ମୋଦୀ ସରକାର ଶିକ୍ଷା କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଆଣୁଛନ୍ତି

September 07th, 12:03 pm

ମୋଦୀ ସରକାର ପ୍ରାଥମିକ, ଉଚ୍ଚ ଏବଂ ଡାକ୍ତରୀ ଶିକ୍ଷା ଉପରେ ଧ୍ୟାନ ଦେଉଛନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ପାଇଁ ଜୋର ଦେଉଛନ୍ତି। ମୋଦୀ ସରକାର 2014 ରୁ ନୂତନ ଆଇଆଇଟି, ଆଇଆଇଏମ, ଆଇଆଇଟି, ଏନଆଇଟି ଏବଂ ଏନଆଇଡି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । 2014 ରୁ ପ୍ରତିବର୍ଷ ଏକ ନୂତନ ଆଇଆଇଟି ଏବଂ ଆଇଆଇଏମ ଖୋଲାଯାଇଛି ।

ଶିକ୍ଷକ ପର୍ବ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଅଭିଭାଷଣ

September 07th, 10:31 am

ଶିକ୍ଷକ ପର୍ବର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅବସରରେ ଆମ ସହିତ ସଂଯୁକ୍ତ ହୋଇଥିବା କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଜୀ, ଡକ୍ଟର ସୁଭାଷ ସରକାରଜୀ, ଡକ୍ଟର ରାଜକୁମାର ରଂଜନ ସିଂହଜୀ, ଦେଶର ଭିନ୍ନ ଭିନ୍ନ ରାଜ୍ୟର ମାନନୀୟ ଶିକ୍ଷାମନ୍ତ୍ରୀଗଣ, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱରୂପ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଟିର ଅଧ୍ୟକ୍ଷ ଡକ୍ଟର କସ୍ତୁରୀରଙ୍ଗନଜୀ, ତାଙ୍କର ଟିମ୍‌ର ସମସ୍ତ ମ।।ନନୀୟ ସମ୍ମାନିତ ସଦସ୍ୟଗଣ, ସମଗ୍ର ଦେଶରୁ ଆମ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବିଦ୍ୱାନ ପ୍ରାଚାର୍ଯ୍ୟଗଣ, ଶିକ୍ଷକଗଣ, ଏବଂ ପ୍ରିୟ ଶିକ୍ଷାର୍ଥୀଗଣ!

ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ

September 07th, 10:30 am

ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ। ବିଦ୍ୟାଞ୍ଜଳି ଅର୍ନ୍ତଗତ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ସ୍ବେଚ୍ଛାସେବୀ, ଦାତା, ସିଏସଆର ଯୋଗଦାନ ନିମନ୍ତେ ସୁବିଧା କରାଯିବ।

ପ୍ରଧାନମନ୍ତ୍ରୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧)ଦିନ ଶିକ୍ଷକ ପର୍ବ ଆଲୋଚନାଚକ୍ର ଉଦ୍‌ଘାଟନୀ ସମାରୋହରେ ଦେବେ ଉଦ୍‌ବୋଧନ

September 05th, 02:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧) ଦିନ ଶିକ୍ଷକ ପର୍ବର ଉଦ୍‌ଘାଟନୀ ଆଲୋଚନାଚକ୍ରରେ ପୂର୍ବାହ୍ନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ ।

ଏନଇପି 2020 ଅନ୍ତର୍ଗତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 11th, 11:01 am

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଶ୍ରୀ ସଞ୍ଜୟ ଧୋତ୍ରେ, ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଥିବା ସମିତିର ଅଧ୍ୟକ୍ଷ ଡ. କସ୍ତୁରୀ ରଙ୍ଗନ, ତାଙ୍କ ଦଳର ସମ୍ମାନିତ ସଦସ୍ୟଗଣ, ଏହି ବିଶେଷ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ରାଜ୍ୟର ବିଦ୍ଵାନ, ପ୍ରଧାନ ଆଚାର୍ଯ୍ୟ, ଶିକ୍ଷକଗଣ, ଭାଇ ଓ ଭଉଣୀମାନେ ଆଜି ଆମେ ସମସ୍ତେ ଏପରି ଏକ କ୍ଷଣର ଅଂଶବିଶେଷ ପାଲଟିଛୁ ଯାହା ଆମ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ମୂଳଦୁଆ ପକାଇବ। ଏହା ଏପରି ଏକ ମୁହୂର୍ତ୍ତ ଯେଉଁଥିରେ ନୂଆ ଯୁଗ ନିର୍ମାଣ ପାଇଁ ବୀଜ ବପନ ହୋଇଛି । ଜାତୀୟ ଶିକ୍ଷା ନୀତି, ଏକବିଂଶ ଶତାବ୍ଦୀର ଭାରତକୁ ନୂଆ ଦିଗ ପ୍ରଦାନ କରିବ।

ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 11th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020 ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।