୍ରଧାନମନ୍ତ୍ରୀ
October 26th, 05:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କରିଛନ୍ତି । ଶ୍ରୀ ମୋଦୀ ଡ୍ୟାମ୍ ପରିଦର୍ଶନ କରି କେନାଲ ପାଣି ଛାଡିଥିଲେ।ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୨୬ ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ
October 25th, 11:21 am
ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ । ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍ଘାଟନ କରିବେ । ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ।ଡିସେମ୍ବର ୧୧ରେ ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗ୍ରସ୍ତ
December 09th, 07:39 pm
ପୂର୍ବାହ୍ନ ସାଢେ ନଅଟା ବେଳେ ପ୍ରଧାନମନ୍ତ୍ରୀ ନାଗପୁର ରେଳଷ୍ଟେସନରେ ପହଞ୍ôଚ ବନ୍ଦେ ଭାରତ ଏକ୍ସପ୍ରେସର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରାଇବେ । ପ୍ରାୟ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଫ୍ରିଡମ୍ ପାର୍କ ମେଟ୍ରୋ ଷ୍ଟେସନରୁ ଖାଫ୍ରି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ । ସେଠାରେ ସେ ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କାର୍ଯ୍ୟ୍ୟକ୍ରମ ଅବସରରେ ସେ ମଧ୍ୟ ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ନାଗପୁର-ସିରିଡିକୁ ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ଉଦ୍ଘାଟନ କରି ଏହି ରାଜପଥରେ କିଛି ସମୟ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଏଏମ୍ସ ନାଗପୁରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।ଶ୍ରୀ ଶିରିଡ଼ି ସାଇବାବାଙ୍କ ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 19th, 12:49 pm
ମଞ୍ଚରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଜୀ, ବିଧାନସଭାର ବାଚସ୍ପତି ହରିବାବୁ ଜୀ, ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ସୁଭାଷ ଭାମ୍ରେ ଜୀ, ସାଇବାବା ସଂସ୍ଥାନ ଟ୍ରଷ୍ଟର ଅଧ୍ୟକ୍ଷ ସୁରେଶ ହାବରେ ଜୀ, ମହାରାଷ୍ଟ୍ର ରାଜ୍ୟର ସମସ୍ତ ମନ୍ତ୍ରୀଗଣ, ମୋର ସାଂସଦ ସାଥୀଗଣ, ମହାରାଷ୍ଟ୍ରର ବିଧାୟକଗଣ ଏବଂ ଏଠାରେ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ, ପୁରା ମହାରାଷ୍ଟ୍ରକୁ, ପୁରା ଭାରତବର୍ଷକୁ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦଶହରାର ବିଜୟା ଦଶମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ।ମହାରାଷ୍ଟ୍ରର ଶିରିଡ଼ିରେ ପ୍ରଧାନମନ୍ତ୍ରୀ; ଶ୍ରୀସାଇବାବାଙ୍କ ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଓ ଉଦବୋଧନ
October 19th, 12:45 pm
ପ୍ରଧାନମନ୍ତ୍ରୀ ଏହି ଅବସରରେ ସେଠାରେ ଆୟୋଜିତ ଏକ ଜନସଭାରେ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଫଳକ ଉନ୍ମୋଚନ ପୂର୍ବକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ସାଇବାବାଙ୍କ ସମାଧି ଗ୍ରହଣର ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ରୌପ୍ୟମୁଦ୍ରା ଉନ୍ମୋଚନ କରିଛନ୍ତି ।PM offers prayers at Shri Saibaba's Samadhi Temple in Shirdi
October 19th, 11:30 am
PM Narendra Modi offered prayers at Shri Saibaba's Samadhi Temple in Shirdi, Maharashtra.